ଗୁରୁବାରଠୁ ଘର ଘର ବୁଲି ଜନଗଣନା

ଭୁବନେଶ୍ଵର : ଗୁରୁବାରଠୁ ଆରମ୍ଭ ହେବ ଘର ଘର ବୁଲି ଜନଗଣନା। ଏପ୍ରିଲ ୧୬ ରୁ ମେ ୧୫ ଯାଏଁ ମାସେ ବ୍ୟାପି ଜନଗଣନା ଚାଲିବ। ପ୍ରଥମ ୩ ଦିନ ଘର ନମ୍ଵରିଂ କରାଯିବ। ଏଥିପାଇଁ ୮୦ ହଜାର କର୍ମଚାରୀ ନିୟୋଜିତ ହୋଇଛନ୍ତି। ୮ ହଜାର ସୁପରଭାଇଜର ଅଛନ୍ତି। ୧୦ ହଜାର ଜନଗଣନାକାରୀଙ୍କୁ ରିଜର୍ଭ ରଖାଯାଇଛି। ଏମାନେ ସମସ୍ତ ତଥ୍ୟ ଡିଜିଟାଲି ଆଣିବେ। ଏନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ।

ସୂଚନାନୁଯାୟୀ, ଜନଗଣନାକାରୀ ମାନେ ନିଜ ନିଜ ମୋବାଇଲରେ ଏଚଏଲଭି ଆପ୍ ଡାଉନଲୋଡ କରିଛନ୍ତି। ଏହି ଆପ୍ ଜରିଆରେ ସମସ୍ତ ତଥ୍ୟ ଲୋଡ୍ କରିବେ। ଜନଗଣନା କରିବାକୁ ଗଲାବେଳେ ସାଥିରେ ଆଇ କାର୍ଡ ଏବଂ ନିଯୁକ୍ତି ପାତ୍ର ନେବେ। ଲୋକଙ୍କୁ କୌଣସି ଡକ୍ୟୁମେଣ୍ଟ ଭେରିଫିକେସନ କିମ୍ବା ପ୍ରୁଫ ଦେବାକୁ ପଡିବ ନହିଁ। କେବଳ ଯାହା ୩୩ଟି ପ୍ରଶ୍ନର ଉତ୍ତର କହିବେ। ଏହି ଜନଗଣନାରେ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ।

  • Related Posts

    ‘ବିକାଶ ଅଟକିଛି, ରାଜନୀତି ବଦଳୁଛି’:ଗର୍ବିତ ଓଡ଼ିଆର ‘କେବଳ ଓଡ଼ିଶା’ ଆଲୋଚନାଚକ୍ର

    ଭୁବନେଶ୍ୱର : ‘ରାଜ୍ୟ ରାଜନୀତି ବଦଳୁଛି । ଆଗାମୀ ଦିନରେ ରାଜ୍ୟ ରାଜନୀତି ନୂଆ ମୋଡ଼ ନେବ । ଶାସକ ହୁଅନ୍ତୁ କି ବିରୋଧୀ, ସବୁଠି ଦ୍ୱନ୍ଦ୍ୱ ଓ ସଂଶୟ ଲାଗିରହିଛି । ତିନି ପ୍ରମୁଖ ଦଳରେ ଏବେ ଗୋଷ୍ଠୀକନ୍ଦଳ ଜୋର…

    Continue reading
    ବାହାର ରତ୍ନଭଣ୍ଡାରରୁ ୩ ରତ୍ନ ନିଖୋଜ, ସିଂହଦ୍ୱାର ଥାନାରେ ଏତଲା

    ପୁରୀ: ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ରତ୍ନ ଗାଏବ୍। ଆସିଛି ଏଭଳି କିଛି ସାଙ୍ଘାତିକ ଅଭିଯୋଗ। ବାହାର ରତ୍ନଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ଥିବା ନେଇ ଏବେ ଥାନାରେ ମାମଲା ପହଞ୍ଚିଛି। ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ