ଦିଲ୍ଲୀରେ ଶୁଣୁଛୁ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି:ଖଡ଼ଗେ

ଭୁବନେଶ୍ବର: ଗୋଷ୍ଠୀ କନ୍ଦଳ ଯୋଗୁଁ ଖପ୍ପା ହାଇକମାଣ୍ଡ । ପିଏସି ବୈଠକରେ ଏକାଠି ରହିବା ଉପରେ ଗୁରୁତ୍ୱ ଦେଲେ କଂଗ୍ରେସ ଶୀର୍ଷ ନେତୃତ୍ୱ ଖଡ଼ଗେ ଏବଂ ରାହୁଲ ଗାନ୍ଧୀ । ଏଭଳି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଖଡ଼ଗେ କହିଲେ ଦିଲ୍ଲୀରେ ସବୁବେଳେ ଶୁଣୁଛୁ ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଛି । ତେଣୁ ଏକାଠି ହେବାକୁ ପଡିବ । ଯେଉଁ ପର୍ୟ୍ୟନ୍ତ ନେତା ମାନେ ଏକାଠି ହେବେନି ଦଳ ରି-ଭାଇବ କରିପାରିବନି ।

ସେହିପରି ରାହୁଲ ଗାନ୍ଧୀ କହିଛନ୍ତି ସମସ୍ତଙ୍କ ମତ ଯାହା ଥାଉ ସମସ୍ତେ ମିଶିକି କାମ କର । ଏହାସହ ଉପକୂଳ ଓଡ଼ିଶାରେ ଫୋକସ୍ କରିବାକୁ ଦେଲେ ପରାମର୍ଶ ରାହୁଲ । ବୈଠକରେ ଉପସ୍ଥିତି ରହି ସମସ୍ତେ ଏକାଠି ହେଲେ ଦଳ ସୁଦୃଢ ହେବ ବୋଲି ମତ ରଖିଛନ୍ତି ।

ସେହିଭଳି, ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପଟ୍ଟନାୟକ କହିଛନ୍ତି, ରାଜନୈତିକ ବ୍ୟାପାର କମିଟି ଆଲୋଚନା ବେଳେ ରାହୁଲ ଗାନ୍ଧୀ କହିଛନ୍ତି, ଏକଜୁଟ ରୁହ, ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ କର । ଜାତି ଜନଗଣନା, ପଛୁଆବର୍ଗଙ୍କୁ ସଂରକ୍ଷଣ, ଦଳିତଙ୍କ ସୁରକ୍ଷାକୁ ପ୍ରସଙ୍ଗ କରି ଆନ୍ଦୋଳନ କରି ଲୋକଙ୍କ ପାଖକୁ ଯିବାକୁ ବରିଷ୍ଠ ନେତାଙ୍କୁ ପରମର୍ଶ ଦେଇଛନ୍ତି ରାହୁଲ ଗାନ୍ଧୀ ।

  • Related Posts

    ଦୀର୍ଘ ଓ ଅଧିକ ଅର୍ଥପୂର୍ଣ୍ଣ ପଥ ବାଛିବାକୁ ‘ଜେନ୍‌ ଜି’ଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

    ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ‘ଜେନ୍‌ ଜି’ଙ୍କୁ ଶକ୍ତିଶାଳୀ ବାର୍ତ୍ତା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭବିଷ୍ୟତରେ ଆମକୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରି ଲକ୍ଷ ଲକ୍ଷ ଯୁବକଙ୍କ ଆବଶ୍ୟକତା ଅଛି। ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇ କହିଛନ୍ତି…

    Continue reading
    ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ: ଜିଲ୍ଲା ଗସ୍ତରେ ଯିବେ ନବୀନ

    ଭୁବନେଶ୍ବର: ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏବେଠାରୁ ଅଣ୍ଟା ଭିଡ଼ିଛି ବିଜୁ ଜନତା ଦଳ । ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ହୋଇଥିବା ବେଳେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜେଡି ପାଇଁ ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ