ଜ଼ିଲ୍ଲାସ୍ତରୀୟ ଛାୟା ସଂସଦ କାର୍ଯ୍ୟକ୍ରମ: ଦୀପିକା ଓ ତରଣୀସେନ ରାଜ୍ୟସ୍ତରକୁ ମନୋନୀତ

ସମଗ୍ର ଶିକ୍ଷା ଦେବଗଡ଼ ଆନୁକୂଲ୍ୟରେ ଆଜି ସ୍ଥାନୀୟ ବିଜୁ ପଟ୍ଟନାୟକ ଅଡିଟରିୟମ ପରିସରରେ ଜ଼ିଲ୍ଲା ସ୍ତରୀୟ ଛାୟା ସଂସଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅତିରିକ୍ତ ଜ଼ିଲ୍ଲାପାଳ ରେବେକା ବିଲୁଙ୍ଗ,ସଂମ୍ମାନିତ ଅତିଥି ଜ଼ିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର, ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ଜ଼ିଲ୍ଲା ସ୍ତରରୁ ଆରମ୍ଭ ହୋଇଥିବା ଛାୟା ସଂସଦ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କ ନେତୃତ୍ୱର ବିକାଶ ହୋଇପାରିବ ବୋଲି ମତ ଦେଇଥିଲେ। କାର୍ଯ୍ୟକ୍ରମକୁ ପ୍ରଜ୍ଞା ପରିମିତା ପ୍ରଧାନ ପରିଚାଳନା ପରିଚାଳନା କରିଥିଲେ।ସୁଗୁଡା ସି.ଆର.ସି.ସି. ପ୍ରାଣବନ୍ଧୁ ଘଡେଇ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କାଦମ୍ବିନୀ ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ।ଯୋଜନା ତଥା ଶୈକ୍ଷିକ ତତ୍ତ୍ୱ ସଂଯୋଜକ ତପନ କୁମାର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ।ପ୍ରତିଯୋଗିତା ରେ ପାଞ୍ଚୋଟି ପି.ଏମ.ଶ୍ରୀ ବିଦ୍ୟାଳୟ ରୁ ଚୟନ ହୋଇ ଆସିଥିବା ୮୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ।କାର୍ଯ୍ୟକ୍ରମକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇ ପ୍ରଥମ ପର୍ଯ୍ୟାୟରୁ ୨୪ ଛାତ୍ର ଛାତ୍ରୀମାନଙ୍କୁ ଚୟନ କରାଯାଇଥିଲା। ତାପରେ ସେମାନଙ୍କୁ ୨ଟି ଦଳ ଯଥା ଶାସକ ଓ ବରୋଧୀ ଦଳ ରେ ବିଭକ୍ତ କରାଯାଇ ଶିକ୍ଷା ସ୍ୱାସ୍ଥ୍ୟ ଓ ପରିବେଶ ର ସମସ୍ୟା କୁ ନେଇ ତର୍କ ଅନୁଷ୍ଠିତ ହୋଇଥିଲା।ବିଚାରକ ଭାବେ ଦେବଗଡ଼ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ତନ୍ମୟୀ ମହାନ୍ତି , ବୁଢାପାଳ ମହା ବିଦ୍ୟାଳୟ ଅଧ୍ୟାପକ ଡ଼. ଭାରତ ଭୂଷଣ ନନ୍ଦ, ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଦାୟିତ୍ୱ ବହନ କରିଥିଲେ।ବରିଷ୍ଠ ଶିକ୍ଷକ ହିମାଂଶୁ ଶେଖର ଦେହୁରୀ ପ୍ରତିଯୋଗିତାର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।ପ୍ରତିଯୋଗିତା ରୁ ପି.ଏମ. ଶ୍ରୀ ଅପୂର୍ଵ ଉଚ୍ଚ ବିଦ୍ୟାଳୟ ଛାତ୍ର ତରଣୀସେନ ବିଶ୍ୱାଳ ଓ ପି. ଏମ. ଶ୍ରୀଗୋହିରା ନୋଡାଲ ଉଚ୍ଚ ରେଙ୍ଗାଲବେଡା ବିଦ୍ୟାଳୟ ଛାତ୍ରୀ ଦୀପିକା ବଣିଚୁଳ ରାଜ୍ୟ ସ୍ତରୀୟ ଛାୟା ସଂସଦ ରେ ଭାଗ ନେବା ନିମନ୍ତେ ମନୋନୀତ ହୋଇଥିଲେ। ଉଦଯାପନୀ କାର୍ଯ୍ୟକ୍ରମରେ ଯୋଜନା ତଥା ଶୈକ୍ଷିକ ତତ୍ତ୍ୱ ସଂଯୋଜକ ତପନ କୁମାର ସାହୁ ଙ୍କ ସଭାପତିତ୍ୱ ରେ ଅଧ୍ୟକ୍ଷା ଡ଼ ତନ୍ମୟୀ ମହାନ୍ତି, ଅଧ୍ୟାପକ ଡ଼. ଭାରତ ଭୂଷଣ ନନ୍ଦ, ଅଧ୍ୟାପକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ।କାର୍ଯ୍ୟକ୍ରମକୁ ସିଆରସିସି ପ୍ରାଣବନ୍ଧୁ ଘଡେଇ ସଂଯୋଜନା କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ଏମ.ଆଇ.ସ ପ୍ରୋଗ୍ରାମର ଶ୍ରୀନିବାସ ପଣ୍ଡା, ବାଳିକା ଶିକ୍ଷା ସଂଯୋଜିକା ସୀମାରାଣୀ ପାଣିଗ୍ରାହୀ,ଭିନ୍ନକ୍ଷମ ସଂଯୋଜକ ଲିଙ୍ଗରାଜ ପ୍ରଧାନ, ଝରଣା ବେହେରା, ଦୀପିକା ମିଶ୍ର, ଶଶାଙ୍କ ଶେଖର ଚୌଧୁରୀ,ସୁଜିତ କୁମାର ମୁଖି, ସି.ଆର.ସି.ସି.ଚୂଡ଼ାମଣି ସାହୁ, ସିଆରସିସି ଭେନସ କୁମାର ପ୍ରଧାନ,କୁମୁଦ ବନ୍ଧୁ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ପ୍ରଧାନ, ସୌମିତ୍ରୀ ମହାପାତ୍ର, ମନ୍ଦାକିନୀ ସାହୁ ପ୍ରମୁଖ ସହଯୋଗ କରିଥିଲେ।

  • Related Posts

    ୨୮ରେ ଓଡ଼ିଶା ଆସିବେ ଅମିତ ଶାହ

    ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୮ ତାରିଖରେ ତାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ଅନେକ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଅମିତ ଶାହ। ଏନେଇ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ…

    Continue reading
    ଗଞ୍ଜାମ ବନ୍ୟା ବିଭୀଷିକା; ୧୨ ଦିନ ପରେ ଖୋଲିଲା ସ୍କୁଲ

    ଗଞ୍ଜାମ: ବାତ୍ୟା ‘ଅର୍ଣ୍ଣବ’ ପରେ ଭୟଙ୍କର ବନ୍ୟାରେ ବେହାଲ ହୋଇପଡ଼ିଥିଲା ଗଞ୍ଜାମ । ବାତ୍ୟା ଯୋଗୁଁ ପ୍ରବଳ ବର୍ଷା ପରେ ହଠାତ୍ ନଦୀଜଳ ସ୍ତର ବଢିଥିଲା ଓ ଗାଁ ଓ ସହରକୁ ପାଣି ମାଡ଼ିଆସିଥିଲା । ବନ୍ୟାପାଣିରେ ସ୍କୁଲ, ଅଙ୍ଗନବାଡ଼ି, କଲେଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି