ଜେଲରୁ ବାହାରିଲେ ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ବିଏମ୍‌ସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ହୋଇଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନ ବୁଧବାର ଝାରପଡ଼ା ଜେଲ୍‌ରୁ ବାହାରିଛନ୍ତି। ବୁଧବାର ସକାଳେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ ଜଗନ୍ନାଥ ପ୍ରଧାନଙ୍କୁ ଜାମିନ ଦେଇଥିଲେ। ଏହା ପରେ ସନ୍ଧ୍ୟାରେ ସେ ଜେଲରୁ ମୁକୁଳିଥିଲେ।
ଜଗନ୍ନାଥ ପ୍ରଧାନଙ୍କୁ ପାଛୋଟି ନେବାକୁ ଝାରପଡ଼ା ଜେଲ୍ ସମ୍ମୁଖରେ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁଙ୍କର ପ୍ରବଳ ଭିଡ଼ ଜମି ଥିଲା। ସେ ଜେଲ୍‌ରୁ ବାହାରିବା ପରେ ସେମାନେ ତାଙ୍କୁ ସ୍ୱାଗତ କରିଥିଲେ ଓ ବାଣ ଫୁଟାଇ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଭୁବନେଶ୍ୱରର ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ।
ଜେଲ୍‌ରୁ ବାହାରିବା ପରେ ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଥିଲେ, ବିରୋଧୀ ଷଡ଼ଯନ୍ତ୍ର ରଚିଥିଲା। ଆଉ ଓଏଏସ୍ ସଂଘ ଏହାର ଶିକାର ହୋଇଥିଲା। ଓଏଏସ୍‌ ଅଫିସରମାନେ ବିରୋଧୀଙ୍କ ଚକ୍ରାନ୍ତର ଶିକାର ହେଲେ। ଏହି ଘଟଣାରେ ମୋର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପୃକ୍ତି ନାହିଁ। କେହି ମୋହନ ସରକାରଙ୍କ ଜନମଙ୍ଗଳ କାର୍ୟ୍ୟକ୍ରମକୁ ବନ୍ଦ କରିପାରିବେନି। ଦଳ ସରକାରଙ୍କ ସହ ସର୍ବଦା ଦୃଢ଼ ଭାବେ ଛିଡ଼ା ହୋଇଛି। ଜେଲରୁ ବାହାରିବା ପରେ ଶୋଭାଯାତ୍ରାରେ ବିଜେପି କାର୍ୟ୍ୟାଳୟକୁ ଯାଇଥିଲେ ଜଗନ୍ନାଥ। ସେଠାରେ ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଭେଟିଥିଲେ।
ଗତ ୩ ତାରିଖ ରାତିରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଭୁବନେଶ୍ୱର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏହା ପରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେସନ୍ସ କୋର୍ଟରେ ତାଙ୍କୁ ଜାମିନ ନମିଳି ନଥିଲା। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ