ଜନ୍ତର ମନ୍ତରରେ ଏକାଠି ସିଜେପିର 8 ହଜାର ସମର୍ଥକ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ କକରୋଚ ଜନତା ପାର୍ଟିର ଆନ୍ଦୋଳନ ୨୩ ତମ ଦିନରେ ପହଞ୍ଚିଛି । ଆଜି ହଜାର ହଜାର ଆନ୍ଦୋଳନକାରୀ ପୋଲିସ ନିର୍ଦ୍ଦେଶକୁ ଅମାନ୍ୟ କରି ସଂସଦ ଅଭିମୁଖେ ବାହାରିଛନ୍ତି । ନିଟ୍‌ ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଚଲୋ ସଂସଦ ଆହ୍ବାନ ଦେଇଛି ସିଜେପି । ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଯନ୍ତର ମନ୍ତରରେ ପ୍ରାୟ ୮ ହଜାର ଆନ୍ଦୋଳନକାରୀ ଏକତ୍ରିତ ହୋଇଥିବା ଦିଲ୍ଲୀ ପୋଲିସ କହିଛି ।

ସେପଟେ ଆରଜେଡି ସାଂସଦ ମନୋଜ ଝା, ସିପିଆଇ ସାଂସଦ ରାଜା ରାମ ସିଂ, ଅମରାମ, ଶବାନା ଆଜମୀ, ପ୍ରକାଶ ରାଜ ଏବଂ ଯୋଗେନ୍ଦ୍ର ଯାଦବ ସୋମବାର ସକାଳେ ଜନ୍ତର ମନ୍ତରରେ ପହଞ୍ଚି ଅଲ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AISA) ଛାତ୍ରଛାତ୍ରୀଙ୍କୁ ଅନଶନ ଭାଙ୍ଗିବାକୁ ନିବେଦନ କରିଛନ୍ତି ।
ଜନ୍ତର ମନ୍ତର ଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ ବ୍ୟାରିକେଡ୍ ବାହାରେ ମଧ୍ୟ ଶତାଧିକ ଲୋକ ଏକତ୍ରିତ ହୋଇଛନ୍ତି। ଦିଲ୍ଲୀ ପୋଲିସ ଅତିରିକ୍ତ କର୍ମଚାରୀ ମୁତୟନ କରିବା ସହ କେତେକ ସ୍ଥାନରେ ବ୍ୟାରିକେଡଗୁଡିକୁ ୱେଲ୍ଡିଂ କରିଛି । ଦିଲ୍ଲୀର ପ୍ରମୁଖ ପ୍ରବେଶ ପଥଗୁଡିକରେ ଗାଡି ଯାଞ୍ଚକୁ କଡ଼ାକଡ଼ି କରିଛି ପୋଲିସ।

ଆଜି ସକାଳେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଥିଲେ ଯେ ‘‘ଭାରତ ଇତିହାସର ସବୁଠାରୁ ବଡ ଶୋଭାଯାତ୍ରା ହେବାକୁ ଯାଉଛି। ବିଗତ ୧୦ ରୁ ୧୨ ବର୍ଷ ଧରି ଏହି ଦେଶରେ ଗଣତନ୍ତ୍ରକୁ ଧ୍ୱଂସ କରିବା ପାଇଁ ଚେଷ୍ଟା କରାଯାଉଛି’’।

ଶନିବାର ସ୍ୱାସ୍ଥ୍ୟବସ୍ଥା ବିଗିଡିଯିବା ପରେ ଜନ୍ତର ମନ୍ତରରୁ ସଫଦରଜଙ୍ଗ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ସମାଜସେବୀ ସୋନମ ୱାଙ୍ଗଚୁକ୍ ହସ୍ପିଟାଲରୁ ଏକ ବାର୍ତ୍ତା ଜାରି କରି ସମର୍ଥକମାନଙ୍କୁ ଆଜିର ଶୋଭାଯାତ୍ରାରେ ଭାଗ ନେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଚଲୋ ସଂସଦ ଶୋଭାଯାତ୍ରା ପରେ ମଧ୍ୟ ତାଙ୍କର ଅନଶନ ଜାରି ରହିବ । ଶିକ୍ଷା ବ୍ୟବସ୍ଥାରେ ବିଫଳତା ପାଇଁ ସରକାର ଦାୟିତ୍ୱ ଗ୍ରହଣ କଲେ କିମ୍ବା ରାଜନୈତିକ ନେତାମାନେ ସଂସଦରେ ଏହି ପ୍ରସଙ୍ଗ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଲେ ହିଁ ସେ ଅନଶନ ଭାଙ୍ଗିବେ।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ହାତଲେଖା ଚିଠିରେ ୱାଙ୍ଗଚୁକ କହିଛନ୍ତି, ‘‘ଆପଣମାନଙ୍କ ମଧ୍ୟରୁ ଅନେକ ପଚାରିଛନ୍ତି ଯେ ମୁଁ କେବେ ମୋର ଅନଶନ ଶେଷ କରିବି। ସମର୍ଥକମାନଙ୍କୁ ପୂର୍ବରୁ କହିଥିବା ଅନୁଯାୟୀ ଯଦି ସରକାର ଶିକ୍ଷା ବ୍ୟବସ୍ଥାରେ ସାମ୍ପ୍ରତିକ ବିଫଳତା, ପ୍ରଶ୍ନପତ୍ର ଲିକ୍ ଇତ୍ୟାଦି ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ତେବେ ମୁଁ ଜୁଲାଇ ୨୦ ରେ ମୋର ଅନଶନ ଶେଷ କରିବି…’’ । ଯଦି ତାହା ନହୁଏ ତେବେ ଅନଶନ ଜାରି ରହିବ ବୋଲି ସୋନମ କହିଛନ୍ତି।

ଆଜିଠାରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଜାତୀୟ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଦିଲ୍ଲୀ ପୋଲିସ ବିଏନଏସଏସର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରିଛି । ସିଜେପିର ସଂସଦ ଶୋଭାଯାତ୍ରାକୁ ସ୍ପଷ୍ଟ ଭାବେ ମନା କରିଦେଇଛି। ଡେପୁଟି କମିଶନର ଅଫ୍ ପୋଲିସ ସଚିନ ଶର୍ମାଙ୍କ ଦ୍ୱାରା ଜାରି ସରକାରୀ ବିବୃତି ଅନୁଯାୟୀ, ସିଜେପି ଶୋଭାଯାତ୍ରା କିମ୍ବା ସମାବେଶ ପାଇଁ କୌଣସି ଅନୁମତି ମାଗି ନଥିଲା କିମ୍ବା ପାଇ ନଥିଲା। ଯନ୍ତର ମନ୍ତର ଠାରେ ଚାଲିଥିବା ଅନଶନ ଶିବିର ଏହାର ପ୍ରାରମ୍ଭିକ ଗୋଟିଏ ଦିନର ଅନୁମତି ସୀମା ଅତିକ୍ରମ କରିସାରିଛି ଏବଂ ନୂତନ ଭାବେ କୌଣସି ଅନୁମତି ନିଆଯାଇ ନାହିଁ । ଯାହାଫଳରେ ଏହି ଆନ୍ଦୋଳନ ଏବେ ବେଆଇନ ହୋଇଛି। ନୂଆଦିଲ୍ଲୀ, ସେଣ୍ଟ୍ରାଲ ଦିଲ୍ଲୀ ଏବଂ ଉତ୍ତର ଦିଲ୍ଲୀର କେତେକ ଅଞ୍ଚଳରେ ବହୁସ୍ତରୀୟ ବ୍ୟାରିକେଡ୍, ବର୍ଦ୍ଧିତ ସ୍ପେଶାଲ ସର୍ଭେଲାନ୍ସ, ଆଣ୍ଟି-ସାବୋଟେଜ୍ ଚେକିଂ ଏବଂ ଚବିଶ ଘଣ୍ଟିଆ ପେଟ୍ରୋଲିଂ କରାଯାଇ ଅନେକ ପ୍ରବେଶ ପଥକୁ ହାଇ-ସିକ୍ୟୁରିଟି ଜୋନରେ ପରିଣତ କରାଯାଇଛି ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

  • Related Posts

    ଆଶାରାମ ବାପୁଙ୍କୁ ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ

    ନୂଆଦିଲ୍ଲୀ: ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ଜଣେ ନାବାଳିକା ବଳାତ୍କାର ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କୁ ସୁପ୍ରିମକୋର୍ଟ ବର୍ତ୍ତମାନ ପାଇଁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି। ୮୫ ବର୍ଷୀୟ ବୃଦ୍ଧ ସ୍ବାସ୍ଥ୍ୟଗତ ସମସ୍ୟା…

    Continue reading
    ଘର ଭୁଶୁଡ଼ି ଗୋଟିଏ ପରିବାରର ୬ ମୃତ

    ପ୍ରତାପଗଡ: ଉତ୍ତର ପ୍ରଦେଶର ପ୍ରତାପଗଡ଼ ଜିଲ୍ଲାର ମହୁଲି ବଜାର ଅଞ୍ଚଳରେ ଗୁରୁବାର ଭୋର ସମୟରେ ପ୍ରବଳ ବର୍ଷା ଯୋଗୁଁ ଏକ ପୁରୁଣା କୋଠା ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ କୋମଳମତି ଶିଶୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ