ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’କୁ ସଂପୂର୍ଣ୍ଣ ନିଷେଧ ଦାବି

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କାର୍ଟୁନ୍ ବା ବିକୃତ ରୂପରେ ପ୍ରଦର୍ଶନକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା। ଏଭଳି ଚଳଚ୍ଚିତ୍ର, ଧାରାବାହିକ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଦେବଦେବୀଙ୍କ ବିକୃତ ଚିତ୍ରଣ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇବାକୁ ସେମାନେ ଦାବି କରିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ମତରେ, ଦାରୁବ୍ରହ୍ମ ମହାପ୍ରଭୁଙ୍କ ପବିତ୍ର ଶ୍ରୀବିଗ୍ରହକୁ କାର୍ଟୁନ୍ କିମ୍ବା ବିକୃତ ଢଙ୍ଗରେ ଦେଖାଇବା ଅତ୍ୟନ୍ତ ଗୁରୁତର ଅପରାଧ। ଏହା ସନାତନ ଧର୍ମାବଲମ୍ବୀଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ବେଦ, ଶାସ୍ତ୍ର ଓ ପରମ୍ପରାର ବିରୋଧୀ। ମହାପ୍ରଭୁଙ୍କ ଶ୍ରୀବିଗ୍ରହ ପରଂବ୍ରହ୍ମଙ୍କ ପ୍ରତ୍ୟକ୍ଷ ସ୍ୱରୂପ ହୋଇଥିବାରୁ ଏହାର ବିକୃତ ଉପସ୍ଥାପନା କ୍ଷମାଯୋଗ୍ୟ ନୁହେଁ ବୋଲି ସେ ମତ ରଖିଛନ୍ତି। ଏଭଳି ପ୍ରଦର୍ଶନ ସମାଜ ଓ ଧାର୍ମିକ ବିଶ୍ୱାସ ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ମଧ୍ୟ ସେ ସତର୍କ କରାଇଛନ୍ତି।
ଅନ୍ୟପଟେ ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟ ଏଲେ ଆନିମେସନ ପ୍ରାଇଭେଟ୍‌ ଲିଃ ଦ୍ୱାରା ନିର୍ମିତ ଏହି ଆନିମେଟେଡ୍ ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’କୁ ନେଇ କଡ଼ା ଆପତ୍ତି ଜଣାଇଛି। ପଣ୍ଡିତ ସଭା ମତରେ, ଏହି ଚଳଚ୍ଚିତ୍ରର ଉପସ୍ଥାପନା କାଳ୍ପନିକ, ଶାସ୍ତ୍ରବିରୋଧୀ, ପରମ୍ପରା ବିରୋଧୀ ଓ ଐତିହାସିକ ତଥ୍ୟର ପରିପନ୍ଥୀ। ପିଲାମାନଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ବଦଳରେ ଏଭଳି ଉପସ୍ଥାପନା ହିନ୍ଦୁ ଦେବଦେବୀଙ୍କ ସମ୍ପର୍କରେ ଭୁଲ୍ ଓ ବିକୃତ ଧାରଣା ସୃଷ୍ଟି କରିପାରେ ବୋଲି ସଭା ଆଶଙ୍କା ପ୍ରକାଶ କରିଛି। ‘ଜୟ ଜଗନ୍ନାଥ’ ଭଳି ପୂର୍ବରୁ ପ୍ରସାରିତ କେତେକ ଧାରାବାହିକକୁ ମଧ୍ୟ ଉଦାହରଣ ଭାବେ ଉଲ୍ଲେଖ କରି ମୁକ୍ତିମଣ୍ଡପ କହିଛି ଯେ ଶ୍ରୀଜଗନ୍ନାଥ ସଂସ୍କୃତିର ମୂଳ ପରମ୍ପରାକୁ ବଦଳାଇ ଉପସ୍ଥାପନ କରିବା ଗ୍ରହଣୀୟ ନୁହେଁ। ଧାର୍ମିକ ଓ ପାରମ୍ପରିକ ଦିଗରୁ ଉପଯୁକ୍ତ ଯାଞ୍ଚ ବିନା ଏଭଳି ଫିଲ୍ମକୁ ମୁକ୍ତିଲାଭ ପାଇଁ ଅନୁମତି ଦିଆଗଲେ, ଏହାର ଗୁରୁତର ପରିଣାମ ହୋଇପାରେ ବୋଲି ପଣ୍ଡିତ ସଭା କହିଛି। ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପୂର୍ଣ୍ଣ ସମର୍ଥନ କରିବା ସହ ବିବାଦୀୟ ଆନିମେଟେଡ୍ ଫିଲ୍ମକୁ ରିଲିଜ୍ ନ କରିବାକୁ ଦାବି କରିଛି। ଏନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ବିଧିବଦ୍ଧ ଭାବେ ପତ୍ର ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଅନୁରୋଧ କରାଯାଇଛି।

  • Related Posts

    MV Ocean Winner ପାରାଦୀପ ଅଣାଯାଉଛି ୨ ଚାଇନିଜ୍ କ୍ରୁ ସଦସ୍ୟ

    ମଝି ସମୁଦ୍ରରେ ଜାହାଜ ସହିତ ଘଟିଲା କଣ? କାହିଁକି ବୁଡ଼ିଗଲା MV Ocean Winner? ଖୋଲିବ ଜାହାଜ ବୁଡ଼ି ଗୁମର। ବଙ୍ଗୋପସାଗରରେ MV Ocean Winner ବୁଡ଼ିବା ଘଟଣାରେ ଆସିଛି ବଡ଼ ଖବର। ଜାହାଜରୁ ଉଦ୍ଧାର ହୋଇଥିବା ୨ ଚାଇନିଜ୍ କ୍ରୁ…

    Continue reading
    cm mohan majhi ଆଜି ଗୋପାଳପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

    ବ୍ରହ୍ମପୁର:ଗୁରୁବାର ଗୋପାଳପୁର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ଗୋପାଳପୁର ଗସ୍ତକୁ ସଫଳ, ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ