‘ଜେନ୍‌-ଜି’ଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି : ନବୀନ

ଭୁବନେଶ୍ୱର: ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା। ମାତ୍ର ଏହି ଡବଲ ଇଞ୍ଜିନ ଭାଜପା ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ହୋଇଛି। ଏ ସରକାର ଅମଳରେ ଚାଷୀ, ମହିଳା, ବୃଦ୍ଧ ଏବଂ ମଧ୍ୟବିତ୍ତ ସମସ୍ତେ ହଇରାଣ ହେଉଛନ୍ତି। ଏଥିସହ ‘ଜେନ୍‌-ଜି’ଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯାଉଛି ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି।
ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀରେ ବିଜେଡି ପକ୍ଷରୁ ଅନୁଷ୍ଠିତ ଜନସମ୍ପର୍କ ପଦଯାତ୍ରାରେ ଯୋଗଦେଇ ନବୀନ କହିଛନ୍ତି, ରାଜ୍ୟରେ ଏବେ ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବଢ଼ିଚାଲିଛି। ସମସ୍ତେ ହଇରାଣ ହେଉଛନ୍ତି। ମାତ୍ର ସରକାର ନିଦାବିଷ୍ଣୁ ସାଜିଛନ୍ତି। ଅପାରଗତାରେ ଓଡ଼ିଶା ସରକାର ସାରା ଦେଶରେ ନମ୍ବର ୧ ହୋଇଛନ୍ତି। ତେଣୁ ଲୋକମାନଙ୍କ ସହ ରହି ଏ ଅପାରଗ ସରକାରର ମୁଖା ଖୋଲିଦେବାକୁ ନବୀନ ଆହ୍ବାନ କରିଛନ୍ତି। ଏହି ପଦଯାତ୍ରାରେ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ସୁଶାନ୍ତ କୁମାର ରାଉତ, ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ବିଜେଡି ନେତା ମନ୍ମଥ ରାଉତରାୟ, ରାଜ୍ୟ ସଭା ସଦସ୍ୟ ଶୁଭାଶିଷ ଖୁଣ୍ଟିଆ ଏବଂ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

  • Related Posts

    ଇପସିତାଙ୍କୁ ଉଠାଇ ନେଲା ପୁଲିସ

    ଭୁବନେଶ୍ୱର: ରମାଦେବୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିସିଜେଡି ସଭାନେତ୍ରୀ ଇପସିତା ସାହୁଙ୍କୁ ପୁଲିସ ଉଠାଇ ନେଇଛି ।ଇପସିତା ସାହୁଙ୍କୁ ନାମରେ ଥାନାରେ ଅଭିଯୋଗ ହୋଇଥିଲା । ତେବେ ତାଙ୍କୁ…

    Continue reading
    ଭୋଟ ପାଇଁ ମହାପ୍ରସାଦ ଛୁଆଁଇ ଶପଥ

    ଛାତ୍ର ସଂସଦ ନିର୍ବାଚନ। ଆରମ୍ଭ ହୋଇଛି ଭୋଟିଂ। ଭୋଟିଂ ପୂର୍ବରୁ ରମାଦେବୀ ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଟଙ୍କା ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। ଏବିଭିପି ପ୍ରାର୍ଥୀ ନିଜେ ହଷ୍ଟେଲ ଭିତରେ ପଶି ଟଙ୍କା ବାଣ୍ଟୁଥିବାର ଅଭିଯୋଗ କରିଛି ବିସିଜେଡି। ସେପଟେ ଏବିଭିପିର ପ୍ରାର୍ଥୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି