ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଟ୍ରାକରେ ଖସି ପଡ଼ିଲେ ବ୍ୟକ୍ତି

ମୃତ୍ୟୁର ଅତି ନିକଟରେ ଥାଇ ମଧ୍ୟ ଜଣେ ବ୍ୟକ୍ତି ବର୍ତ୍ତି ଯାଇଛନ୍ତି। ସତେ ଯେମିତି ତାଙ୍କୁ ମିଳିଛି ନୂଆ ଜୀବନ। ବ୍ୟକ୍ତି ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ହଠାତ୍‌ ଟ୍ରାକରେ ଖସି ପଡ଼ିଥିଲେ। ଟ୍ରେନ ମଧ୍ୟ ତାଙ୍କ ଉପରେ ଅତିକ୍ରମ କରି ଯାଇଥିଲା। ହେଲେ ସୌଭାଗ୍ୟବଶତଃ ବ୍ୟକ୍ତି ଜଣଙ୍କ ସଂପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଟ୍ରାକ ନିକଟରୁ ଉଦ୍ଧାର ହୋଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବିହାରର ସମସ୍ତିପୁର ସ୍ଥିତ ଗୋଟିଏ ରେଳବାଇ ଷ୍ଟ୍ରେସରେ ପୂରା ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତି ଜଣଙ୍କ ଗୋଟିଏ ବ୍ୟାଗ ଧରି ବିହାର ସମ୍ପର୍କ କ୍ରାନ୍ତୀ ଏକ୍ସପ୍ରେସରେ ଚଢ଼ୁଥିଲେ। ଟ୍ରେନଟି ପ୍ଲାଟଫର୍ମ ଛାଡ଼ୁଥିବା ବେଳେ ସେ ଚଢ଼ିବାକୁ ଚେଷ୍ଟା କରିଥିଲେ। ହେଲେ ଅସାବଧାନତା ଯୋଗୁ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ରେଳ ଟ୍ରାକରେ ଖସି ପଡ଼ିଥିଲେ। ଏଥିଯୋଗୁ ବ୍ୟକ୍ତି ଜଣଙ୍କ ଟ୍ରେନ ଓ ପ୍ଲାଟଫର୍ମ କାନ୍ଥ ମଧ୍ୟରେ ଫସି ରହି ବାହାରକୁ ବାହାରି ପାରି ନଥିଲେ।

ଭିଡିଓରେ ଦେଖିବାକୁ ମିଳୁଛି ଯେ ଟ୍ରେନଟି ପ୍ଲାଟଫର୍ମରୁ ଛାଡ଼ୁଛି। ଏତିକି ବେଳେ ଟ୍ରାକରେ ଫସି ରହିଥିବା ଜଣେ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଲୋକମାନେ ଚେଷ୍ଟା କରୁଛନ୍ତି। କିନ୍ତୁ ଆଉ ଜଣେ ବ୍ୟକ୍ତି ସମସ୍ତଙ୍କୁ ଟ୍ରେନ ଠାରୁ ଦୂରେଇ ରହିବାକୁ କହୁଛନ୍ତି। ଟ୍ରେନଟି ଷ୍ଟେସନରୁ ଚାଲି ଯିବା ପରେ ଜଣେ ବ୍ୟକ୍ତି ପ୍ଲାଟଫର୍ମ କାନ୍ଥକୁ ଲାଗି ରହି ତଳେ ପଡ଼ିଥିବା ଦେଖିବାକୁ ମିଳିଥିଲା।

  • Related Posts

    ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ

    ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…

    Continue reading
    ଏସଇବିସି କମିଶନ ଗଠିତ : ଅବସରପ୍ରାପ୍ତ ବିଚାରପତି ପ୍ରମଥ ହେଲେ ଅଧ୍ୟକ୍ଷ

    ଭୁବନେଶ୍ୱର, ୭ ।୧୦ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାଗୁଡିକରେ (ପଞ୍ଚାୟତ ଓ ପୌରାଞ୍ଚଳ) ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା, ସେମାନଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ