ଟ୍ରମ୍ପଙ୍କ ଟାରିଫ୍‍ ବେଆଇନ୍‍: ଆମେରିକା କୋର୍ଟ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଜ ଦେଶର ଅଦାଲତଙ୍କ ଦ୍ୱାରା ଏକ ବଡ ଝଟକା ଲାଗିଛି । ଆମେରିକା ସଂଘୀୟ ଆପିଲ୍‍ କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ ହୋଇଥିବା ଅତିରିକ୍ତ ଶୁଳ୍କକୁ ଅବୈଧ ଘୋଷଣା କରିଛନ୍ତି । ଏହା ବେଆଇନ ବୋଲି ଶୁକ୍ରବାର ଦିନ ଆମେରିକା ଫେଡେରାଲ ଆପିଲ୍‍ କୋର୍ଟ ରାୟ ଦେଇଛନ୍ତି । ରାୟ ଦେବା ବେଳେ କୋର୍ଟ କହିଛନ୍ତି ଯେ ଟ୍ରମ୍ପ ସରକାର ଦ୍ୱାରା ଲାଗୁ କରାଯାଇଥିବା ଅଧିକାଂଶ ଶୁଳ୍କ ଆଇନ ଅନୁଯାୟୀ ନୁହେଁ । ବିଚାରପତି କହିଛନ୍ତି ଯେ ଶୁଳ୍କ ଲାଗୁ କରି ରାଷ୍ଟ୍ରପତି ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି । କାରଣ ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ ତାଙ୍କୁ ଶୁଳ୍କ ଲାଗୁ କରିବାର ଅଧିକାର ଦେଉନାହିଁ ।କୋର୍ଟ କହିଛନ୍ତି ଯେ ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କୁ ବୁଦ୍ଧିମାନ ଭାବରେ ତାଙ୍କର କ୍ଷମତା ବ୍ୟବହାର କରିବା ଉଚିତ । ଏହା ନ୍ୟାୟପୂର୍ଣ୍ଣ ଏବଂ ଯୁକ୍ତିଯୁକ୍ତ ହେବ । ରାଷ୍ଟ୍ରପତି ଟ୍ରମ୍ପ ବାଣିଜ୍ୟ ନିଅଣ୍ଟକୁ ଦର୍ଶାଇ ଶୁଳ୍କ ଲାଗୁ କରିଛନ୍ତି, ଯାହା ଯୋଗୁଁ ଅନେକ ଦେଶ ଆମେରିକା ବିରୋଧରେ ହୋଇଛନ୍ତି । ପ୍ରତିଶୋଧ ସ୍ୱରୂପ, ଆମେରିକା ଉପରେ ମଧ୍ୟ ଟିକସ ଲାଗୁ ହୋଇପାରେ, ଯାହାର ଭାର ଆମେରିକୀୟ କମ୍ପାନୀ ଏବଂ ଲୋକଙ୍କୁ ବହନ କରିବାକୁ ପଡିପାରେ । ଯଦି ଦେଶଗୁଡିକ ଉପରେ ଶୁଳ୍କ ଲଗାଯିବା ଜାରି ରହେ, ତେବେ ଏହା ଆମେରିକା ପାଇଁ କ୍ଷତିକାରକ ପ୍ରମାଣିତ ହେବ ।
ସେପଟେ ଫେଡେରାଲ୍‍ କୋର୍ଟର ନିଷ୍ପତ୍ତି ଶୁଣିବା ପରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି । ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ସମସ୍ତ ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ପ୍ରଯୁଜ୍ୟ ଏବଂ ଏହା ସେହିପରି ରହିବ । ଫେଡେରାଲ କୋର୍ଟ ଅତ୍ୟନ୍ତ ପକ୍ଷପାତିତା କରିଛନ୍ତି । କୋର୍ଟ କହିଛନ୍ତି ଯେ ଶୁଳ୍କ ହଟାଇବା ଉଚିତ, କିନ୍ତୁ ମୁଁ ଜାଣେ ଯେ ଆମେରିକା ଶୁଳ୍କ ଯୁଦ୍ଧରେ ଜିତିବ । ଯଦି ୯୦ଟି ଦେଶ ଉପରେ ଲାଗୁ ହୋଇଥିବା ଶୁଳ୍କ ହଟାଇ ଦିଆଯାଏ , ତେବେ ଏହା ଆମେରିକା ପାଇଁ ଏକ ବଡ଼ ବିପର୍ୟ୍ୟୟ ହେବ ।ଟ୍ରମ୍ପ କହିଛନ୍ତି ଯେ ଆମେରିକା ଆଉ ବାଣିଜ୍ୟ ନିଅଣ୍ଟକୁ ସହ୍ୟ କରିବ ନାହିଁ । ବନ୍ଧୁ ହୁଅନ୍ତୁ କି ଶତ୍ରୁ, ସେମାନଙ୍କ ଦ୍ୱାରା ଆମେରିକା ଉପରେ ଲଗାଯାଇଥିବା ଶୁଳ୍କ ଅନ୍ୟାୟ । ସେମାନଙ୍କର ଶୁଳ୍କ ଆମେରିକାର କମ୍ପାନୀ, ଉତ୍ପାଦକ, ଚାଷୀ ଏବଂ ଲୋକଙ୍କୁ ଦୁର୍ବଳ କରୁଛି । ସେମାନେ ଆମ ଉପରେ ଆର୍ଥିକ ବୋଝ ଏବଂ ଚାପ ପକାଉଛନ୍ତି । ଯଦି ଶୁଳ୍କ ହଟାଯାଏ, ତେବେ ଆମେରିକାର ଲୋକମାନେ ଧ୍ୱଂସ ପାଇଯିବେ । ଶୁଳ୍କକୁ ଆମେରିକା ବିରୋଧରେ ବ୍ୟବହାର କରାଯାଇଛି, ଏବେ ଆମେରିକା ଜାତୀୟ ସ୍ୱାର୍ଥରେ ସେଗୁଡିକୁ ବ୍ୟବହାର କରିବ ।

  • Related Posts

    ବାୟୁସେନା ବିମାନ AN-32 ଦୁର୍ଘଟଣାଗ୍ରସ୍ତ, ପାଇଲଟଙ୍କ ସମେତ 5 ମୃତ

    ଜୋରହାଟ: ଶନିବାର ଆସାମର ଜୋରହାଟ ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନା ଏକ AN-32 ପରିବହନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରତୀୟ ବାୟୁସେନା ଅନୁଯାୟୀ, AN-32 ଜୋରହାଟ ବାୟୁସେନାରେ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା ।…

    Continue reading
    ଅଭିଷେକ ବାନାର୍ଜୀଙ୍କ ଘରେ ସର୍ଚ୍ଚ

    ବିଧାନସଭା ନିର୍ବାଚନ ପରାଜୟ ପରେ ମମତା ବାନାର୍ଜୀଙ୍କ ଟିଏମସିରେ ସଙ୍କଟ ବଢ଼ିବାରେ ଲାଗିଛି। ଗୋଟିଏ ପଟେ ଦଳେ ଆଭ୍ୟନ୍ତରୀଣ କନ୍ଦଳ ତୀବ୍ର ହୋଇଥିବା ବେଳେ ଅନ୍ୟପଟେ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ଆଇନଗତ ସମସ୍ୟା ଜଟିଳ ହୋଇଛି। ଏହିକ୍ରମରେ ଆଜି ଟିଏମସି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ