ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଥିବା ବେଳେ ଯାତ୍ରୀ ସଂଖ୍ୟାରେ ୪୧.୨ ପ୍ରତିଶତ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି । ନୂଆ ଟର୍ମିନାଲ୍‌ ଓ ବିମାନ ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପଶ୍ଚିମ ଓଡ଼ିଶାର ବିମାନ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ସମ୍ପ୍ରସାରଣ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି । ବିମାନବନ୍ଦରର ଭିତ୍ତିଭୂମି ବିକାଶ, ରନ୍‌ୱେ ସମ୍ପ୍ରସାରଣ, ନୂତନ ଟର୍ମିନାଲ୍‌ ନିର୍ମାଣ ଓ ଅଧିକ କ୍ଷମତାସମ୍ପନ୍ନ ବିମାନ ଚଳାଚଳ ପାଇଁ ଆବଶ୍ୟକ ସୁବିଧା ବିକାଶ ନେଇ ଯୋଜନା ପ୍ରସ୍ତୁତ ହେଉଥିବା ସୂଚନା ମିଳିଛି । ଏଥିପାଇଁ ୨୧୦୦ କୋଟି ଟଙ୍କା କେନ୍ଦ୍ର ସରକାର ମଞ୍ଜୁର କରିଥିବା ବରଗଡ଼ସାଂସଦ ତଥା ବିମାନବନ୍ଦର ପରାମର୍ଶଦାତା କମିଟିର ଅଧ୍ୟକ୍ଷ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି ।

ବିମାନବନ୍ଦର ପରାମର୍ଶଦାତା କମିଟିର ବୈଠକରେ ଭିତ୍ତିଭୂମିର ଉନ୍ନତି, ଯାତ୍ରୀଙ୍କ ପାଇଁ ସୁବିଧା ବୃଦ୍ଧି ଏବଂ ନୂଆ ବିମାନ ସଂଯୋଗ ଉପରେ ଆଲୋଚନା ହୋଇଛି । ସାଂସଦ ପ୍ରଦୀପ ପୁରୋହିତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଦ୍ୱିତୀୟ ସକାଳୁଆ ବିମାନ ଚଳାଚଳ ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇଥିଲା । ଏଥିସହ ଚେନ୍ନାଇ, ଜୟପୁର ଓ ବିଶାଖାପାଟଣାକୁ ସିଧାସଳଖ ବିମାନ ସଂଯୋଗ ସ୍ଥାପନ ନେଇ ମଧ୍ୟ ପ୍ରସ୍ତାବ ରହିଛି ।
ଯାତ୍ରୀଙ୍କ ସୁବିଧା ପାଇଁ ବିମାନବନ୍ଦର ପରିସରରେ ଏଟିଏମ୍ ସ୍ଥାପନ, ରେଷ୍ଟୁରାଣ୍ଟ ଓ ଖାଦ୍ୟ ଷ୍ଟଲ୍ ଖୋଲିବା ଉପରେ ଆଲୋଚନା ହୋଇଛି । ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ, ଐତିହ୍ୟସ୍ଥଳ ଓ ଦର୍ଶନୀୟ ସ୍ଥାନ ସମ୍ପର୍କରେ ଯାତ୍ରୀଙ୍କୁ ସୂଚନା ଦେବା ପାଇଁ ବିମାନବନ୍ଦରରେ ଏକ ସ୍ୱତନ୍ତ୍ର ପର୍ଯ୍ୟଟନ ସୂଚନା କେନ୍ଦ୍ର ଖୋଲିବାକୁ ମଧ୍ୟ ଯୋଜନା ରହିଛି । ଏହା ସହ ବିମାନବନ୍ଦରରେ ଜରୁରୀକାଳୀନ ଚିକିତ୍ସା ସେବା ପାଇଁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ ନିୟୋଜନ ଏବଂ ଭବିଷ୍ୟତର ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉପରେ ଜୋର୍ ଦିଆଯାଇଛି । ବୈଠକରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ବିମାନବନ୍ଦର ପରାମର୍ଶଦାତା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

  • Related Posts

    ବାଣୀବିହାର: ଅଣଛାତ୍ରଙ୍କୁକ୍ୟାମ୍ପସ ଛାଡ଼ି ଚାଲିଯିବାକୁ ସିପି-ଡିସିପିଙ୍କ ଅପିଲ୍

    ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ। କ୍ୟାମ୍ପସ ଅଡିଟୋରିୟମ…

    Continue reading
    ପେଟାପଙ୍ଗା ପଞ୍ଚାୟତରେ ଜନଶୁଣାଣୀ ଶିବିର

    ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପଙ୍ଗା ଗ୍ରାମ ପଞ୍ଚାୟତରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ପଞ୍ଚାୟତ ଅଞ୍ଚଳର ବିଭିନ୍ନ ସମସ୍ୟାକୁ ନେଇ ମୋଟ ୧୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ