ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଭୁମିକା ମହତ୍ୱପୂର୍ଣ୍ଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଆଜିର ପ୍ରଯୁକ୍ତିବିଦ୍ୟା ଯୁଗରେ ସୂଚନା ଓ ପ୍ରସାରଣର ସବୁଠାରୁ ବଡ଼ ଏବଂ ଶକ୍ତିଶାଳୀ ମାଧ୍ୟମ ସାଜିଛି ସୋସିଆଲ ମିଡ଼ିଆ।ଯାହା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ‘ଚାଏ ପେ ଚର୍ଚ୍ଚା’ସମୟରୁ ହିଁ ନିଜର ବ୍ୟାପକ ପ୍ରଭାବ ପ୍ରମାଣିତ କରିସାରିଛି । ବିଜେପି ଓଡ଼ିଶା ପକ୍ଷରୁ ଆୟୋଜିତ’ସୃଜନ ସମ୍ବାଦ: ଡିଜିଟାଲ୍ କ୍ରିଏଟର୍ସ ମିଟ୍’ରେଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ରାଜ୍ୟର ଅଗ୍ରଣୀ ସୃଜନଶୀଳ କ୍ରିଏଟର ଏବଂ ଡିଜିଟାଲ୍ ମିଡିଆ ପ୍ରତିନିଧିମାନଙ୍କ ସହ ସିଧାସଳଖ ଆଲୋଚନା କରିବାର ଏକ ଅନନ୍ୟ ଅବସର ମିଳିଲାବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ବିଜେପିରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାରଏଥିରେସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ,ଗତ ସରକାର ସମୟରେ ସମାଲୋଚନାକୁ ନାଲି ଆଖି ଦେଖାଇ ସ୍ୱର ଚପାଇବାର ପ୍ରୟାସ କରାଯାଉଥିବା ବେଳେ ଆମ ସରକାର ସୃଜନଶୀଳତାର ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଦୃଢ଼ ବିଶ୍ୱାସ ରଖିଛି । ଏହି ପରିପ୍ରେକ୍ଷୀରେ,ଭ୍ରମାତ୍ମକ କ୍ଲିକ୍ବେଟ୍ ଓ ଶସ୍ତା ପ୍ରସିଦ୍ଧିର ମୋହରୁ ଦୂରରେ ରହି ଉନ୍ନତ ମାନର ଉଦ୍ଦେଶ୍ୟଭିତ୍ତିକ ବିଷୟବସ୍ତୁ (Purpose-driven content)ଉପରେ ଗୁରୁତ୍ୱ ଦେବାକୁ ମୁଁ ସମସ୍ତ କ୍ରିଏଟରମାନଙ୍କୁ ଆହ୍ୱାନ କରିଛି। ଆମ ସରକାରଙ୍କ ଜନହିତକର ପ୍ରୟାସ ଏବଂ ଓଡ଼ିଶାର ସମୃଦ୍ଧ କଳା,ସଂସ୍କୃତି ଓ ଅନନ୍ୟ ପରମ୍ପରାକୁ ଡିଜିଟାଲ୍ ମାଧ୍ୟମରେ ବିଶ୍ୱ ଦରବାରରେ ସଠିକ୍ ଭାବେ ଉପସ୍ଥାପନ କରି‘ବିକଶିତ ଭାରତ’ସହ‘ସମୃଦ୍ଧ ଓଡ଼ିଶା’ଗଠନର ସ୍ୱପ୍ନକୁ ସାକାର କରିବାରେ ସମସ୍ତେ ସକାରାତ୍ମକ ସାରଥି ସାଜନ୍ତୁବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

  • Related Posts

    ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା : ମୃତ ଓଡ଼ିଆ ଶ୍ରମିକଙ୍କ ସହାୟତା ରାଶିକୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧିକଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଥିଲେ।…

    Continue reading
    ଇଞ୍ଜିନିୟରମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ

    ବିଗତ କିଛିମାସ ଧରି ଭିଜିଲାନ୍ସ ଜାଲରେ ମାଳମାଳ ଇଞ୍ଜିନିୟର ଧରାପଡ଼ିବା ପରେ ରାଜ୍ୟ ସରକାର ଓଡ଼ିଶା ଇଞ୍ଜିନିୟରିଂ ସେବା(ଓଇଏସ) ଓ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟରିଂ ସେବା(ଓଡ଼ିଇଏସ) କ୍ୟାଡ଼ରର ଅଧିକାରୀମାନଙ୍କ ପାଇଁ ନୂଆ ବଦଳି ନୀତି ଲାଗୁ କରିଛନ୍ତି। ୨୦୧୯ ସେପ୍ଟେମ୍ବର ୨୪ର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ