ଖୋଲିଲା କଳିଙ୍ଗା ଘାଟି

ଘୁ.ଉଦୟଗିରି: ପ୍ରାୟ ୪୫ ଦିନ ପରେ ଆଜି କଳିଙ୍ଗାଘାଟିରେ ଯାତାୟତ ପୁଣି ସ୍ୱାଭାବିକହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ରାସ୍ତା ଖୋଲିବା ପରେ ଯାତ୍ରୀ ଓ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ବାତ୍ୟା ବର୍ଷା ଯୋଗୁଁ ଭୂସ୍ଖଳନ ଆଶଙ୍କାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲାପାଳ ୨୩ ଏବଂ ୨୪ ତାରିଖ ଦୁଇ ଦିନ ଏହି କଳିଙ୍ଗା ଘାଟି ରାସ୍ତାରେ ଯାତାୟତ ବନ୍ଦ ନିର୍ଦେଶ ଦେଇଥିଲେ। ହେଲେ ପ୍ରଶାସନ ଯେଉଁ ଆଶଙ୍କା କରିଥିଲା ତାହା ସତ୍ୟରେ ପରିଣତ ହୋଇଥିଲା। ପ୍ରବଳ ବର୍ଷାରେ ପୁଣି ୨୪ତାରିଖ ଦିନ ଭୂସ୍ଖଳନ ହେବା ଫଳରେ ପାହାଡ଼ ଉପରୁ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିଥିଲା। ରାସ୍ତାର ଉଭୟ ପାର୍ଶ୍ଵର ସୁରକ୍ଷା ପାଚେରୀ ଭାଙ୍ଗି ଯାଇଥିଲା।
ଅନ୍ୟ ପଟେ ଅନ୍ଧାରକୋଟ ଘାଟି ନିକଟ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ମଧ୍ୟ ଭୁଶୁଡ଼ି ଯାଇଥିଲା। ସଙ୍ଗେସଙ୍ଗେ ନେତା ମନ୍ତ୍ରୀ, ଯନ୍ତ୍ରୀ ଅଫିସର କଳିଙ୍ଗା ଘାଟି ଭୂସ୍ଖଳନ ସ୍ଥଳ ଗସ୍ତ କରି ଯୁଦ୍ଧକାଳୀନ ଭିତ୍ତିରେ କିଭଳି ରାସ୍ତା କାର୍ଯ୍ୟ ସରିବ ଏବଂ ରାସ୍ତାରେ ଯାତାୟତ ସ୍ୱାଭାବିକ ହେବ ତା ଉପରେ ଧ୍ୟାନ ଦେବାକୁ କହି ଚାଲିଗଲେ। ବିକଳ୍ପ ରାସ୍ତା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ ହେଲା। ଖଣି ଏବଂ ପରିବହନ ମନ୍ତ୍ରୀ ବିଭୂତି ଜେନା କଳିଙ୍ଗା ଘାଟି ଗସ୍ତ କରିଥିବା ବେଳେ ପୂର୍ତ୍ତ ବିଭାଗ ସଚିବ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ, ସମସ୍ତେ ଆସିଲେ ହେଲେ କଳିଙ୍ଗା ଘାଟି ଖୋଲିନଥିଲା। ଶେଷରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ମଧ୍ୟ କଳିଙ୍ଗା ଘାଟିକୁ ଆସି ବୁଲି ଯାଇଥିଲେ।

  • Related Posts

    ୨୮ରେ ଓଡ଼ିଶା ଆସିବେ ଅମିତ ଶାହ

    ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଅନେକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ…

    Continue reading
    ଗଞ୍ଜାମ ବନ୍ୟା ବିଭୀଷିକା; ୧୨ ଦିନ ପରେ ଖୋଲିଲା ସ୍କୁଲ

    ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରେ ଭୟଙ୍କର ବନ୍ୟାରେ ବେହାଲ ହୋଇପଡ଼ିଥିଲା ଗଞ୍ଜାମ । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପରେ ହଠାତ୍ ନଦୀଜଳ ସ୍ତର ବଢିଥିଲା ଓ ଗାଁ ଓ ସହରକୁ ପାଣି ମାଡ଼ିଆସିଥିଲା । ବନ୍ୟାପାଣିରେ ସ୍କୁଲ, ଅଙ୍ଗନବାଡ଼ି, କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି