
ଗର୍ବିତ ଓଡ଼ିଆ : ତାମିଲନାଡୁ ଜନତା କୌଣସି ଦଳକୁ ମଧ୍ୟ ଏକପାଖିଆ ସମର୍ଥନ କରିନାହାନ୍ତି । ତେବେ ସବୁଠାରୁ ବଡ଼କଥାଟି ହେଉଛି ତାମିଲନାଡୁରେ ବିଜୟଙ୍କ ଦଳ ଟିଭିକେ ୯୮ ଆସନରେ ଆଗୁଆ ଥିବାବେଳେ ଏଡ଼ିଏମକେ ୭୩ ଆସନରେ ଆଗୁଆ ରହିଛି । ସେହିପରି ୬୪ ଆସନରେ ଡିଏମକେ ଅଗ୍ରଣୀ ଲାଭ କରିଛି । ଯଦି ଏହି ଟ୍ରେଣ୍ଡ ଜାରିରହେ ତେବେ ବିଜୟ ହିଁ ସରକାର ଗଢ଼ିବା ସ୍ଥିତିକୁ ଆସିଯିବେ । ଡିଏମକେ କିମ୍ବା ଏଡ଼ିଏମକେ ସହ ସେ ମେଣ୍ଟ କରିପାରନ୍ତି । ତେବେ ପୂର୍ବରୁ ବିଜେପିର ପ୍ରସ୍ତାବକୁ ବିଜୟ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ନିର୍ବାଚନ ପରେ ହୁଏତ ସେ ମନ ବଦଳାଇପାରନ୍ତି । ତାମିଲନାଡୁରେ ଗଣତି ଯେତିକି ଆଗକୁ ବଢୁଛି, ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ଙ୍କ ରକ୍ତଚାପ ସେତିକି ବଢ଼ିବାରେ ଲାଗିଛି । ପ୍ରାରମ୍ଭିକ ଗଣନାରେ ଷ୍ଟାଲିନଙ୍କ ଡିଏମକେ ଏବେ ତୃତୀୟ ସ୍ଥାନରେ ରହିଛି । ଯଦି ଏଭଳି ଟ୍ରେଣ୍ଡ ଆଉ ୧ ଘଣ୍ଟା ଜାରି ରହେ ତେବେ ଷ୍ଟାଲିନଙ୍କ ଦଳକୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିବ । ସେପଟେ ଟିଭିକେ ହିଁ କିଙ୍ଗ ମେକର ଅଥବା କିଙ୍ଗ ଭୂମିକାରେ ଅବତୀର୍ଣ୍ଣ ହେବ ।
ଯଦି ନିର୍ବାଚନ କମିଶନଙ୍କ ତଥ୍ୟକୁ ଦେଖିବା ତେବେ ଟିଭିକେ ୭୩ ଆସନରେ ଆଗୁଆ ଥିବାବେଳେ ଏଡିଏମକେ ୫୪ ଓ ଡିଏମକେ ୨୯ ଆସନରେ ଆଗୁଆ ରହିଛି । କଂଗ୍ରେସ ୫ ଓ ପିଏମକେ ୪ ଆସନରେ ଆଗୁଆ ଅଛି ।

