ଟ୍ରେନ ବିଳମ୍ବ: ପାଟଳିପୁତ୍ର ରେଳଷ୍ଟେସନରେ ପରୀକ୍ଷାର୍ଥୀଙ୍କ ହଙ୍ଗାମା

ପାଟନା:ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୀବ୍ର ଉତ୍ତେଜନା। ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି।ଟ୍ରେନ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଷ୍ଟେସନ ପରିସରରେ ହଙ୍ଗାମା କରିଥିଲେ। ଉତ୍ତ୍ୟକ୍ତ ପରୀକ୍ଷାର୍ଥୀମାନେ ରେଳ ଧାରଣା ଅବରୋଧ କରିବା ସହ ଟ୍ରେନ ଉପରକୁ ପଥରମାଡ଼ ସହ ଭଙ୍ଗାରୁଜା କରିଛନ୍ତି। ଏଥିରେ ପରୀକ୍ଷା ସ୍ପେଶାଲ୍ ଟ୍ରେନର କାଚ ଭାଙ୍ଗିଯାଇଛି। ପଥରମାଡ଼ ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଅନେକ ପୋଲିସକର୍ମୀ ଆହତ ହୋଇଛନ୍ତି। ଦୀର୍ଘ ସମୟ ଧରି ପାଟଲିପୁତ୍ର ଷ୍ଟେସନରେ ହଙ୍ଗାମା ଦେଖିବାକୁ ମିଳିଥିଲା।ଏଥିରେ ଆଇଜି ଜିତେନ୍ଦ୍ର ରଣା ସମେତ ଅନେକ ଥାନା ଇନଚାର୍ଜ ଆହତ ହୋଇଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କଲା ପ୍ରଶାସନ।ସୂଚନାଯୋଗ୍ୟ ଯେ,ବିହାରରେ କେନ୍ଦ୍ରୀୟ ଚୟନ ପରିଷଦ ଦ୍ୱାରା ଆୟୋଜିତ ସିପାହୀ ଭର୍ତ୍ତି ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲାରୁ ପ୍ରବଳ ସଂଖ୍ୟାରେ ପରୀକ୍ଷାର୍ଥୀ ଷ୍ଟେସନରେ ପହଞ୍ଚିଥିଲେ। ରବିବାର ପରୀକ୍ଷା ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ।ଷ୍ଟେସନରେ ଟ୍ରେନ ଅଭାବ ଏବଂ ଟ୍ରେନଗୁଡ଼ିକ ବିଳମ୍ବ ହେତୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପରୀକ୍ଷା ହରାଇବାର ଭୟ କରୁଥିଲେ। ଫଳରେ ଛାତ୍ରମାନେ ଷ୍ଟେସନରେ ଧାରଣାରେ ବସି ହଙ୍ଗାମା କରିଥିଲେ। ଟ୍ରେନକୁ ପଥରମାଡ଼ କରିବା ସହ ଟ୍ରେନର କାଚ ସବୁ ଭାଙ୍ଗିଦେଇଥିଲେ। ପରିସ୍ଥିତି ଅତି ଗମ୍ଭୀର ହେବା ପରେ ପୋଲିସ ପ୍ରଥମେ ଲାଠିଚାର୍ଜ କରିଥିଲା। ଏହା ପରେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲା। ପାଟନାର ଜିଲ୍ଲାପାଳ କହିଛନ୍ତି ଯେ,ପରୀକ୍ଷାର୍ଥୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ପେଶାଲ୍ ଟ୍ରେନର ବ୍ୟବସ୍ଥା କରାଯାଇଥିଲା। ମାତ୍ର କିଛି ଅସାମାଜିକ ଲୋକ ଛାତ୍ରମାନଙ୍କୁ ଉସୁକାଇ ହଙ୍ଗାମା କରିଥିଲେ। ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ ପରେ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ତେବେ ଏହି ପରୀକ୍ଷା ପାଇଁ ୪୧୨୮ ପଦ ଖାଲିପଡିଥିବା ବେଳେ ଲିଖିତ ପରୀକ୍ଷା ୧୪ ଜୁନ୍ ରୁ ୧୭ ଜୁନ ଯାଏଁ ଆୟୋଜିତ ହେଉଛି।ଦୁଇଟି ସିଫ୍ଟରେ ପରୀକ୍ଷା ହେଉଛି।ତେଣୁ ଷ୍ଟେସନରେ ଏତେମାତ୍ରାରେ ଭିଡ଼ ଲାଗି ରହିଥିଲା।

  • Related Posts

    ଆଜି ମୋଦୀ ଏବଂ ଟ୍ରମ୍ପଙ୍କ ମଧ୍ୟରେ ଆନୁଷ୍ଠାନିକ ବୈଠକ

    ପ୍ୟାରିସ : ଫ୍ରାନ୍ସର ଏଭିଆନ୍‌ଠାରେ ଚାଲିଥିବା ଜି-୭ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସୌଜନ୍ୟମୂଳକ ସାକ୍ଷାତ ହୋଇଛି। ଗତ ୧୬ ମାସ ମଧ୍ୟରେ ଉଭୟ ନେତାଙ୍କ ଏହା ହେଉଛି ପ୍ରଥମ ପ୍ରତ୍ୟକ୍ଷ…

    Continue reading
    ମୋଦୀଙ୍କ ଯୋଜନା: ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ !

    ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଜନା କରୁଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। କିଛିଦିନ ହେବ ବିଜେପି ସାଂଗଠନିକ ସ୍ତରରେ ପରିବର୍ତ୍ତନ ଓ ରାଜ୍ୟସଭା ଆସନ ନିମନ୍ତେ ନାମାଙ୍କନପତ୍ର ଦାଖଲ ଏହି ଚର୍ଚ୍ଚାକୁ ଖୋରାକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ