ଜଗା ସାହୁକୁ ଏନକାଉଣ୍ଟର: ୯ ଦିନ ଭିତରେ ବ୍ରହ୍ମପୁରରେ ୩ ଏନ୍‌କାଉଣ୍ଟର

ବ୍ରହ୍ମପୁର: ଅପରାଧ ଦମନ ପାଇଁ ପୁଲିସର କଡ଼ା ଆକ୍ସନ୍। ୯ ଦିନ ଭିତରେ ବ୍ରହ୍ମପୁରରେ ୩ ଏନ୍‌କାଉଣ୍ଟର। ଅପରାଧି ଜଗାକୁ ଏନ୍କାଉଣ୍ଟର କଲା ପୁଲିସ। ସୁକୁଣ୍ଡାରେ ଲୁଚିଥିବା ବେଳେ ପୁଲିସ ସହ ମୁହାଁମୁହିଁ। ପୁଲିସ ଉପରକୁ ବୋମା ପିଙ୍ଗି ଖସିଯାଉଥିଲା ଜଗା। ପୁଲିସ ପାଲଟା ଜବାର ଜଗା ସାହୁ ଆହତ ହୋଇଛି। ଏବେ ଏମ୍କେସିଜି ମେଡିକାଲରେ ଆହତ ଅବସ୍ଥାରେ ଚିକିତ୍ସତ ହେଉଛି ଜଗା। ମଙ୍ଗଳାକୁ ଖଣ୍ଡାରେ ହାଣି ଫେରାର ହୋଇଥିଲା।
ସୂଚନା ଅନୁଯାୟୀ, ରବିବାର ରାତି ୯ଟାରେ ମଙ୍ଗଳା ବେହେରା ଅମ୍ବିକା ନଗର ଛକରେ ଥିବା ଫାଷ୍ଟଫୁଡ୍ ଦୋକାନକୁ ଯାଇଥିଲେ । ତିନିଜଣ ଯୁବକ ଆସି ଖଣ୍ଡାରେ ହାଣିଥିଲେ । ରକ୍ତାକ୍ତ ଅବସ୍ଥାରେ ମଙ୍ଗଳାଙ୍କୁ ଉଦ୍ଧାର କରି ଏମ୍‌କେ ସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତର ପ୍ରକାଶ କରିଛନ୍ତି । ମଙ୍ଗଳାଙ୍କ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ୨୫ ଚୋଟ ପଡ଼ିଛି । ଏମ୍‌କେ ସିଜିରେ ବ୍ରହ୍ମପୁର ଏସ୍ପି ଡା. ସରବଣା ବିବେକ ଏମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମଙ୍ଗଳାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରି ଅଭିଯୁକ୍ତଙ୍କ ସମ୍ପର୍କରେ ବୁଝିଥିଲେ। ପୁଲିସ ତୁରନ୍ତ ବିଭିନ୍ନ ଜାଗାରେ ଚଢ଼ଉ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ସୂଚନା ମିଳିଛି । ସପ୍ତାହକ ପୂର୍ବରୁ ମଙ୍ଗଳା ଜାମିନ୍‌ରେ ଜେଲ୍‌ରୁ ମୁକୁଳିଥିଲେ । ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଏସ୍ପି କହିଛନ୍ତି ।
ତେ​‌ବେ ମଙ୍ଗଳା ବେହେରାକୁ ଆକ୍ରମଣ ମାମଲାରେ ସଂପୃକ୍ତ ଥିବା ଅପରାଧି ଜଗାକୁ ଏନ୍‌କାଉଣ୍ଟ କରିଛି ପୁଲିସ। ଜଗାର ଦୁଇ ଆଣ୍ଠୁରେ ଗୁଳି ବାଜିଥିବାରୁ ତାକୁ ଆହତ ଅବସ୍ଥାରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେ ମଙ୍ଗଳାଙ୍କୁ କ’ଣ ପାଇଁ ଆକ୍ରମଣ କରିଥିଲେ ସୁସ୍ଥ ହେବା ପରେ ଜଣାପଡିବ ବୋଲି ସୂଚନା ମିଳିଛି। ଏହି ମାମଲାରେ ସଂପୃକ୍ତି ଥିବା ଅନ୍ୟ ଅଭିଯକ୍ତୁଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।
ପ୍ରକାଶ ଯୋଗ୍ୟ ଯେ, ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ ପୁଲିସ ଏନକାଉଣ୍ଟର କରିଥିଲା। ଦିପୁନାନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଏହାପରେ ୨୦ ତାରିଖରେ ବ୍ରହ୍ମପୁର ଗିରିରୋଡରେ ଉମେଶ ରଥଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ମୁକେଶ ସାହୁକୁ ପୁଲିସ ଏନକାଉଣ୍ଟର କରିଥିଲା

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

    ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ