ଝାଡ଼ାବାନ୍ତିରେ ଛାତ୍ରୀଙ୍କ ମୃତ୍ୟୁ, ପ୍ରଧାନଶିକ୍ଷକ ନିଲମ୍ବିତ

ରାସଗୋବିନ୍ଦପୁର: ଦୁଇ ଦିନ ତଳେ ସକାଳେ ପଖାଳ ଭାତ ଓ ଆଳୁ ଚଟଣୀ ଖାଇବା ପରେ ଝାଡ଼ାବାନ୍ତି ହେବାରୁ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲର ପ୍ରାୟ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଆଜି ସକାଳେ ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି। ମୃତ ଛାତ୍ରୀଙ୍କ ନାଁ ରୂପାଲି ବେସ୍ରା। ସେ ୫ମ ଶ୍ରେଣୀରେ ପଢୁଥିଲେ।
କାକବନ୍ଧ ଆଶ୍ରମ ସ୍କୁଲ ହଷ୍ଟେଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୨୨୦ରୁ ଅଧିକ ଛାତ୍ରଛାତ୍ରୀ ରହୁଥିବା ବେଳେ ଗତ ରବିବାର ସକାଳେ ପଖାଳ ଓ ଆଳୁ ଚଟଣୀ ଖାଇଥିଲେ। ଏହା ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ୧୫୦ ଜଣଙ୍କୁ ଝାଡ଼ାବାନ୍ତି ହୋଇଥିଲା। କେତେ ଜଣଙ୍କୁ ଝାଡ଼ାବାନ୍ତି ସହିତ ଜ୍ୱର ମଧ୍ୟ ହୋଇଥିଲା।
ସମସ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାକୁ ନିଆଯାଇଥିଲା। ବହୁ ଛାତ୍ରଛାତ୍ରୀ ସେଠାରେ ସୁସ୍ଥ ହୋଇଯାଇଥିବା ବେଳେ ଗତକାଲି ପ୍ରାୟ ୫୦ ଜଣଙ୍କୁ ବାରିପଦା ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରେ ଥିଲେ ରୂପାଲି। ତେବେ ତାଙ୍କ ଅବସ୍ଥା ଅଧିକ ଜଟିଳ ଥିବାରୁ ତାଙ୍କୁ ଗତକାଲିଠାରୁ ଆଇସିୟୁରେ ରଖାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହା ପରେ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଏହି ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିଛନ୍ତି। ଏହା ସହିତ ମୃତ ଛାତ୍ରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା କରାଯାଇଛି। ଫୁଡ୍ ପଏଜନିଂ କାରଣରୁ ଏହି ଘଟଣା ଘଟିଥିବା କୁହାଯାଉଛି।

  • Related Posts

    ଛାତ୍ରୀଙ୍କୁ ନିର୍ୟାତନା: ପଦରୁ ହଟିଲେ ଓଡ଼ିଆ ବିଭାଗ ଏଚ୍‌ଓଡି

    ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ନିର୍ୟାତନା ଦେବା ଅଭିଯୋଗରେ ଫକୀର ମୋହନ ସ୍ୱୟଂଶାସିତ କଲେଜର ଓଡ଼ିଆ ବିଭାଗର ବିଭାଗୀୟ ମୁଖ୍ୟ (ଏଚ୍‌ଓଡି) ତଥା ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ କୁମାର ନାୟକଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି।ଏହି ମାମଲାକୁ କଲେଜର ଆଭ୍ୟନ୍ତରୀଣ ଅଭିଯୋଗ…

    Continue reading
    ଓଡ଼ିଆ ନବବର୍ଷ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣାସଂକ୍ରାନ୍ତି ଓ ଓଡିଆ ନବବର୍ଷ । ଆଜି ଓଡିଆ ନବବର୍ଷ ଉପଲକ୍ଷେ ନୂତନ ପଞ୍ଜିକାର ଶୁଭାରମ୍ଭ ହୁଏ । ପ୍ରତ୍ୟେକ ଓଡିଆ ଏହି ଦିନକୁ ଖୁବ୍ ଆନନ୍ଦ ଉଲ୍ଲାସରେ ପାଳନ କରିଥାନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ