ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ଝରଣା ପାଣି

ଦେବଗଡ଼: ସ୍ବାଧୀନତାର ସାତ ଦଶନ୍ଧି ପରେ ଆଜି ବି ଜିଲ୍ଲାର ଏପରି କିଛି ଗ୍ରାମ ଅଛି, ଯାହାଙ୍କ ପାଇଁ ‌ମୌଳିକ ସୁବିଧା ସାତସପନ ପାଲଟିଛି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ତିଲେଇବଣି ବ୍ଲକ୍‌ର ବାଲିଆମ ଗ୍ରାମରେ। ଉକ୍ତ ଗ୍ରାମରେ ଏବେ ବି ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ, ଜଳଯୋଗାଣ ସେମାନଙ୍କ ପାଇଁ ଅପହଂଚ ହୋଇପଡ଼ିଛି। କେନ୍ଦ୍ର ଏବଂ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ନାନା ପ୍ରକାର ଯୋଜନା କରୁଥିବା ବେଳେ ଉକ୍ତ ଗ୍ରାମରେ କେବେ ପଡ଼ିବ ବିକାଶର ଆଲୁଅ ସେ ନେଇ ଗ୍ରାମବାସୀମାନେ ଅନେଇ ବସିଛନ୍ତି। ବିଶେଷ କରି ସବୁଠାରୁ ମୂଲ୍ୟବାନ ପାଣି ପାଇଁ ଗ୍ରାମବାସୀଙ୍କ ଭରସା ହେଉଛି ପାହାଡ଼ୀ ଝରଣା। ପାନୀୟଜଳ ଯୋଗାଣ କୌଣସି ବ୍ୟବସ୍ଥା ନାହିଁ। ଏଭଳି ଦୁରବସ୍ଥାରେ ଜୀବନ କାଟୁଛନ୍ତି ବାଲିଆମ ଗ୍ରାମବାସୀ। ସୂଚନା ଅନୁଯାୟୀ, ତିଲେଇବଣି ବ୍ଲକ୍‌ର ବାଲିଆମ ଗ୍ରାମରେ ୧୦ ପରିବାର ବସବାସ କରୁଛନ୍ତି। ଗ୍ରାମକୁ ଯିବା ପାଇଁ କେବଳ ପାଦଚଲା ରାସ୍ତା ରହିଛି। ଶିକ୍ଷାର ଉପଯୁକ୍ତ ବ୍ୟବସ୍ଥା ନାହିଁ। ପିଇବାପାଣି ସମସ୍ୟା ରହିଛି। ସରକାରଙ୍କ ପକ୍ଷରୁ ପାନୀୟଜଳର କୌଣସି ବ୍ୟବସ୍ଥା ନାହିଁ। ପାହାଡ଼ୀ ଝରଣାରୁ ପାଣି ସଂଗ୍ରହ କରି ପିଉଛନ୍ତି। ବର୍ତ୍ତମାନ ଖରାଦିନେ ଝରଣା ମଧ୍ୟ ଶୁଖିଯାଇଛି। ଫଳରେ ଝରଣାରେ ଚୁଆ ଖୋଳି ସେହି ପାଣିକୁ ବ୍ୟବହାର କରୁଛନ୍ତି। ତାହା ବି ପର୍ଯ୍ୟାପ୍ତ ହେଉ ନାହିଁ। ବିଭିନ୍ନ ସମୟରେ ସେମାନଙ୍କର ସମସ୍ତ ସୁବିଧା କରାଯିବା ନେଇ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହୋଇଛି।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ