ଭୁବନେଶ୍ୱର:ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍)-୨୦୨୬ ପ୍ରିଲିମିନାରୀ ପରୀକ୍ଷା ଆସନ୍ତା ଜୁନ୍ ୭ ତାରିଖରେ ଅନୁଷ୍ଠିତ ହେବ ବୋଲି ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ପ୍ରିଲିମ୍ସ ପରୀକ୍ଷା ଦୁଇଟି ସିଟିଂରେ ହେବ। ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଜେନେରାଲ୍ ଷ୍ଟଡିଜ୍ ପେପର୍-୧ ଓ ଅପରାହ୍ନ ସାଢ଼େ ୧ଟାରୁ ସାଢ଼େ ୩ଟା ଯାଏଁ ଜେନେରାଲ୍ ଷ୍ଟଡିଜ୍ ପେପର୍-୨ ପରୀକ୍ଷା ହେବ। ପେପର୍-୧ରେ ୧୦୦ଟି ପ୍ରଶ୍ନ ରହିଥିବା ବେଳେ ପେପର୍-୨ରେ ୮୦ଟି ପ୍ରଶ୍ନ ରହିବ । ରାଜ୍ୟର ୬ଟି ଜୋନ୍ କଟକ, ଭୁବନେଶ୍ୱର, ବାଲେଶ୍ୱର, ବ୍ରହ୍ମପୁର, ଜୟପୁର ଓ ସମ୍ବଲପୁରର ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ହେବ। ଆସନ୍ତା ୩୦ ତାରିଖରୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ
କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…




