
ଦେବଗଡ଼:ଜିଲ୍ଲା ବରିଷ୍ଠ ନାଗରିକ ଫୋରମର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଫୋରମର ସଭାପତି ଡ.ରାମଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଫୋରମର ସଂପାଦକ ଗୌରହରି ଷଡଙ୍ଗୀ, କୋଷାଧ୍ୟକ୍ଷ ଉଦୟ ପ୍ରଧାନ ମଂଚାସୀନ ରହି ଜିଲ୍ଲାର ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ବୈଠକରେ ପୌରାଚଂଳରେ ବିଭିନ୍ନ ଅଂଚଳରେ ପାନୀୟ ଜଳ ସମସ୍ୟା ଦେଖାଦେଇଥିବାବେଳେ ପାଣି ଟ୍ୟାଙ୍କର ଯୋଗେ ଜଳଯୋଗାଣ କରାଯାଉ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରାଯାଉ, ବର୍ଷାଋତୁ ଆସିବା ପୂର୍ବରୁ ପୌରାଚଂଳର ଡ୍ରେନର ସଫେଇ କରିବା ସହ ଭାଙ୍ଗିଯାଇଥିବା ଡ୍ରେନର ମରାମତି, ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ନ କରି ସହରର ମଧ୍ୟରେ ରଖାଯାଉ ବୋଲି ଫୋରମ ପକ୍ଷରୁ ଦାବି କରାଯାଇଛି। ବୈଠକରେ ଫୋରମର ବହୁ ସଦସ୍ୟ ଉପସ୍ଥିତ ଥିଲେ।


