
ଦେବଗଡ଼:ତିଲେଇବଣି ବ୍ଲକର ଗାଙ୍ଗନଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଟିକେଶ୍ୱର ଦେହୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲିପ ଦେହୁରୀ, ଶିକ୍ଷାବିତ ଅଖିଳ ସାହୁ ଓ ସମାଜସେବୀ କିଶୋରୀ ଦେହୁରୀ ଅତିଥି ଭାବେ ଯୋଗଦେଇ ବିଦ୍ୟୁତର ସୁରକ୍ଷିତ ବ୍ୟବହାର ଏବଂ ବିଦ୍ୟୁତଜନିତ ଦୁର୍ଘଟଣାରୁ ରକ୍ଷା ପାଇବା ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ହରେନ ପ୍ରଧାନ ସଂଯୋଜନା କରିଥିବାବେଳେ ଶିକ୍ଷକ ଅମିତ ସାହୁ ଧନ୍ୟବାଦ ଦେଇଥିଲେ। ଏହାପରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଲିଫଲେଟ, ପ୍ଲାକାର୍ଡ ଓ ବ୍ୟାନର ଧରି ସୁବର୍ଣ୍ଣପାଲି ଏବଂ କୁଟୁରାପଶି ଗ୍ରାମରେ ସଚେତନତା ରାଲି କରିଥିଲେ। ରାଲି ମାଧ୍ୟମରେ ସାଧାରଣ ଜନତାଙ୍କୁ ବିଦ୍ୟୁତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ସତର୍କତା ଓ ସୁରକ୍ଷା ସଂପର୍କରେ ସଚେତନ କରିଥିଲେ।




