ଓମାନ ଉପକୂଳରେ ବୁଡିଲା ‘ ଏମଏସ୍‌ଭି ବିରାଟ ୧

ନୂଆଦିଲ୍ଲୀ:ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡିବା ପରେ ଆମେରିକା ନୌସେନା, ଭାରତୀୟ ନୌସେନା ଏବଂ ଏକ ବାଣିଜ୍ୟକ ଜାହାଜ ମିଳିତ ସହଯୋଗରେ ଉଦ୍ଧାର କରିଥିଲେ। ଖବର ପାଇ ଭାରତୀୟ ନୌସେନା ପକ୍ଷରୁ ଏକ ବାଣିଜ୍ୟ ଜାହାଜ ସାହାଯ୍ୟରେ ବଡ ସ୍ତରରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା।ସୂଚନା ମୁତାବକ,ଡଙ୍ଗାରେ ଓମାନର ରସ ଅଲ ସମୁଦ୍ର ଠାରୁ ପ୍ରାୟ ୮୦ ମାଇଲ ପୂର୍ବରେ ଫସିଥିଲେ। ଯାହାପରେ ତାଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା ।

ଖବର ମୁତାବକ, ଆମେରିକା ନୌସେନାକୁ ରବିବାର ସକାଳେ ଖବର ମିଳିଥିଲା । ଏହାପରେ ଆମେରିକା ନୌସେନା ତଟୀୟ ଅଧିକାରୀ ଏବଂ ଭାରତୀୟ ନୌସେନାକୁ ଆଲର୍ଟ ଜାରି କରିଥିଲେ । ଆମେରିକା ନୌସେନାର ତଟୀୟ ଅଧିକାରୀ ଏବଂ ଭାରତୀୟ ନୌସେନା ଆଲର୍ଟ ଜାରି କରିଛି । ଆମେରିକା ନୌସେନାର ପି-୮ ସମୁଦ୍ରକୁ ବିମାନ ଜରିଆରେ ପହଞ୍ଚି ଏକ ଲାଇଫ ରାଫ୍ଟ ପକାଇ ରେସକ୍ୟୁ ଅପରେସନ କରିଥିଲା । ଉଦ୍ଧାର ଅଭିଯାନରେ ପାଖରେ ଯାଉଥିବା ଏକ ବାଣିଜ୍ୟକ ଜାହାଜ ମଧ୍ୟ ସାମିଲ ହୋଇଥିଲା । ଏହି ଜାହାଜ ସୋହାରରୁ ମୁମ୍ବାଇ ଯାଉଥିଲା । ଆମେରିକା ପି-୮ ବିମାନର ଅନୁରୋଧକ୍ରମେ ବୁଡିଯାଉଥିବା ଡଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର ପାଇଁ କୁହାଯାଇଥିଲା ।

  • Related Posts

    ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

    ନୂଆଦିଲ୍ଲୀ,: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ ମଧ୍ୟ କିଛି ଯାତ୍ରୀ ବିନା ଟିକେଟରେ ଟ୍ରେନରେ ଯାତ୍ରା କରିବାକୁ ଲାଗନ୍ତି, କିନ୍ତୁ…

    Continue reading
    କୋଲକାତାରେ ଯୋଗ କଲେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ; ଆଜି ୧୨ ତମ ଯୋଗ ଦିବସରେ ଦେଶ ଯୋଗମୟ ହୋଇଛି । ଦେଶବିଦେଶରେ ମହା ଆଡମ୍ବରରେ ପାଳନ ହୋଇଛି ଯୋଗ ଦିବସ । ଚଳିତବର୍ଷର ଥିମ୍ ରହିଛି କୋଲକାତାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିଲେ “ସୁସ୍ଥ ଆୟୁ ପାଇଁ ଯୋଗ”…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ