ଛାତ୍ର ସଂସଦ ନିର୍ବାଚନ: ମଡେଲ ଡିଗ୍ରୀ କଲେଜରେ ସ୍ବୟଂପ୍ରିତ,ପଳସମା କଲେଜରେ ଟିନା ଓ କ‌ଲା କ‌ଲେଜରେ ଶିଖା ସଭାପତି ଭାବେ ନିର୍ବାଚିତ

ଦେବଗଡ଼:ଦେବଗଡ ଜିଲ୍ଲାରେ ମଡେଲ ଡିଗ୍ରି କଲେଜ,ପଳସମା‌ କ‌ଲେଜ ଓ କଲା ପଞ୍ଚାୟତ ଡିଗ୍ରି କଲେଜରେ ଶାନ୍ତିଶୃଙ୍ଖଳା ସହ ଛାତ୍ରସଂସଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା।ଉକ୍ତ ୩ କଲେଜରେ ପ୍ରଥମ ଥର ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବାବେ‌ଳେ ଭୋଟ ଗ୍ରହଣ ସମୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ଦେବଗଡ଼ ମଡେଲ ଡିଗ୍ରି କଲେଜରେ ସଭାପତି ପଦ ପାଇଁ ୩ ଜଣ, ଉପସଭାପତି ପାଇଁ ୨ ଜଣ ତଥା ସାଧାରଣ ସଂପାଦକ ପଦ ପାଇଁ ୩ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିଲେ।ମଡେଲ ଡିଗ୍ରୀ କଲେଜରେ ୬୬୫ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୫୦୪ ଜଣ ଛାତ୍ରଛାତ୍ରୀ ଭୋଟ ଦେଇଥିଲେ।ସଭାପତି ପଦ ପାଇଁ ସ୍ବୟଂପ୍ରୀତ ସାହୁ,ସୌମ୍ୟଜିତ ପାଣି,ଦିବ୍ୟଜ୍ୟୋତି ବେହେରା ନିର୍ବାଚନ ମଇଦାନରେ ଥିଲେ। ସ୍ବୟଂପ୍ରୀତ ୨୫୮ ଖଣ୍ଡ ଭୋଟ ପାଇଥିବାବେଳେ ଦିବ୍ୟଜ୍ୟୋତି ୧୭୨ ଖଣ୍ଡ ଭୋଟ ଓ ସୌମ୍ୟଜିତ ୭୧ ଖଣ୍ଡ ଭୋଟ ପାଇଥିଲେ।ନିର୍ବାଚନରେ ସ୍ବୟଂପ୍ରୀତ ବିଜୟୀ ହୋଇଥିଲେ।ଉପସଭାପତି ପଦ ପାଇଁ ବାଦଲ ପ୍ରଧାନ ଓ ସମ୍ବିତ ସ୍ବାଇଁ ନିର୍ବାଚନ ମଇଦାନରେ ଥିଲେ। ସମ୍ବିତ ୩୪୮ ଖଣ୍ଡ ଭୋଟ ପାଇଥିବାବେଳେ ବାଦଲ୧୩୮ ଖଣ୍ଡ ଭୋଟ ପାଇଥିଲେ। ନିର୍ବାଚନରେ ସମ୍ବିତ ବିଜୟୀ ହୋଇଥିଲେ। ସେହିପରି ସାଧାରଣ ସଂପାଦକ ପଦ ପାଇଁ ରଞ୍ଜିତ ବେହେରା, ଚେରିସ୍ମା ସ୍ବାଇଁ ଓ ରେଣୁବାଳା ନାୟକ ନିର୍ବାଚନ ମଇଦାନରେ ଥିଲେ। ରଞ୍ଜିତ ୨୪୦ ଖଣ୍ଡ ଭୋଟ ପାଇଥିବାବେଳେ ଚେରିସ୍ମା ୧୬୮ ଖଣ୍ଡ ଭୋଟ ଓ ରେଣୁବାଳା ନାଏକ ୮୭ ଖଣ୍ଡ ଭୋଟ ପାଇଥିଲେ।ନିର୍ବାଚନରେ ରଞ୍ଜିତ ବିଜୟୀ ହୋଇଥିଲେ।ଅନ୍ୟପଟେ ରିଆମାଳ ବ୍ଲକ ପଳସମା‌ କ‌ଲେଜରେ ସଭାପତି ପଦ ପାଇଁ ୨ ଜଣ ଓ ଉପସଭାପତି ପଦ ପାଇଁ ୨ ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ରହିଥିଲା। କଲେଜରେ ୧୩୧ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୯୫ଜଣ ଛାତ୍ରଛାତ୍ରୀ ଭୋଟ ଦେଇଥିଲେ।ସଭାପତି ପଦ ପାଇଁ ବିଷ୍ଣୁପ୍ରିୟା ବେହେରା ଓ ଟିନା ବସନ୍ତରାଙ୍କ ମଧ୍ୟରେ ନିର୍ବାଚନ ହୋଇଥିଲା।ବିଷ୍ଣୁପ୍ରିୟା ୪୪ ଖଣ୍ଡ ଭୋଟ ପାଇଥିବାବେଳେ ଟିନା ୪୮ ଖଣ୍ଡ ଭୋଟ ପାଇଥିଲେ।ତେବେ ଟିନା ନିର୍ବାଚନରେ ବିଜୟୀ ହୋଇଥିଲେ।ଏହାସହିତ ସଭାପତି ପଦ ପାଇଁ ନିର୍ବାଚନରେ ୩ଟି ଭୋଟ ନାକଚ ହୋଇଥିଲା।ଉପସଭାପତି ପଦ ପାଇଁ ସବ୍ୟସାଚୀ ମାଝି ଓ କାଜଲ ଦୀପ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।କାଜଲ ୫୬ ଖଣ୍ଡ ଭୋଟ ପାଇଥିବାବେଳେ ସବ୍ୟସାଚୀ ୩୯ ଖଣ୍ଡ ଭୋଟ ପାଇଥିଲେ।କାଜଲ ୧୭ ଖଣ୍ଡ ଭୋଟରେ ଅ‌ାଗୁଆ ରହି ବିଜୟୀ ହୋଇଥିଳେ।ଟିନା ବିଜେଡି ସମର୍ଥିିତ ପ୍ରାର୍ଥୀ ଥିବାବେଳେ କାଜଲ ଏବିଭିପି ସମର୍ଥିତ ପ୍ରାଥୀ ଥିବା ଜଣାପଡିଛି।ସେହିପରି ବାରକୋଟ ବ୍ଲକର କଲା ପଞ୍ଚାୟତ ଡିଗ୍ରି କଲେଜରେ ସଭାପତି ପଦ ପାଇଁ ୪ ଜଣ,ଉପସଭାପତି ପଦ ପାଇଁ ୨ ଜଣ,ସାଧାରଣ ସଂପାଦକ ପଦ ପାଇଁ ୨ ଜଣଙ୍କ ମଧ୍ୟରେ ସିଧାସଳଖ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା।ନିର୍ବାଚନରେ ୫୪୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୩୯ ଛାତ୍ରଛାତ୍ରୀ ଭୋଟ ଦେଇଥିଲେ।ସଭାପତି ପଦ ପାଇଁ ସୁବସ୍ମିତା ମହନ୍ତ,ନୂଆଜାନି ପ୍ରଧାନ,ଶିଖା ସାହୁ ଓ ଜସ୍ମିନ ନାଏକ,ଉପସଭାପତି ପଦ ପାଇଁ ରାଜା ଶବର ଓ ମୋହିତ ନାଏକ ଏବଂ ସାଧାରଣ ସଂପାଦକ ପଦ ପାଇଁ ସସ୍ମିତା କା‌ଲୋ ଓ ବର୍ଷାରାଣୀ ପ୍ରଧାନ ନିର୍ବାଚନ ମଇଦାନରେ ରହିଥିଲେ।ନିର୍ବାଚନରେ ସଭାପତି ପଦ ପାଇଁ ଶିଖା ସାହୁ,ଉପସଭାପତି ପଦ ପାଇଁ ମୋହିତ ନାଏକ ଏବଂ ସାଧାରଣ ସଂପାଦକ ପଦ ପାଇଁ ସସ୍ମିତା କା‌ଲୋ ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ।ସଭାପତି ପଦରେ ବିଜୟୀ ହୋଇଥିବା ଶିଖା ବିଜେଡି ସମର୍ଥିତ ପ୍ରାର୍ଥୀ ଥିବାବେଳେ ଉପସଭାପତି ପଦ ପାଇଁ ବିଜୟୀ ହୋଇଥିବା ମୋହିତ ଏବଂ ସାଧାରଣ ସଂପାଦକ ପଦ ପାଇଁ ବିଜୟୀ ହୋଇଥିବା ସସ୍ମିତା ଏବିଭିପି ସମର୍ଥିତ ପ୍ରାର୍ଥୀ ଥିବା ଜଣାପଡିଛି।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି