ଚନ୍ଦନ ଯାତ୍ରା, ଆଜିଠାରୁ ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର: ବୁଧବାର ଅକ୍ଷୟ ତୃତୀୟା । ଆଜିଠାରୁ ୨୨ ଦିନ ପର୍ୟ୍ୟନ୍ତ ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର କୂଳର ସମସ୍ତ ତୁଠ ହରିବୋଲ ହୁଳହୁଳିରେ କମ୍ପି ଉଠିବ । ନିଦାଘର ରୌଦ୍ର ତାପରୁ ରକ୍ଷା ପାଇବା ଲାଗି ମହାପ୍ରଭୁ ଶ୍ରୀଲିଙ୍ଗରାଜ ଏଠାରେ ନୌବିହାର ଓ ଜଳକ୍ରୀଡ଼ା କରିବେ । ସାଙ୍ଗରେ ରହିବେ ମା’ପାର୍ବତୀ, ଶ୍ରୀଦୁର୍ଗା ଏବଂ ଶ୍ରୀବାସୁଦେବ । ଏହି ମହାପର୍ବରେ ଶ୍ରୀକପିଳେଶ୍ୱର ସାମିଲ ହେଉନାହାନ୍ତି । ତେଣୁ ତାଙ୍କ ପାଇଁ ଉଦ୍ଦିଷ୍ଟ ଆସ୍ଥାନରେ ଗୁଆ ଚାଉଳ ରଖି କାମ ତୁଲାଯିବ । ମଙ୍ଗଳବାର ବିଳମ୍ବିତ ରାତି ପର୍ୟ୍ୟନ୍ତ ଚାପ ଡଙ୍ଗା ନିର୍ମାଣ ଚାଲିଥିଲା । ଚାପରେ ବେଦୀ, ବାଡ଼, ସିଂହାସନ ଓ ଖଟୁଲି ସ୍ଥାପନ କରାଯାଇଛି ବୋଲି ମହାରଣା ସେବାୟତ ବଟକୃଷ୍ଣ ମହାରଣା ଓ ସୋମନାଥ ମହାରଣା କହିଛନ୍ତି । ବୁଧବାର କେବଳ ହଂସ ସ୍ଥାପନ କରାଯାଇ କପଡ଼ା ଆବରଣ କରାଯିବ । ଅପରାହ୍ନରେ ଶ୍ରୀଜିଉମାନଙ୍କ ଚନ୍ଦନ ବିଜେ ରାସ୍ତାରୁ ଉଠାଦୋକାନୀଙ୍କୁ ଉଠାଯାଇ ଅବରୋଧ ମୁକ୍ତ କରାଯାଇଛି ।

ଆଜିର ସମସ୍ତ ପ୍ରସ୍ତୁତି କାର୍ୟ୍ୟକୁ ମନ୍ଦିର କର୍ମଚାରୀ ଦ୍ୱାରିକାନାଥ ପତି, ହେମନ୍ତ ମହାପାତ୍ର ଓ ମନୋଜ ମିଶ୍ର ତଦାରଖ କରିଥିଲେ । ବିନ୍ଦୁସାଗର ମଧ୍ୟସ୍ଥଳୀ (ଜଗତି)ରେ ସଫେଇ, ଆଲୋକୀକରଣ, ରୋଷ ଘର ଚୁଲି ମରାମତି, ଆସ୍ଥାନ ସଫେଇ ପରେ ଚୁନ ପାଣି ସିଞ୍ଚନ କରାଯାଇଛି । ମନ୍ଦିର ଆଖପାଖ ଅଞ୍ଚଳକୁ ୨୨ ଦିନ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ଆମିଷ ମୁକ୍ତ ରଖାଯିବ । ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା କର୍ମୀ ନିୟୋଜିତ ହେବେ । ନୌବିହାର ସମୟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଜଗି ରହିବେ । ଚନ୍ଦନ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ତରଫରୁ ହୋଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ ଦିନ ୧୨ ସୁଦ୍ଧା ସାହାଣମେଲା ଦର୍ଶନ ବନ୍ଦ ରହିବ । ଅପରାହ୍ନ ୩ଟାରେ ପାଲିଙ୍କି ଓ ବିମାନରେ ଫୁଲ ସଜାଯାଇ ସନ୍ଧ୍ୟା ୫ଟାରେ ବିନ୍ଦୁସାଗରକୁ ଠାକୁର ବିଜେ କରିବେ । ଶୋଭାଯାତ୍ରାରେ କଳାଛତା, ଧଳାଛତା, ତ୍ରାସ, ପାଇକ ଘଣ୍ଟ, ମେଘ ଡମ୍ବରୁ ଓ ଗୋଟିପୁଅ ନୃତ୍ୟ ପରିବେଷଣ କରାଯିବ । ସମ୍ପୂର୍ଣ୍ଣ ଶୋଭାଯାତ୍ରାକୁ ପୁଲିସ କର୍ଡନ କରି ନେବେ । ବ୍ରହ୍ମା ଘାଟ, ମଠ ଘାଟ, ମୋହିନୀ ଘାଟ ଆଦି ଦେଇ ଜଗତିକୁ ଠାକୁର ଯାତ୍ରା କରିବେ । ସେଠାରେ ଚନ୍ଦନ କୁଣ୍ଡରେ ସ୍ନାନ ସାରିବା ପରେ ଓ ମାଣ୍ଡୁଅ ପିଠା ପ୍ରସ୍ତୁତ ହୋଇ ଭୋଗରାଗ ଲାଗି ହେବ । ବିଶ୍ରାମଘାଟ ଦେଇ ଫେରି ବଡୁ, ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ତରଫରୁ ଭୋଗ ଲାଗି ହୋଇ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବାର କାର୍ୟ୍ୟକ୍ରମ ରହିଛି ।

  • Related Posts

    ଏସ୍ଆଇ ପରୀକ୍ଷା କେଳେଙ୍କାରୀ: ଆକ୍ସନ୍ ମୋଡ୍‌ରେ ଇଡି

    ବାଙ୍କୀ: ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆକ୍ସନ୍ ମୋଡ୍‌ରେ ଆସିଛି ଇଡି । ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତିଙ୍କ କଳାପଥରସ୍ଥିତ ପୈତୃକ ଘର ସମେତ ଶଙ୍କର ପୃଷ୍ଟି ଓ ସୁରେଶ ନାୟକଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ…

    Continue reading
    ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଲା ‘ୱିଣ୍ଡ ଇଣ୍ଡିଆ ୨୦୨୬’ ପୁରସ୍କାର

    ଭୁବନେଶ୍ବର: ପବନ ଶକ୍ତି କ୍ଷେତ୍ରରେ ଓଡ଼ିଶାକୁ ମିଳିଛି ଜାତୀୟସ୍ତରର ସମ୍ମାନ । ‘ୱିଣ୍ଡର୍ଜି ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ପବନ ଶକ୍ତି କ୍ଷେତ୍ରରେ ନିବେଶଜନିତ ବିପଦ ହ୍ରାସ ଓ ନେତୃତ୍ୱ ପାଇଁ ରାଜ୍ୟକୁ ‘ଲିଡରସିପ୍ ଇନ୍ ୱିଣ୍ଡ ଏନର୍ଜି ଡି-ରିସ୍କିଂ’ ପୁରସ୍କାର ପ୍ରଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ