କାର୍ତ୍ତିକ ପୂର୍ଣ୍ଣିମାରେ ପୋଖରୀରେ ବୁଡି ମୃତ

ରାଜ୍ୟର ବିଭିନ୍ନ ସ୍ଥାନରେ ପୋଖରୀରେ ବୁଡ଼ି ୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଆଜି କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଜଳାଶୟଗୁଡ଼ିକରେ ଡଙ୍ଗା ଭସାଯାଇଥିବା ବେଳେ କେଉଁଠି ପୋଖରୀରୁ ଡଙ୍ଗା ଆଣିବାକୁ ଯାଇ ତ କେଉଁଠି ଡଙ୍ଗାର ଥିବା କଏନ ସଂଗ୍ରହ କରିବାକୁ ଯାଇ ଏହି ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମାଲକାନଗିରି ନିକଟସ୍ଥ ଚମ୍ପାନଗର ଗ୍ରାମର ସାବିତ୍ରୀ ହନ୍ତାଳ ନିଜ ସାଙ୍ଗମାନଙ୍କ ସହ ପାଖ ପୋଖରୀକୁ ଯାଇଥିଲେ ଭସାଯାଇଥିବା ଡଙ୍ଗାଗୁଡ଼ିକରୁ କଏନ ସଂଗ୍ରହ ପାଇଁ। ଡଙ୍ଗାଗୁଡ଼ିକରୁ କଏନ ସଂଗ୍ରହ କରୁଥିବା ବେଳେ ବୁଡ଼ିଯାଇଥିଲେ ସାବିତ୍ରୀ। ଏହା ଦେଖି ତାଙ୍କ ସାଙ୍ଗମାନେ ଭୟରେ ସେଠାରୁ ଦୌଡ଼ି ପଳାଇଥିଲେ। ସେମାନେ ଏ ସଂପର୍କରେ କାହାକୁ କିଛି କହି ନଥିଲେ। ଅବଶ୍ୟ ପରେ ସାବିତ୍ରୀଙ୍କ ପରିବାର ଲୋକେ ଖବର ପାଇଥିଲେ ଯେ ସେ ପୋଖରୀରେ ବୁଡ଼ି ଯାଇଛନ୍ତି। ବହୁ ଖୋଜାଖୋଜି ପରେ ସାବିତ୍ରୀଙ୍କ ମୃତଦେହ ପୋଖରୀରୁ ମିଳିଥିଲା। ଗତ ବର୍ଷ ସାବିତ୍ରୀଙ୍କ ବାପା ତ୍ରିପତି ହନ୍ତାଳଙ୍କ ମୃତ୍ୟୁ ଘଟିଥିଲା। ଏବେ ଘରେ ତାଙ୍କ ମା’ ଓ ଦୁଇ ଭଉଣୀ ଅଛନ୍ତି।

କଟକ ଜିଲ୍ଲା କରମୁଆଁ ଗାଁରେ ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ଏକ ୩ ବର୍ଷର ଶିଶୁ ବୁଡ଼ି ଯାଇଥିବା ଜଣାପଡ଼ିଛି। ମୃତ ଶିଶୁର ନାଁ ନୀତୀଶ ଭୋଇ। ତାଙ୍କ ବାପାଙ୍କ ନାଁ ପ୍ରଦୀପ ଭୋଇ।

 

ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ପଣିଶାପଡ଼ା ଗାଁରେ ପୋଖରୀରେ ଭାସୁଥିବା ଡଙ୍ଗା ଆଣିବାକୁ ଯାଇ ଗାଁର ଦିଲ୍ଲୀପ କୁମାର ଦାସଙ୍କ ୩ ବର୍ଷର ଝିଅ ଓ ମାନସ ନନ୍ଦଙ୍କ ୫ ବର୍ଷର ଝିଅ ବୁଡ଼ି ଯାଇଥିବା ଅଭିଯୋଗ ହୋଇଛି।

 

ବାଲେଶ୍ୱର ଜିଲ୍ଲା ଖଇରା ଥାନା ମାଖାନପୁର ପଞ୍ଚାୟତ ସାଉଣ୍ଡିଆ ଗ୍ରାମର ମଧୁସୂଦନ ମଳିକଙ୍କ ଏକ ମାତ୍ର ଶିଶୁ ପୁତ୍ର ଆଶୁତୋଷ ମଳିକ (୩) ଆଜି ମଧ୍ୟାହ୍ନରେ ଘର ନିକଟରେ ଥିବା ପୋଖରୀକୁ ଡଙ୍ଗା ଆଣିବାକୁ ଯାଇ ସେଠାରେ ବୁଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ପୋଖରୀରୁ ଆଶୁତୋଷକୁ ଉଦ୍ଧାର କରି ତୁଡ଼ିଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଖଇରା ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ