ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ ଉଦ୍ୟମ ନେଇ ସାମ୍ବାଦିକ ସଂଘର ବିରୋଧ

ଭୁବନେଶ୍ୱର: ରାଜ୍ୟରେ କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ରହିଛି । ହେଲେ ଏବେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରିବାକୁ ମସୁଧା କରୁଛନ୍ତି । ସାମ୍ବାଦିକଙ୍କ ପାଇଁ ଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ପରିବର୍ତ୍ତନ କରି ଆୟୁଷ୍ମାନ ଭାରତ ସହ ମିଶାଇବାକୁ ଉଦ୍ୟମ କରୁଥିବା ନେଇ ଖବର ପ୍ରଘଟ ହେବା ପରେ ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି ।

ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟ ସେବା ପାଇଁ “ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’କୁ ଉଚ୍ଛେଦ କରି ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ନିର୍ଦ୍ଦେଶକଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ତଥାପି ନିବୃତ୍ତ ନହେଲେ ରାଜ୍ୟର କାର୍ଯ୍ୟରତ ସାମ୍ୱାଦିକଙ୍କ ସ୍ୱାର୍ଥ ସୁରକ୍ଷା ପରୀପ୍ରେକ୍ଷୀରେ ଉତ୍କଳ ସାମ୍ୱାଦିକ ସଂଘ ରାଜ୍ୟବ୍ୟାପୀ ପ୍ରତିବାଦ କରିବାକୁ ବାଧ୍ୟ ହେବ ବୋଲି ସଂଘର ରାଜ୍ୟ ସଭାପତି ବିଭୂତି ଭୂଷଣ କର ଚେତାବନୀ ଦେଇଛନ୍ତି ।
ସେହିପରି ଓଡ଼ିଶା ୟୁନିୟନ ଅଫ୍ ଜର୍ଣ୍ଣାଲିଷ୍ଟସ୍ (ଓୟୁଜେ) ସଭାପତି ପ୍ରସନ୍ନ ମହାନ୍ତି କହିଛନ୍ତି, ବହୁତ ସଂଗ୍ରାମ ପରେ ସାମ୍ୱାଦିକଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନା ହୋଇଥିଲ । ଏହାକୁ ଆୟୁଷ୍ମାନ ଯୋଜନା ସହ ଯୋଡ଼ିଲେ ଘାତକ ନିଷ୍ପତ୍ତି ହେବ । କିଛି ରାଜ୍ୟରେ ଏହାକୁ ଲାଗୁ କରାଗଲାଣି । ଯେଉଁମାନେ ଏହା ସପକ୍ଷରେ ଯୁକ୍ତି ଦର୍ଶାଉଛନ୍ତି, ସେମାନେ ସାମ୍ୱାଦିକ ବିରୋଧୀ । ଆୟୁଷ୍ମାନ ସହ ଯୋଡିଲେ ଏହାର ସ୍ୱତନ୍ତ୍ରତା ଲୋପ ପାଇଯିବ । ଆମେ ଦାବି କରୁଛୁ, ଏହାର ଅର୍ଥ ରାଶିକୁ ୫ ଲକ୍ଷରୁ ବୃଦ୍ଧି କରାଯାଇ ୧୦ ଲକ୍ଷ କରାଯାଉ । ଅଧିକ ସୁବିଧା ସୁଯୋଗ ଦେବା ବଦଳରେ କମାଉଛନ୍ତି। ସରକାର ଆସିବାର ପ୍ରଥମ ବର୍ଷରୁ ଏହାକୁ ଯୋଡିବାକୁ ଚେଷ୍ଟା କରୁଛନ୍ତି । ଆଗକୁ ସାରା ରାଜ୍ୟରେ ଓୟୁଜେ ଆନ୍ଦୋଳନ କରିବ । ଏହାକୁ କରାଇ ଦିଆଯିବ ନାହିଁ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି ।

ଏହି ପ୍ରସଙ୍ଗରେ କେବଳ ସାମ୍ବାଦିକ ନୁହଁନ୍ତି, ବିଭିନ୍ନ ରାଜନୈତିକ ଦଳ ମଧ୍ୟ ମୁହଁ ଖୋଲିଛନ୍ତି । ସାମ୍ବାଦିକଙ୍କ ସପକ୍ଷରେ ମତ ରଖିଛନ୍ତି । ବିଜେଡି ବିଧାୟକ ପ୍ରଦୀପ ଦିଶାରୀ କହିଛନ୍ତି, ବିଜେଡି ସରକାରଙ୍କ ସମୟରେ ସାମ୍ୱାଦିକଙ୍କ ଚିକିତ୍ସା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ କାର୍ଡ କରିଥିଲେ । ହେଲେ ବିଜେପି ସରକାର ଏବେ ଆୟୁଷ୍ମାନ ଯୋଜନାରେ ଏହାକୁ ମିଶାଇବାକୁ ଯାଉଛନ୍ତି । ଆୟୁଷ୍ମାନ କାର୍ଡରେ ସାଧାରଣ ଲୋକ ଠିକ୍ରେ ଚିକିତ୍ସା ପାଇ ପାରୁନାହାନ୍ତି । ଲୋକ ହଇରାଣ ହେଉଛନ୍ତି । ସାମ୍ୱାଦିକ କ’ଣ ପାଇବେ । ଏ ସରକାର ସାମ୍ୱାଦିକଙ୍କୁ ଅଣଦେଖା କରୁଛନ୍ତି । ଯାହା କି ଦୁଃଖଦାୟକ । ଆମେ ସରକାରଙ୍କୁ ନିବେଦନ କରୁଛୁ, ଏଥିରୁ ନିବୃତ୍ତ ରୁହନ୍ତୁ । ନହେଲେ ଆମେ ଏହାକୁ ବିଧାନସଭାରେ ଉଠାଇବୁ । ସାମ୍ୱାଦିକଙ୍କ ଅଧିକାର ପାଇଁ ଲଢେଇ କରିବୁ । ସାମ୍ୱାଦିକ କୋଭିଡ ସମୟରେ ଜୀବନକୁ ବାଜି ଲଗାଇ କାମ କରୁଥିଲେ । ଏବେ ବନ୍ୟା ସମୟରେ ମଧ୍ୟ ବିପଦପୂର୍ଣ୍ଣ ସ୍ଥାନରେ କାମ କରୁଛନ୍ତି । ତେଣୁ ତାଙ୍କ ପାଇଁ ସରକାର ଏ ଯୋଜନାକୁ ଅଧିକ କ୍ରିୟାଶୀଳ କରନ୍ତୁ । ନ ହେଲେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ଦିଶାରୀ ସତର୍କ କରାଇଛନ୍ତି ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି, ଆୟୁଷ୍ମାନ କାର୍ଡରେ ସବୁ ଲୋକ ସାମିଲ ହୋଇ ପାରୁନାହାନ୍ତି । ଲୋକେ ଏଥିରେ ହଇରାଣ ହେଉଛନ୍ତି । ପୁଣି ଏଥିରେ ସାମ୍ୱାଦିକଙ୍କୁ ସାମିଲ କରିବା ଠିକ୍ ନୁହେଁ । ସାମ୍ୱାଦିକମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କାଟିବା ଠିକ୍ ନୁହେଁ । ଏ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିବି ବୋଲି ଶ୍ରୀ କାଡ଼ାମ କହିଛନ୍ତି ।

କଂଗ୍ରେସ ବିଧାୟକ ଦଳ ଉପନେତା ଅଶୋକ ଦାସ କହିଛନ୍ତି, ରାଜ୍ୟରେ ଆୟୁଷ୍ମାନ ଯୋଜନା ବାଟବଣା ହୋଇଛି । ଏ ପର୍ଯ୍ୟନ୍ତ ଆୟୁଷ୍ମାନ ଯୋଜନାର ନୀତି ନିୟମ ନାହିଁ । ଲୋକମାନେ ହଇରାଣ ହେଉଛନ୍ତି । ସାମ୍ୱାଦିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବା ନିନ୍ଦନୀୟ । ସେମାନଙ୍କୁ ପୂର୍ବ ଭଳି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ ବୋଲି ଶ୍ରୀ ଦାସ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଯୋଜନାରେ ସାମ୍ୱାଦିକଙ୍କୁ ସାମିଲ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଗତ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ସ୍ୱାସ୍ଥ୍ୟ ବିଭାଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ସହ ବୈଠକ ବସିଥିଲା ଯେଉଁଥିରେ ସାମ୍ୱାଦିକଙ୍କ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ସାମ୍ୱାଦିକଙ୍କ ସ୍ୱାସ୍ଥ୍ୟକୁ ନେଇ ସରକାର ଦାୟିତ୍ୱବାନ ଅଛନ୍ତି। ଯଦି ସାମ୍ୱାଦିକମାନେ ଆୟୁଷ୍ମାନରେ ସାମିଲ ହେବା ପାଇଁ ମନା କରୁଛନ୍ତି, ସରକାର ଏହାର ତର୍ଜମା କରିବେ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତିି ।

  • Related Posts

    ଭୁବନେଶ୍ୱରରେ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦଘାଟିତ

    ଭୁବନେଶ୍ବର: ଭାରତର ବ୍ରିକ୍ସ ଅଧ୍ୟକ୍ଷତାରେ ଭୁବନେଶ୍ୱରରେ ଆୟୋଜିତ ୧୩ତମ ବ୍ରିକ୍ସ ଶିକ୍ଷାମନ୍ତ୍ରୀ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନ ଗୁରୁବାର ଅନୁଷ୍ଠିତ ହୋଇଛି । ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ଶିକ୍ଷାମନ୍ତ୍ରୀ ଓ ପ୍ରତିନିଧିମାନେ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ, ନବସୃଜନ ଓ ସ୍ଥାୟୀ…

    Continue reading
    ବଲାଙ୍ଗୀରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

    ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଇଁ ପାଟଣା ମହାରାଜାଙ୍କ ଶୈଳଶ୍ରୀ ପ୍ୟାଲେସରୁ ପ୍ରକାଶ ପାଇଛି ନୂଆଁଖାଇ ଲଗ୍ନ । ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ସକାଳ ୯ଟା ୩୬ ମିନିଟରୁ ୧୦ଟା ୧୦ ମିନିଟ ଯାଏଁ ରହିଛି ଅମୃତ ବେଳା । ଆସନ୍ତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ