ଛାତ୍ରଙ୍କ ଉପରେ ଲାଠି ଗଣତାନ୍ତ୍ରିକ ରାଷ୍ଟ୍ରପାଇଁ ଅପମାନ : ଭକ୍ତ

ଭୁବନେଶ୍ୱର: ଅଖିଳ କଂଗ୍ରେସ କମିଟିର ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ତଥା କଂଗ୍ରେସର ସର୍ବମାନ୍ୟ ନେତା ରାହୁଳ ଗାନ୍ଧୀଙ୍କ ସହ କଂଗ୍ରେସ ଦଳର ସାଂସଦ ଓ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀଙ୍କ ସହିତ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରେ ବର୍ବର ତାନାସାହି ଆକ୍ରମଣ ଉପରେ କାର୍ଯ୍ୟାନୁଷ୍ଠାନ ଦାବୀ ନେଇ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ପ୍ରତିବାଦ କରିଥିଲେ l ସେଇ ପରିପେକ୍ଷୀରେ ଦେଶର ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ପିସିସି ସଭାପତି ମାନଙ୍କ ନେତୃତ୍ୱରେ ସରକାରଙ୍କ ଛାତ୍ର ମାରଣ ନୀତି ବିରୋଧରେ ପ୍ରତିବାଦ କରାଯାଇଛି l

ଓଡିଶା ରାଜଭବନ ସମ୍ମୁଖରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ସରକାରଙ୍କ ବିରୋଧରେ ପ୍ରତିବାଦ କରାଯାଇ ଶିକ୍ଷାମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା, ଛାତ୍ରଙ୍କ ପରୀକ୍ଷାକୁ ନେଇ ସଂସଦରେ ସମ୍ପୂର୍ଣ ଏକ ଆଲୋଚନା ଓ ଛାତ୍ରଙ୍କ ବିରୋଧରେ ଦାୟର କରାଯାଇଥିବା ଏତଲାକୁ ରଦ୍ଦ କରିବା ପାଇଁ ତିନିଗୋଟି ଦାବୀ କରା ଯାଇଥିଲା l
ଏଇ ପ୍ରତିବାଦ ସଭାରେ ପିସିସି ସଭାପତି ଗଣମାଧ୍ୟମକୁ କହିଥିଲେ ଯେ, ଛାତ୍ରଙ୍କ ଉପରେ ଲାଠି ଗଣତାନ୍ତ୍ରିକ ରାଷ୍ଟ୍ରପ୍ରତି ଅପମାନ l ଆମ ନେତା ରାହୁଳ ଗାନ୍ଧୀଙ୍କ ନେତୃତ୍ୱରେ ଛାତ୍ରଙ୍କ ଅଧିକାର ପାଇଁ ଦେଶବ୍ୟାପୀ “ଛାତ୍ରୋଂ କି ଗୁଞ୍ଜ” ବିରାଟ କାର୍ଯ୍ୟକ୍ରମ ଚାଲିଛି l ଛାତ୍ରଙ୍କ ଭବିଷ୍ୟତ ସହିତ କୌଣସି ପ୍ରକାର ସାଲିସ କଂଗ୍ରେସ କରିବ ନାହିଁ ଯଦି ଆଗକୁ ଆମ ଦାବୀ ସରକାର ରକ୍ଷା କରିବ ନାହିଁ ତେବେ ଆନ୍ଦୋଳନକୁ ରାଜରାସ୍ତାରେ ବ୍ୟାପକ କରାଯିବ ବୋଲି କହିଛନ୍ତି l
ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପିସିସି ସଭାପତି ଶ୍ରୀ ଦାସଙ୍କ ସହ ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ବିଧାୟକ ତାରା ପ୍ରସାଦ ବାହିନୀପତି, କଂଗ୍ରେସ ନେତା ଶିବାନନ୍ଦ ରାୟ, ବିଧାୟକ ରାଜନ ଏକ୍କା, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ୟାଶୀର ନାୱାଜ, ସୁଦର୍ଶନ ଦାସ, ମାନସ ମଲ୍ଲିକ, ହଳଧର ସେଠୀ, ମନୋରଞ୍ଜନ ଦାସ, ଅମିତା ବିଶ୍ୱାଳ, ରାଜୀବ ପଟ୍ଟନାୟକ, ବିଭୁତି ଭୂଷଣ ମହାପାତ୍ର, ଅଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

  • Related Posts

    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading
    ଚାମେଲିଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ, ହେଲେ ଫଳାଫଳ ଘୋଷଣା ହେବନାହିଁ

    କେନ୍ଦ୍ରାପଡ଼ା: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ହେବ କିନ୍ତୁ ନ୍ୟାୟାଳୟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ଫଳାଫଳ ଘୋଷଣା ହେବ ନାହିଁ । ଗତ ଜୁଲାଇ ୨୭ ତାରିଖ ଦିନ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୱାର୍ଡ ସଭ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ