ଜୟ ନାରାୟଣଙ୍କୁ ସମର୍ଥନ କଲା ବିଜେପି

ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ ମାମଲାରେ ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିବାକୁ ନେଇ ଚାଲିଥିବା ରାଜନୀତି ଆଜି ନୂଆମୋଡ଼ ନେଇଛି। ବରିଷ୍ଠ ନେତା ଜୟନାରାୟଣଙ୍କ ସମର୍ଥନରେ ଆଜି ବିଜେପି ଆଗକୁ ଆସିବା ସହ ବିଜେଡିକୁ ତା’ର ଭାଷାରେ ପାଲଟାଜବାବ ଦେଇଛି। ଏହି ଜାମିନ ଖାରଜ ହେବା ପ୍ରସଙ୍ଗକୁ ନେଇ ଗତକାଲିଠୁ ବିଜେଡି ଗଣମାଧ୍ୟମରେ ବୟାନବାଜି କରି ଚାପ ପକାଇବା ସହ ଜୟନାରାୟଣଙ୍କୁ ଗିରଫ ନିମନ୍ତେ ଦାବି କରିଆସୁଛି।
ଗତକାଲିଠୁ ନିରବ ଥିବା ବିଜେପି ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ଜୟନାରାୟଣଙ୍କୁ ସମର୍ଥନ ଦେଇଛି । ଆଉ ବିଜେଡି ନିଜର ଅପରାଧିକ ଘଟଣାକୁ ମନେ ପକାଇ ବିଳିବିଳି ହେଉଛି ବୋଲି କହିଛି । ବିଜେଡି ଶାସନରେ ଥିବାବେଳେ ନିଜ ଦଳର ପୁଳାପୁଳା ନେତାଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ବୋଲି ବିଜେପି ପ୍ରଶ୍ନ କରିଛି । ଆଉ ଦୀର୍ଘ ୩-୪ବର୍ଷ ଧରି ଜୟନାରାୟଣଙ୍କୁ ସିଧାସଳଖ ଟାର୍ଗେଟ୍ କରି ରାଜନୀତିକ ଫାଇଦା ନେବାକୁ ଚାହିଁ ବସିଥିବା ବିଜେଡି ଆଜି ବିଜେପିର ଏଭଳି ଆଭିମୁଖ୍ୟ ଦେଖି ବ୍ୟାକଫୁଟକୁ ଯିବାକୁ ବାଧ୍ୟ ହୋଇଛି।
୨୦୨୩ ମସିହାରେ ବିଜେଡି ଶାସନକାଳରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଜଣେ ମହିଳା ପୁଲିସ ଅଧିକାରୀଙ୍କ ସହ ହାତାହାତି ହେବା ଘଟଣାରେ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଗତକାଲି ଖାରଜ କରିଛନ୍ତି । ଆଉ ଏହି ଜାମିନ ଖାରଜ ହେବାପରେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ବିଜେଡି ଅଚାନକ ଆକ୍ଟିଭ ହୋଇପଡ଼ିଛି । ଆଉ ଜୟନାରାୟଣଙ୍କୁ ଗିରଫ କରିବା ପାଇଁ ଦାବି କରିଛି । ଗତକାଲି ଦଳର ମୁଖପାତ୍ର ସୁଲତା ଦେଓ ଓ ଆଜି ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ପ୍ରେସ୍ ବିବୃତ୍ତି ଦେଇ ଜୟନାରାୟଣଙ୍କ ଗିରଫ ଦାବି କରିଥିବାବେଳେ ବିଜେଡିର ପୂର୍ବତନ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତାମାନେ ନିଜ ସୋସିଆଲ ମିଡିଆରେ ଜୟନାରାୟଣଙ୍କ ଗିରଫ ଦାବିରେ ରାଜ୍ୟର ମୋହନ ମାଝୀ ସରକାରଙ୍କ ଉପରେ ଚାପ ପକାଇ ଆସୁଛନ୍ତି । ବିଜେଡି ମୁଖପାତ୍ର ଶ୍ରୀ ଦେବ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ସୁପ୍ରିମକୋର୍ଟ ଜାମିନ ଖାରଜ କରିବା ପରେ ମଧ୍ୟ ଜୟନାରାୟଣଙ୍କୁ ଗିରଫ ନକରି ରାଜ୍ୟ ସରକାର ସିଧାସଳଖ ବିଜେପି ନେତା,ବିଧାୟକ,ମନ୍ତ୍ରୀ ଓ ରାଜ୍ୟପାଳଙ୍କ ପୁଅ ଆଇନରୁ ଊର୍ଦ୍ଧ୍ୱରେ ବୋଲି ସନ୍ଦେଶ ଦେବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଏହି ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖନ୍ତୁ। ଓଡ଼ିଶାବାସୀଙ୍କୁ ମଧ୍ୟ ବିଜେପିର ସନ୍ଦେଶ କ’ଣ ତାହା ସ୍ପଷ୍ଟ ହେବା ଦରକାର । ପୁଲିସ କାହିଁକି ଏହି ଘଟଣାରେ ନିରବ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ଜୟନାରାୟଣଙ୍କ ସମର୍ଥନରେ ବିଜେପି ଆଗକୁ ଆସିଛି । ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଆଜି ଏକ ପ୍ରେସ୍ ବିବୃତ୍ତି ଦେଇ କହିଛନ୍ତି ଯେ, ବର୍ତମାନର ବିଜେପି ସରକାରଙ୍କୁ କେବଳ ବିରୋଧ କରିବା ପାଇଁ ବିରୋଧୀ ଏଭଳି ଭିତିହୀନ ରାଜନୀତି କରୁଛି । ଖବରରେ ରହିବା ପାଇଁ ସେମାନେ ନିଜ ଆଇନାରେ ନିଜ ମୁହଁ ଦେଖୁଛନ୍ତି । ନିଜ ଅପରାଧିକ ଘଟଣାକୁ ମନେପକାଇ ବିଳିବିଳି ହେଉଛନ୍ତି । ବିଜେଡିର ଯେଉଁ ନେତାମାନେ ଜୟନାରାୟଣଙ୍କ ଘଟଣାରେ ବ୍ୟସ୍ତବିବ୍ରତ ହେଉଛନ୍ତି ସେମାନେ ଶାସନରେ ଥିଲାବେଳେ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ନେତାଙ୍କ ବିରୋଧରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଶ୍ରୀ ମଲ୍ଲିକ ପ୍ରଶ୍ନ କରିଛନ୍ତି ।

ମାହାଙ୍ଗା ଡବଲମର୍ଡରର ଅଭିଯୁକ୍ତ ପ୍ରତାପ ଜେନାଙ୍କଠୁ ଆରମ୍ଭ କରି କୋର୍ଟରେ ଦୋଷୀ ବିଜୟଶଙ୍କର ଦାସଙ୍କ ସମେତ ଅରୁଣ ସାହୁ, ପ୍ରଣବ ବଳବନ୍ତ ରାୟ, ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଅପରାଧିକ ମାମଲା ଥିବା ସତ୍ୱେ ବିଜେଡି ସରକାର ରାଜନୈତିକ ସ୍ୱାର୍ଥ ଚରିତାର୍ଥ କରିବା ପାଇଁ ସେତେବେଳେ ସେମାନଙ୍କୁ ନବାନ୍ଧି ଚୁପ ବସିଥିଲା । ଯେଉଁମାନେ ନ୍ୟାୟସଙ୍ଗତ ସ୍ୱର ଉତୋଳନ କରୁଥିଲେ ସେମାନଙ୍କୁ ପୋଲିସ ମାଧ୍ୟମରେ ନିର୍ଯାତନା ଦିଆଯାଉଥିଲା। ନବୀନ ପଟ୍ଟନାୟକ ସେତେବେଳେ କେବଳ ଆଇନ ତା’ବାଟରେ ଯିବ ବୋଲି କହି ନୀରବ ପ୍ରତିମୂର୍ତି ସାଜିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ହେଉଛି ଲୋକଙ୍କ ସରକାର । ତେଣୁ ଆଇନ ଉପରେ ଭରସା ରଖିବାକୁ ଶ୍ରୀ ମଲ୍ଲିକ ବିଜେଡି ନେତାମାନଙ୍କୁ ପରାମର୍ଶ ଦେବା ସହ ରାଜ୍ୟ ସରକାର ଠିକ୍ ସମୟରେ ଠିକ୍ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ବିଗତ କିଛିବର୍ଷ ଧରି ବିଜେଡିର ଟାର୍ଗେଟରେ ଜୟନାରାୟଣ ରହିଆସିଛନ୍ତି । ବିଜେଡି ଶାସନ ସମୟରେ ଜୟନାରାୟଣ ବିରୋଧୀ ଦଳ ନେତା ଥାଇ ମଧ୍ୟ ପୁଲିସଆଡ଼ୁ ଜୀବନପ୍ରତି ବିପଦ ଥିବା ଆଶଙ୍କା କରି ସୁରକ୍ଷା ଫେରାଇ ଦେଇଥିଲେ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ