ଜାଣନ୍ତୁ ଅନ୍ୟର କେଉଁ ଜିନିଷ ବ୍ୟବହାର କରିବେ ନାହିଁ,ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା…

ଅସୁବିଧାରେ ପଡ଼ିଲେ ଜଣେ ଅନ୍ୟଠାରୁ ସାହାଯ୍ୟ ମାଗିବା ସ୍ବାଭାବିକ କଥା ହୋଇପାରେ, କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ଅନ୍ୟଠାରୁ ମାଗି ଆଣି ବ୍ୟବହାର କଲେ ନାନା ଅସୁବିଧା ଉପୁଜିପାରେ। ଯେମିତି କି:
* ବେଳେବେଳେ ଦେଖାଯାଏ ସାଙ୍ଗସାଥୀମାନେ ଡ୍ରେସ୍‌ ଶେୟାରିଂ କରି ପିନ୍ଧିଥାନ୍ତି। ଏହା ସେମାନଙ୍କୁ ନିଆରା ଆନନ୍ଦ ଦେଇଥାଏ। କିନ୍ତୁ ଜାଣନ୍ତି କି, ଏହି ଡ୍ରେସ୍‌ ଦ୍ୱାରା ହିଁ ନକାରାତ୍ମକ ଶକ୍ତି ବେଶି ଉତ୍ପନ୍ନ ହୋଇଥାଏ। ଅର୍ଥାତ୍‌ ଯଦି ଜଣଙ୍କ ଉପରେ ନକାରାତ୍ମକ ଊର୍ଜାର ପ୍ରଭାବ ରହିଥାଏ ଓ ତାଙ୍କଠାରୁ ଡ୍ରେସ୍‌ ମାଗିକି ଆଣି କେହି ପିନ୍ଧନ୍ତି, ତେବେ ସେହି ନକାରାତ୍ମକ ଊର୍ଜା ତାଙ୍କଠାରୁ ଅନ୍ୟ ଜଣଙ୍କ ପାଖକୁ ଚାଲିଯାଏ। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏପରି କରିବା ଠିକ୍‌ ନୁହେଁ।
* ଅନ୍ୟଠାରୁ ମୁଦି ମାଗି ଆଣି ବ୍ୟବହାର କରିବା ବି ଉଚିତ ନୁହେଁ। ଅଜାଣତରେ ହେଉ ପଛେ ଏହାଦ୍ୱାରା ଗ୍ରହ ଦୋଷ ଉତ୍ପନ୍ନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।
* ହାତରେ ପିନ୍ଧାଯାଇଥିବା ଘଣ୍ଟା କେବଳ ସମୟ ଜଣାଏ ନାହିଁ, ଏହା ବ୍ୟକ୍ତିଙ୍କର ଭଲମନ୍ଦ ସମୟ ବିଷୟରେ ବି ଅନେକ ସୂଚନା ଦେଇଥାଏ। ଏପରି କ୍ଷେତ୍ରରେ ଅନ୍ୟଠାରୁ ଘଣ୍ଟା ମାଗିଆଣି ପିନ୍ଧିଲେ, ତାଙ୍କର ଭାଗ୍ୟଦୋଷ ଅନ୍ୟ ଜଣଙ୍କୁ ଭୋଗିବାକୁ ପଡିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।
* ଅନ୍ୟର ଜୋତା, ଚପଲ ବ୍ୟବହାର କରିବା ବି ବହୁ ସମସ୍ୟାକୁ ଡାକି ଆଣିଥାଏ। ଯେମିତି କି ଆର୍ଥିକ ସମସ୍ୟା, ସ୍ବାସ୍ଥ୍ୟରେ ଅବନତି, ଗୃହରେ କ୍ଲେଶ ଇତ୍ୟାଦି। ତେଣୁ ବାସ୍ତୁଶାସ୍ତ୍ର କୁହେ, ଯେତେ ଅସୁବିଧାରେ ଥିଲେ ବି କାହାଠାରୁ ଜୋତା ମାଗିଆଣି ବ୍ୟବହାର କରିବେ ନାହିଁ।

  • Related Posts

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ମୁମ୍ବାଇ : ଜ୍ୟୋତିର୍ମୟୀ ନାୟକ, ଇଣ୍ଡିଆନ୍ ଆଇଡଲ୍ ସିଜିନ୍ 16ର ଚାମ୍ପିଅନ୍ ମୁକୁଟ ପିନ୍ଧାଇଛନ୍ତି, ଏବଂ ସେ ଟାଇଟଲ୍ ଜିତିଥିବା ଓଡ଼ିଶାର ପ୍ରଥମ ପ୍ରତିଯୋଗୀ ଭାବେ ଇତିହାସ ରଚିଛନ୍ତି । ଏଥିସହ ଇଣ୍ଡିଆନ୍ ଆଇଡଲ୍ 16 ବିଜେତା ଭାବେ ଜ୍ୟୋତିର୍ମୟୀ ନାୟକ…

    Continue reading
    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଓଡ଼ିଶାର ସଙ୍ଗୀତ ଦୁନିଆ ପାଇଁ ଗର୍ବର ମୁହୂର୍ତ୍ତ ।ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ରଗ୍ରାଣ୍ଡ୍ ଫିନାଲେରେ ପହଞ୍ଚିଛନ୍ତି ସୁମଧୁର କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ । ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁଅଭିନନ୍ଦନ ଜଣାଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ