ଚୁଲିରେ ପଡ଼ି ୪ ବର୍ଷର ଶିଶୁପୁତ୍ର ମୃତ

ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ଅନ୍ତର୍ଗତ ପାରେଶ୍ୱରପୁର ଗ୍ରାମର ମଦନ ସୁନ୍ଦର ପ୍ରଧାନ ବାପାଙ୍କର ଶୁକ୍ରବାର ଶ୍ରାଦ୍ଧବାର୍ଷିକୀ ଭୋଜି ପାଇଁ ରୋଷେଇ ହେଉଥିଲା। ମଦନଙ୍କ ଏକମାତ୍ର ପୁତ୍ର ଓଁକାର ପ୍ରଧାନ(୪) ରୋଷେଇ ହେଉଥିବା ବେଳେ ଅସାବଧାନତା ଯୋଗୁ ପଛୁଆ ଖେଳି ଖେଳି ଯାଇ ଚୁଲିରେ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲା ଚିକିତ୍ସାଳୟରେ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଆଇସିୟୁ ଭେଣ୍ଟିଲେଟର ଚିକିତ୍ସା ଚାଲିଥିବା ବେଳେ ମୃତ୍ୟୁ ହୋଇଥିଲା। ମଙ୍ଗଳାବାଗ ପୋଲିସ ମେଡିକାଲରେ ପହଞ୍ଚି ମୃତ ଶିଶୁକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ କରାଯାଇଛି ବୋଲି ପରିବାର ସୂତ୍ରରୁ କୁହାଯାଇଛି। ଏ ନେଇ ପରିବାର ପକ୍ଷରୁ ଅତିରିକ୍ତ ତହସିଲଦାର ପ୍ରଭଞ୍ଜନ ମିଶ୍ରଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ସ୍ଥାନୀୟ ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ରିପୋର୍ଟ କରିଛନ୍ତି।

  • Related Posts

    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading
    ବନ୍ୟା ପୀଡ଼ିତଙ୍କୁ ରିଲିଫ୍ ବାଣ୍ଟିଲେ ପୋଲିସ କମିଶନର

    ଖୋର୍ଦ୍ଧା: ବନ୍ୟା ପ୍ରଭାବିତ ଅଂଚଳରେ ପୋଲିସ କମିଶନରଙ୍କ ରିଲିଫ ବଣ୍ଟନ। ପୋଲିସ କମିସନର ଏସ୍ ଦେବଦତ୍ତ ସିଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପମ୍ପାଲୋ ପଞ୍ଚାୟତର ଟିଙ୍କିପଡା ଗାଁରେ ରିଲିଫ ବଣ୍ଟନ କରିଛନ୍ତି। ଏହି ଅବସରରେ ବନ୍ୟା ପ୍ରଭାବିତଙ୍କ ସହ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ