ଟିଏମସିରେ ବିଦ୍ରୋହ:ମମତାଙ୍କ ସ୍ଥାନରେ ଅରୂପ ରାୟ ସଭାପତି

କଲକାତା : ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ (ଟିଏମସି)ରେ ଲାଗି ରହିଥିବା ବିଦ୍ରୋହ କ୍ରମରେ ଦଳର ନୂଆ ସଭାପତି ନିର୍ବାଚନ କରାଯାଇଛି। ଟିଏମସିର ବରିଷ୍ଠ ବିଧାୟକ ଅରୂପ ରାୟଙ୍କୁ ଦଳର ସଭାପତି ନିର୍ବାଚନ କରାଯାଇଛି। ରାଜ୍ୟ ବିଧାନସଭା ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବରେ ପରିଚାଳିତ ଟିଏମସିର ବିଦ୍ରୋହୀ ଗୋଷ୍ଠୀ ସୋମବାର ଦଳର ନୂଆ ସଭାପତି ସହିତ ଅନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏହା ସହିତ ପୂର୍ବତନ ମନ୍ତ୍ରୀ ଅରୂପ ବିଶ୍ବାସ, ବିଧାୟକ ଫରହିଦ୍ ହାକିମ, ରଥିନ ଘୋଷ ଓ ସାବିନା ୟାସିମ୍‌ଙ୍କୁ ଦଳର ଉପସଭାପତି କରାଯାଇଛି। ଦଳର ଏହି ନିଷ୍ପତ୍ତି ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯିବ ବୋଲି ଋତବ୍ରତ କହିଛନ୍ତି। ଆମେ ପ୍ରକୃତ ଟିଏମସି ହେଉ ବା ନହେଉ ଆଜିର ସ୍ବତନ୍ତ୍ର ବୈଠକ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ଜଣାଯିବ। ମମତା ବାନାର୍ଜୀ ଯଦି ନୂଆ ନେତୃତ୍ବ ଗଠନ ପ୍ରକ୍ରିୟାରେ ସାମିଲ ହୁଅନ୍ତି ତେବେ ତାଙ୍କୁ ଦଳର ମୁଖ୍ୟ ପରାମର୍ଶଦାତା ରଖାଯିବ। କଲକାତାର ନ୍ୟୁ ଟାଉନଠାରେ ଥିବା ଏକ ପଞ୍ଚତାରକା ହୋଟେଲରେ ବିଦ୍ରୋହୀ ବିଧାୟକ ଓ କାଉନସିଲରମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ବସିଥିଲା। ଏଥିରେ ହାଓଡ଼ା ସେଣ୍ଟ୍ରାଲର ବିଧାୟକ ଅରୂପ ରାୟଙ୍କୁ ସର୍ବସମ୍ମତି କ୍ରମେ ଟିଏମସିର ସଭାପତି ମନୋନୟନ କରାଯାଇଥିଲା। ଏହି ବୈଠକରେ ମମତା ବାନାର୍ଜୀଙ୍କ ପୁତୁରା ତଥା ଦଳର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ତାଙ୍କ ପଦରୁ ନିଲମ୍ବିତ କରାଯାଇଛି। ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱରେ ଗଠିତ ଏହି ବିଦ୍ରୋହୀ ଗୋଷ୍ଠୀ ଏକ ନୂଆ ଜାତୀୟ କାର୍ଯ୍ୟକାରୀ କମିଟି (ଏନସିଡବ୍ଲ୍ୟୁ) ଗଠନ କରିଛନ୍ତି। ଋତବ୍ରତ ବାନାର୍ଜୀ, ଜାଭେଦ ଖାନ ଏବଂ ସାନ୍ଦିପନ ଶାହାଙ୍କୁ ସାଧାରଣ ସମ୍ପାଦକ କରାଯାଇଛି। ଆଖରୁଜାମାନ ଅନସାରୀଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ଋତବ୍ରତଙ୍କ ସପକ୍ଷରେ ଟିଏମ୍‌ସିର ୬୪ ବିଧାୟକଙ୍କ ସମର୍ଥନ ରହିଛି। ଏହି ବିଧାୟକଙ୍କ ସମର୍ଥନରେ ସେ ବିରୋଧୀଦଳ ନେତା ହୋଇଛନ୍ତି।

  • Related Posts

    supremem court on property ସମ୍ପତ୍ତି ମାଲିକାନାର ପ୍ରମାଣ ନୁହେଁ ରାଜସ୍ବ ରେକର୍ଡ

    ନୂଆଦିଲ୍ଲୀ : ମ୍ୟୁଟେସନ ପ୍ରକ୍ରିୟାରେ ଜମିବାଡି ବା ସମ୍ପତ୍ତିର ରାଜସ୍ବ ରେକର୍ଡରେ ନାମ ପରବର୍ତ୍ତନ କରିବା ଦ୍ବାରା ଜଣଙ୍କର ମାଲିକାନାସ୍ବତ୍ବ ଲୋପ ହୁଏ ନାହିଁ ବୋଲି ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଛନ୍ତି। ସେହିପରି ମ୍ୟୁଟେସନ ଦ୍ବାରା ଜଣେ ଅନ୍ୟ ଜଣଙ୍କର…

    Continue reading
    jayasanker meet putin ପୁଟିନଙ୍କୁ ଭେଟିଲେ ଜୟଶଙ୍କର

    ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ ଖୁବଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଆସନ୍ତା ୧୨-୧୩ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ସେ ସାମିଲ ହୋଇପାରନ୍ତିି। ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସୋମବାର ମସ୍କୋରେ ପୁଟିନଙ୍କୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ