
ଦେବଗଡ଼:କଂଗ୍ରେସ ପକ୍ଷରୁ ଭୋଟ ଚୋର ଗାଦି ଛୋଡ,ସମ୍ବିଧାନ ବଞ୍ଚାଅ ପଦଯାତ୍ରା ସହ ଦୁର୍ନୀତି ବିରୋଧରେ ତିଲେଇବଣି ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ବରେ କଂଗ୍ରେସ କର୍ମୀମାନେ ଏକ ପଦଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ଏକ ଦାବି ପତ୍ର ତିଲେଇବଣି ବିଡିଓ ପ୍ରିୟଦର୍ଶନୀ ମିର୍ଦ୍ଧାଙ୍କୁ ପ୍ରଦାନ କରାଯାଇଥିଲା। ବ୍ଲକରେ ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟରେ ଦୁର୍ନୀତି ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି।ଏହାର ଉପଯୁକ୍ତ ତଦନ୍ତ କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ଏଥିରେ ତିଲେଇବଣି ବ୍ଲକ ସଭାପତି ସୁରେନ୍ଦ୍ର ସାହୁ,ଆକାଶ ଦାଶ,ଜିତେନ୍ଦ୍ର ବେହେରା,ରମେଶ ଚନ୍ଦ୍ର ପାତ୍ର,ସୁଶିଲ ଗୁଡିଆ,ରେବତୀ ମୋହନ ପଟନାୟକ,ଦୀପକ ବେହେରା ,ରମାକାନ୍ତ ନାୟକଙ୍କ ସମେତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ







