ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରଥମ କ୍ଲଷ୍ଟର ସ୍ତରୀୟ ବୈଠକ

ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ପ୍ରତିଷ୍ଠାନର ଅଧ୍ୟକ୍ଷ ସନ୍ତୋଷ କୁମାର ଗୌଡ଼ କାର୍ଯ୍ୟକ୍ରମକୁ ଉଦଘାଟନ କରି ନୂତନ ଶିକ୍ଷା ନୀତି ଆଧାରରେ ବୈଠକର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ବୈଠକର ମଧ୍ୟଭାଗରେ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ଓ ଶୈକ୍ଷିକ ତତ୍ତ୍ୱ ସଂଯୋଜକ ତପନ କୁମାର ସାହୁ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ଶୈକ୍ଷିକ ବ୍ୟବସ୍ଥାକୁ ସୁଦୃଢ଼ୀକରଣ ଓ ପ୍ରତ୍ୟହ ମନିଟରିଙ୍ଗ କରିବା ନିମନ୍ତେ ପରାମର୍ଶ ଦେଇଥିଲେ।ବୈଠକର ପ୍ରଥମ ପର୍ଯ୍ୟାୟରେ ବରିଷ୍ଠ ପ୍ରଶିକ୍ଷକ ଗୁରୁଚରଣ ବୋଦ୍ରା ସ୍ୱାଗତ ଓ କାର୍ଯ୍ୟସୂଚୀର ସୂଚନା ପ୍ରଦାନ କରିଥିଲେ। ବରିଷ୍ଠ ପ୍ରଶିକ୍ଷିକା ଅନିମା ତିର୍କୀ ଚଳିତ ଶିକ୍ଷା ବର୍ଷର ମାସିକ କ୍ଲଷ୍ଟର ସ୍ତରୀୟ ବୈଠକର ସ୍ୱତନ୍ତ୍ରତା, ବାର୍ଷିକ କାର୍ଯ୍ୟ ଯୋଜନା,ବିଦ୍ୟାଳୟ ସମୟ ନିର୍ଘଣ୍ଟ, ଶିକ୍ଷଣ ଫଳାଫଳ ପୁସ୍ତିକା, ଶୈକ୍ଷିକ କ୍ୟାଲେଣ୍ଡର, ବରିଷ୍ଠ ପ୍ରଶିକ୍ଷିକା ନିବେଦିତା ବେହେରା ଯାଦୁପେଡି ଓ ଖେଳ ଭିତ୍ତିକ କାର୍ଯ୍ୟ ପାଇଁ ପୁସ୍ତିକା ଶିଶୁ ବଟିକା ଓ ଶିକ୍ଷକ ପ୍ରଶିକ୍ଷିକା ପାର୍ଥିବୀ ପ୍ରିୟଦର୍ଶିନୀ ଶିଶୁ ବଟିକା ରୁ ଅଷ୍ଟମ ପ୍ରାରମ୍ଭିକ ଆକଳନ ରୂପରେଖ, ଶିକ୍ଷଣ ସୋପାନ ରେଜିଷ୍ଟର ସମ୍ପର୍କରେ ଆଲୋଚନା କରିଥିଲେ।ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ବରିଷ୍ଠ ପ୍ରଶିକ୍ଷକ ଗୁରୁଚରଣ ବୋଦ୍ରା ବିଦ୍ୟାଳୟ ପରିଦର୍ଶନ ଆଲୋଚନା, ବରିଷ୍ଠ ପ୍ରଶିକ୍ଷିକା ଅନିମା ତିର୍କୀ ବିଦ୍ୟାଳୟ ନିରାପତ୍ତା ଓ ସଂକ୍ଷେପଣ କରିଥିଲେ। ବୈଠକରେ ଜ଼ିଲ୍ଲାର ମୋଟ ୫୦ ଜଣ ସି. ଆର. ସି. ସି. ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସ୍ୱଚ୍ଛତା ପକ୍ଷ ପାଳନ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ପକ୍ଷ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସ୍ୱାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଥିବା ବେଳେ ଏହାର…

    Continue reading
    ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ପୁଲିସ ପ୍ରଶାସନ ପକ୍ଷରୁ ‘ଆମ ପୋଲିସ ଆମ ସାଥୀ’ କାର୍ଯ୍ୟକ୍ରମ ସ୍ଥାନୀୟ ସୁଗଡ଼ବାଡ଼ି ବାଳିକା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରୀମାନଙ୍କୁ ସାଇବର ଅପରାଧ, ଆଇନ, ପୋକ୍ସୋ ଆଇନ (ଶିଶୁ ଯୌନ ନିର୍ଯାତନା ନିବାରଣ ଆଇନ୍)ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ