ଦିଲ୍ଲୀ ହାଇକୋର୍ଟକୁ ବୋମା ଧମକ

ଆସନ୍ତାକାଲି ଦେଶ ପାଳିବ ସ୍ୱାଧୀନତାର ୮୦ତମ ବର୍ଷ ପୂର୍ତ୍ତି। ଏଥିପାଇଁ ସବୁ ଆଡ଼େ ଜୋରସୋରରେ ଚାଲିଛି ପ୍ରସ୍ତୁତି। ଦିଲ୍ଲୀର ଲାଲକିଲାରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ପୂରା ଦେଶ ଦେଖିବ ଭାରତର ପରାକ୍ରମ।ହେଲେ ସ୍ୱାଧୀନତା ଦିବସର ଦିନକ ପୂର୍ବରୁ ଦେଶର ରାଜଧାନୀ ଦିଲ୍ଲୀକୁ ମିଳିଛି ବୋମା ବିସ୍ଫୋରଣର ଧମକ। ଦିଲ୍ଲୀ ହାଇକୋର୍ଟ, ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ ଓ ରାଜଧାନୀର ଅନ୍ୟ କିଛି ପ୍ରମୁଖ ସ୍ଥାନକୁ ଏପରି ବୋମା ଧମକ ମିଳିଛି। ‘ବ୍ଲାଷ୍ଟ ଦିଲ୍ଲୀ ହାଇକୋର୍ଟ @୨.୧୧ ପିଏମ’ ଶୀର୍ଷକ ଥିବା ଏହି ଧମକପୂର୍ଣ୍ଣ ବାର୍ତ୍ତା ଇ-ମେଲ ଯୋଗେ ଆସିଛି। ଖଲିସ୍ତାନ ନାଁରେ ଧମକପୂର୍ଣ୍ଣ ଇ-ମେଲ ଆସିଥିବା ବେଳେ ବିସ୍ଫୋରଣର ବିସ୍ତୃତ ଯୋଜନା ସମ୍ପର୍କରେ ଏଥିରେ ଉଲ୍ଲେଖ ରହିଛି।ଧମକପୂର୍ଣ୍ଣ ଇ-ମେଲରେ ଦାବି କରାଯାଇଛି ଯେ ଦିଲ୍ଲୀ ନିଶ୍ଚିତ ଭାବେ ଖଲିସ୍ତାନରେ ପରିଣତ ହେବ। ଇ-ମେଲରେ କୁହାଯାଇଛି ଯେ ଶନିବାର ମଧ୍ୟାହ୍ନ ୨.୧୧ରେ ଦିଲ୍ଲୀ ହାଇକୋର୍ଟରେ ଗୋଟିଏ ବୋମା ବିସ୍ଫୋରଣ କରାଯିବ।ଏହାର ଘଣ୍ଟାଏ ପରେ ଜିଲ୍ଲା କୋର୍ଟ ଗୁଡ଼ିକରେ ମଧ୍ୟ ବିସ୍ଫୋରଣ ହେବ। ଦିଲ୍ଲୀ କୋର୍ଟରେ ଚାଲିଥିବା ଏକାଧିକ ମାମଲାର ଶୁଣାଣିକୁ ନେଇ ବିସ୍ଫୋରଣ ଧମକ ଦିଆଯାଇଛି। ଏଥିରେ କୁହାଯାଇଛି ଯେ “ଦିଲ୍ଲୀ କୋର୍ଟ ଗୁଡ଼ିକ କେବଳ ଶିଖମାନଙ୍କ ବିରୋଧରେ ଥିବା ମାମଲାର ଶୁଣାଣି କରାଯାଉଛି।”
ଇ-ମେଲରେ ଆହୁରି ଦାବି କରାଯାଇଛି ଯେ ଖଲିସ୍ତାନ ସଦସ୍ୟମାନେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଦିଲ୍ଲୀରେ ପହଞ୍ଚି ସାରିଛନ୍ତି। ଶିଖମାନଙ୍କ ପାଇଁ ନିଶ୍ଚିତ ଭାବେ ଭାରତରେ ଖଲିସ୍ତାନ ଦେଶ ଗଠନ ହେବ ବୋଲି ଏଥିରେ କୁହାଯାଇଛି।ହାଇକୋର୍ଟ ବ୍ୟତୀତ ଜାମନଗର ହାଉସ, ଝାନ୍ଦେୱାଲାନ ବିଲଡିଂ, ସାକେତ ଅଫିସ, ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଫିସ, ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ ୩ ଓ ଦିଲ୍ଲୀ କ୍ୟାଣ୍ଟରେ ଥିବା ସବ ଡିଭିଜନାଲ ମାଜିଷ୍ଟ୍ରେଟ ଅଫିସରେ ବିସ୍ଫୋରଣ ହେବ ବୋଲି ଧମକ ମିଳିଛି। ଦିଲ୍ଲୀ ମେଟ୍ରୋ ଓ ଅମ୍ବାଲା ଯାଉଥିବା ଟ୍ରେନଗୁଡ଼ିକୁ ମଧ୍ୟ ଉଡ଼ାଇ ଦିଆଯିବାକୁ ଇ-ମେଲ ଯୋଗେ ଧମକ ଦିଆଯାଇଛି। ଏହି ଧମକ ମିଳିବା ପରେ ଦିଲ୍ଲୀ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ବୋମା ନିଷ୍କ୍ରିୟ ଟିମ ସହ ଅଗ୍ନିଶମ ବାହିନୀକୁ ଧମକ ମିଳିଥିବା ସ୍ଥାନଗୁଡ଼ିକୁ ପଠା ଯାଇଛି। ସବୁ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିଲେ ହେଁ ଏଯାଏ କୌଣସି ସନ୍ଦିଗ୍ଧ ଗତିବିଧିର ସୂଚନା ମିଳିନାହିଁ।

  • Related Posts

    ନଡ୍ଡା ଅସୁସ୍ଥ, ଏମ୍ସରେ ଭର୍ତ୍ତି

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଅସୁସ୍ଥ ହୋଇ ପଡ଼ିଛନ୍ତି। ସେ ହଠାତ୍‌ ଅସହଜ ଅନୁଭବ କରିବାରୁ ତାଙ୍କୁ ତତ୍କାଳ ଦିଲ୍ଲୀ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଛି। ଶ୍ରୀ ନଡ୍ଡା ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ତାଙ୍କ ହାର୍ଟର ଏଞ୍ଜିଓଗ୍ରାଫି କରାଯାଇଛି। ଏବେ…

    Continue reading
    ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନକଲେ ରାଷ୍ଟ୍ରପତି

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ୨୦୨୪ ଏବଂ ୨୦୨୫ ବର୍ଷ ପାଇଁ ବିଶିଷ୍ଟ କଳାକାରମାନଙ୍କୁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଏବଂ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଛନ୍ତି।ସେହିପରି ଓଡ଼ିଶୀ ନୃତ୍ୟ ଗୁରୁ ବିଚିତ୍ରା ନନ୍ଦ ସ୍ୱାଇଁ ୨୦୨୪ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ