ଡେପୁଟେଶନରେ ଯିବେ କୁଟ୍ଟେ

ଭୁବନେଶ୍ୱର: ଆଇପିଏସ୍‌ ଅଫିସର ଡି.ଏସ୍‌ କୁଟ୍ଟେ କେନ୍ଦ୍ରୀୟ ଡେପୁଟେଶନରେ ଯିବାନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବରିଷ୍ଠ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ଡେପୁଟେଶନ ଯିବା ଘୋଷଣା ହେବା ପରେ ଡି.ଏସ୍‌. କୁଟ୍ଟେଙ୍କ ବିଜ୍ଞପ୍ତି ଜାରି ହୋଇଛି। ବିଏସ୍‌ଏଫ୍‌ ଆଇଜି ଭାବେ କୁଟ୍ଟେ ଡେପୁଟେଶନରେ ଯିବେ। ଏବେ ସେ ଗୃହ ବିଭାଗ ଓଏସ୍‌ଡି ଭାବେ ଦାୟିତ୍ୱରେ ଅଛନ୍ତି। ୨୦୨୮ରେ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ବିଏସ୍‌ଏଫ୍‌ ଆଇଜି ଭାବେ ଡି.ଏସ୍‌. କୁଟ୍ଟେ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି। ଶନିବାର ଆଶିଷ ସିଂ ଆଇଟିବିପି ଆଇଜି ଭାବେ ବଦଳି ହୋଇଥିଲେ। ସୂଚନାଯୋଗ୍ୟ, ଦୁଇ ବରିଷ୍ଠ ଆଇପିଏସ୍‌ ଅଫିସର ଡିଏସ୍‌ କୁଟ୍ଟେ ଏବଂ ଆଶିଷ ସିଂ ଗତ ସରକାର ସମୟରେ ବହୁ କ୍ଷମତାଶାଳୀ ହୋଇରହିଥିଲେ। କାର୍ତ୍ତିକ ପାଣ୍ଡିଆନଙ୍କ ଖାସ୍‌ ସହଯୋଗୀ ଭାବେ ଉଭୟଙ୍କ ନାଁକୁ ନେଇ ସବୁବେଳେ ଚର୍ଚ୍ଚା ହେଉଥିଲା। ଗତ ସାଧାରଣ ନିର୍ବାଚନ ସମୟରେ ନିର୍ବାଚନ ଆୟୋଗ ଉଭୟ ଅଫିସରଙ୍କ ବିରୋଧରେ ବିଜେଡି ସପକ୍ଷରେ କାର୍ୟ୍ୟ କରୁଥିବାର ପ୍ରମାଣ ଦେଇ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ପାଳନ କରି ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡିଏସ୍‌ କୁଟ୍ଟେଙ୍କୁ ଗତ ଅଗଷ୍ଟ ୨୧ରେ ଓ ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କୁ ଗତ ଅଗଷ୍ଟ ୬ରେ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା। ବିଜେଡି ପାଇଁ କାର୍ୟ୍ୟ କରିବା ଓ କ୍ଷମତାର ଅପବ୍ୟବହାର କରି ସରକାରୀ କଳ ଉପରେ ଚାପ ପକାଇବାର ବଳିଷ୍ଠ ପ୍ରମାଣ କୁଟ୍ଟେଙ୍କ ବିରୋଧରେ ରହିଛି। ରାଜ୍ୟର ଦୁଇ ଆଇଏଏସ୍‌ ଅଫିସର ଏନ. ଥିରୁମାଳା ନାଏକ ଯିଏକି ତତ୍କାଳୀନ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଖୋର୍ଦ୍ଧା ଜିଲାପାଳ ଚଞ୍ଚଲ ରାଣା ସେତେବେଳେ ଲିଖିତ ଭାବେ କୁଟ୍ଟେଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ, ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଉଥିଲା। ହେଲେ ବିଜେଡି ସରକାର ଯିବାର ୬ ମାସ ମଧ୍ୟରେ କେନ୍ଦ୍ରୀୟ ଡେପୁଟେଶନକୁ ଯିବାରେ ଆଶିଷ ସକ୍ଷମ ହୋଇଛନ୍ତି। ତାଙ୍କୁ ତତ୍କାଳ କେନ୍ଦ୍ରୀୟ ଡେପୁଟେଶନରେ ପଠାଇବାକୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛନ୍ତି। ଆଇଟିବିପି ଆଇଜି ଭାବେ ତାଙ୍କ ନିଯୁକ୍ତି ନେଇ ନିର୍ଦ୍ଦେଶ ଜାରି ହୋଇଛି। ଏହାପରେ କୁଟ୍ଟେ ଖୁବ୍‌ଶୀଘ୍ର ଡେପୁଟେଶନ ଅବା ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିପାରନ୍ତି ବୋଲି କୁହାଯାଉଥିଲା। ତେବେ ବର୍ତ୍ତମାନ ତାଙ୍କୁ ମଧ୍ୟ ବିଏସ୍‌ଏଫ୍‌ ଆଇଜି ଭାବେ ନିଯୁକ୍ତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି କରାଯାଇଛି।

  • Related Posts

    ବିପଦସଙ୍କୁଳ କାଠ ପୋଲ ଭରଷାରେ ଦେସିଙ୍କୁଳି ଗ୍ରାମବାସୀ

    ଦେବଗଡ଼:ନିର୍ବାଚନ ପରେ ନିର୍ବାଚନ ଯାଉଛି ସତ କିନ୍ତୁ ଜିଲ୍ଲାରେ ବଦଳୁନି ଗ୍ରାମାଞ୍ଚଳର ଗମନାଗମନର ଚିତ୍ର।ନାଳ ଉପରେ ଥିବା ପୁରୁଣା ପୋଲଟି ବହୁ ବର୍ଷ ହେବ ବର୍ଷାରେ ଧୋଇ ଯିବାରୁ ଭୁସୁଡି ପଡିବା ସହିତ ନାଳ ଉପରେ ପୋଲ ନିର୍ମାଣ କରିବା ପାଇଁ…

    Continue reading
    ବିଭିନ୍ନ ପ୍ରମୁଖ ଯୋଜନାର ସମନ୍ୱୟରେ ସୁଦୃଢ଼ ହେବ ସ୍କୁଲ ଶିକ୍ଷା ବ୍ୟବସ୍ଥା- ଧର୍ମେନ୍ଦ୍ର ପ୍ରଧାନ

    ନୂଆଦିଲ୍ଲୀ, ମଇ ୨୯ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ‘ସମଗ୍ର ଶିକ୍ଷା ଅଭିଯାନ’ ଅଧୀନରେ ପାଣ୍ଠି ପ୍ରଦାନ ଏବଂ ଏହାର ବିନିଯୋଗ ନେଇ ଏକ ବିସ୍ତୃତ ସମୀକ୍ଷା ବୈଠକ କରିଛନ୍ତି । ଶିକ୍ଷା ମନ୍ତ୍ରଣାଳୟର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ