ଟିମ୍‌ରେ ୮୯ ନେତାଙ୍କୁ ସାମିଲ୍‌ କଲେ ନବୀନ,ରାଜେନ୍ଦ୍ରଙ୍କୁ ଖୋର୍ଦ୍ଧା, ଜ୍ୟୋତିଙ୍କୁ ବାଲେଶ୍ୱର ଦାୟିତ୍ୱ

ଭୁବନେଶ୍ୱର: ଆଗକୁ ପଞ୍ଚାୟତ ନିର୍ବାଚନ । ୨୦୨୪ ପରାଜୟର ପ୍ରତିଶୋଧ ନେବା ପାଇଁ ଏବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସଂଗଠନ ସଜାଡ଼ିବାରେ ଲାଗିଛନ୍ତି । ରାଜ୍ୟ ଟିମ୍‌ରେ ଆହୁରି ୮୯ ନେତାଙ୍କୁ ସାମିଲ୍‌ କରାଯାଇଛି । ସେପଟେ ଦୀର୍ଘଦିନ ପରେ ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲା ସଭାପତି ନିଯୁକ୍ତ କରାଯାଇଛି । ବରିଷ୍ଠ ନେତା ରାଜେନ୍ଦ୍ର ସାହୁଙ୍କୁ ଖୋର୍ଦ୍ଧା ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଥିବାବେଳେ ମନ୍ମଥ ରାଉତରାୟଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ସେହିପରି ବାଲେଶ୍ୱରରେ ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ସଭାପତି କରାଯାଇଥିବାବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ବିଧାୟକ ଗୌତମବୁଦ୍ଧ ଦାସ । ଏମାନଙ୍କବ୍ୟତୀତ ବିଧାୟକ ନଳିନୀ କାନ୍ତ ପ୍ରଧାନଙ୍କୁ ଅନୁଗୁଳ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି, ମହୀଧର ରଣାଙ୍କୁ ବୌଦ୍ଧ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି, ନରୋତ୍ତମ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଓ ପ୍ରମୋଦ ପଟ୍ଟନାୟକଙ୍କୁ କେନ୍ଦୁଝର ଜିଲ୍ଲା ବିଜେଡ଼ିର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ମିଳିଛି । ଅରପକ୍ଷରେ ୮୯ ନେତାଙ୍କୁ ନବୀନ ବାବୁ ରାଜ୍ୟ କମିଟିରେ ସାମିଲ୍‌ କରି ଗୁରୁତ୍ୱପୂର୍ଣ୍ଣ ପଦଦବୀ ଦେଇଛନ୍ତି । ବରିଷ୍ଠ ନେତା ରଘୁନାଥ ମହାନ୍ତିଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ।ଇଛନ୍ତି ରଘୁନନ୍ଦନ ଦାସ, ଜୀବନ ପ୍ରଦୀ ଦାସ, ସାନନ୍ଦ ମାରାଣ୍ଡି, ଚନ୍ଦ୍ରସାରଥି ବେହେରା ଓ ରମାରଞ୍ଜନ ବଳିୟାରସିଂହ । ଯେତେବେଳେକି ସୁଦର୍ଶନ ହରିପାଲ, ୍ରଦୀ କୁମାର ସାହୁ, ସୁଜାତା ସାହୁ, ମନୋରମା ମହାନ୍ତି, ମାଧବ ଧଡ଼ା, ରୂପେଶ କୁମାର ।ଣିଗ୍ରାହୀ, ସୁନୀଲ ମହାନ୍ତି, ବିଶ୍ୱରଞ୍ଜନ ମଲ୍ଲିକ, ଅଭିମନ୍ୟୁ ସେଠୀ, ରୋହିତ ଯୋଶେଫ ତିର୍କୀ, ରୁଦ୍ର ପ୍ରତା ମହାରଥି, ଧନୁର୍ଜୟ ସିଦ୍ଦୁ, ପ୍ରମୋଦ ସାମଲ, କାଶୀନାଥ ହେମ୍ବ୍ରମ, ବିଷ୍ଣୁବ୍ରତ ରାଉତରାୟ, ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ, ଗୋବର୍ଦ୍ଧନ ଦାସ, ଏମଡ଼ି ସକିଲ୍‌, ସୁବାସ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ସୁରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଦାସ, ଶିଶିର ପରିଜା, ପ୍ରଶାନ୍ତ ନାୟକ, ଅମୀୟ ଦାସ ଓ ବିପ୍ଳବ ପାତ୍ରଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି ।

  • Related Posts

    ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ

    ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି । ପଶ୍ଚିମବଙ୍ଗ ପାଇଁ ମୋହନ ମାଝୀଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ପଶ୍ଚିମବଙ୍ଗରେ ବିଜେପି ବିଧାୟକ ଦଳ ନେତା ଚୟନ ପାଇଁ ମୋହନଙ୍କୁ ସହ-ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି…

    Continue reading
    ରାୟଗଡ଼ାରେ ନୂଆ ରେଳ ଡିଭିଜନ, ଜୁନ ୧ରୁ ହେବ କାର୍ଯ୍ୟକାରୀ

    ଭୁବନେଶ୍ବର: ରାୟଗଡ଼ାରେ ନୂଆ ରେଳ ଡିଭିଜନ । ଜୁନ ୧ରୁ କାର୍ଯ୍ୟକାରୀ ହେବ ରାୟଗଡା ଡିଭିଜନ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ନୋଟିଫିକେସନ ଜାରି ହୋଇଛି । ଏହା ଛଡ଼ା, ଦକ୍ଷିଣ ତଟ ରେଲୱେ ମଧ୍ୟ ନୂତନ ଭାବେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ