ଖୁବ୍ ଶୀଘ୍ର ଲାଗୁ ହେବ ପେଶା ଆଇନ୍: ଆଦିବାସୀଙ୍କ ପାଇଁ ଖୁସି ଖବର

ଆଦିବାସୀଙ୍କ ପାଇଁ ଖୁସି ଖବର। ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଆଉ ପ୍ରତିବାଦ କରିବାକୁ ପଡିବନି। ଖୁବ୍‌ଶୀଘ୍ର ପେସା ଆଇନ୍‌ ଲାଗୁ କରିବେ ନୂଆ ସରକାର। ଜନଜାତୀୟ ଗୌରବ ଦିବସ ଅବସରରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ପେଶା ଆଇନ୍। ତେବେ ତା’ ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ପେସା ଆଇନ୍ ବାବଦରେ ସଚେତନ କରାଯିବ। ଏଥିପାଇଁ ରାଜ୍ୟର ୨୭ଟି ଜିଲ୍ଲାର ୨୩୪ ବ୍ଲକରେ ୭ ହଜାର ୬୬୭ଟି ପଲ୍ଲୀସଭା ବା ଗ୍ରାମସଭା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ଦାୟିତ୍ୱ ଦିଆଯାଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏଇ ପଲ୍ଲୀସଭା ଚାଲିବ। କେବଳ ସେତିକି ନୁହେଁ ଏହି ଅବସରରେ ଆଦିବାସୀଙ୍କ ପ୍ରତି ପୂର୍ବ ସରକାରର ଅବହେଳାର ଅଭିଯୋଗ ଆଣି ନିଜ ଅଭିଭାଷଣରେ ଧୁମ୍‌ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ।

ଅନୁସୂଚିତ ଅଞ୍ଚଳର ବିକାଶ ଓ ଜନଜାତିଙ୍କ ସଶକ୍ତିକରଣ ପାଇଁ ୧୯୯୬ ମସିହାରେ ପଞ୍ଚାୟତ ସଂପ୍ରସାରଣ ଅଧିନିୟମ ବା ପେସା ଆଇନ ଆଣିଥିଲେ କେନ୍ଦ୍ର ସରକାର। ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜନଜାତି ଅଞ୍ଚଳରେ ଗ୍ରାମସଭାକୁ ସର୍ବାଧିକ କ୍ଷମତାଶାଳୀ ଗ୍ରାମ୍ୟ ସଂଗଠନର ମାନ୍ୟତା ଦେବା। ଯହାଦ୍ୱାରା ବିକାଶ ପ୍ରକ୍ରିୟାରେ ଆଦିବାସୀଙ୍କ ଭାଗିଦାରୀ ବଢିବ। ଜମି ଅଧିଗ୍ରହଣ ଓ ହସ୍ତାନ୍ତର ସମୟରେ ଗ୍ରାମସଭାର ଅନୁମତି ଗୁରୁତ୍ୱପୂର୍ଣ୍ଣ ରହିବ। ବିଶେଷକରି ଜଙ୍ଗଲ ଆଉ ଜଙ୍ଗଲ ଜମି ଉପରେ ଆଦିବାସୀଙ୍କ ପ୍ରଥମ ଅଧିକାର ରହିବ।

 

ଗ୍ରାମସଭା ନିଷ୍ପତ୍ତିରେ ହେବ ବିକାଶମୂଳକ କାର୍ଯ୍ୟକ୍ରମ। ଏହା ଭିତରେ ୧୦ଟି ଜନଜାତି ଅଧ୍ୟୁଷିତ ରାଜ୍ୟ ଏଇ ନିୟମ ଲାଗୁ କରି ସାରିଛନ୍ତି। କିନ୍ତୁ ଆଇନ ଆସିବାର ୨୭ ବର୍ଷ ଭିତରେ ଓଡ଼ିଶା ଓ ଝାଡ଼ଖଣ୍ଡରେ ଏହା ଲାଗୁ ହୋଇ ପାରିନି। ତେବେ ନୂଆ ସରକାର ଆସିବା ପରେ ରାଜ୍ୟରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପେସା ଆଇନ୍‌ ରୁଲ ଫ୍ରେମ୍‌ ନେଇ ସମସ୍ତ ବିଭାଗ ନିକଟରୁ କମ୍ପ୍ଲାଏନ୍ସ ରିପୋର୍ଟ ମଧ୍ୟ ମାଗି ସାରିଛି ପଞ୍ଚାୟତିରାଜ ବିଭାଗ।

 

ତେବେ ଏଠି ପ୍ରଶ୍ନ ଉଠୁଛି, ଦୀର୍ଘ ୨୪ ବର୍ଷ ଶାସନ ଭିତରେ କାହିଁକି ରୁଲ୍ ଫ୍ରେମ୍‌ କରି ପାରିଲାନି ବିଜେଡି ସରକାର? ପଲ୍ଲୀସଭାକୁ କାହିଁକି ବନ୍ଦ କରି ରଖିଥିଲେ ପୂର୍ବ ସରକାର? ବିଶେଷ କରି ଏହି ଯୋଜନା ଲାଗୁ ହୋଇଥିଲେ ଖଣିଅଞ୍ଚଳ ଗୁଡିକରେ କ୍ଷମତା ଗ୍ରାମସଭା ଓ ପଲ୍ଲୀସଭାକୁ ହାତକୁ ପଳାଇବାର ଭୟ ଘାରିଥିଲା କି ନବୀନ ସରକାରକୁ?

 

ଅନେକ ନିର୍ବାଚନରେ ପେଶା ଆଇନ୍‌ ପ୍ରସଙ୍ଗ ପାଲଟିଛି। ବାରମ୍ବାର ଏହି ଆଇନ ଲାଗୁ ନେଇ ବିଭିନ୍ନ ଜନଜାତି ସଂପ୍ରଦାୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମଧ୍ୟ ପୂର୍ବ ସରକାର ଏହାକୁ ଲାଗୁ କରାଇ ଦେଉନଥିଲେ। କିନ୍ତୁ ନୂଆ ସରକାର ପଲ୍ଲୀସଭା ଗୁଡିକରେ ଲୋକଙ୍କୁ ସଚେତନ କରି ମତାମତ ଗ୍ରହଣ କରିବା ପରେ ଏ ଦିଗରେ ଆଗକୁ ବଢ଼ି ଆସନ୍ତା ଶୀତ ଅଧିବେଶନରେ ପେସା ଆକ୍ଟ ଆଣି ପାରନ୍ତି ବୋଲି କୁହାଯାଉଛି।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ