
ଦେବଗଡ:ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକର ବାସୁପାଲି ଗ୍ରାମରେ ଗତ କାଲି ରାତିରେ ଯାତ୍ରା ସିଂହବାହିନୀ ପାର୍ଟିର ନାଟକ ଏଡା ପରିବେଷଣ ସମୟରେ ହଠାତ୍ ଅସୁସ୍ଥ ହୋଇ ତଳେ ପଡିଯାଇଥିଲେ ଯାତ୍ରା କଳାକାର ପିୟୁଷ ତ୍ରିପାଠୀ।ତାଙ୍କୁ ଉଦ୍ଧାର କରାଯାଇ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରିଯାଇଥିଲା।ତାଙ୍କର ଅସୁସ୍ଥ ଖବର ଶୁଣି ଡାକ୍ତରଖାନା ମଧ୍ୟରେ ଭିଡ଼ ଜମି ଯାଇଥିଲା।ବର୍ତ୍ତମାନ ସେ ସୁସ୍ଥ ଥିବା ଜଣାପଡ଼ିଛି।ତାଙ୍କର ଅସୁସ୍ଥ ଯୋଗୁଁ ଯାତ୍ରା ବନ୍ଦ କରାଯାଇଥିଲା।




