ଦୁଇଟି ଅଣ୍ଡରପାସ୍ ମଧ୍ୟରେ ଖସିଲା ଟ୍ରକ୍, ଚାଳକ ଗୁରୁତର

ବଡ଼ବିଲ୍‌ : କେନ୍ଦୁଝର ବଡ଼ବିଲ ଥାନା ଅନ୍ତର୍ଗତ ଏନ୍‌ଏଚ୍- ୫୨୦ରେ ଭୟଙ୍କର ଦୁର୍ଘଟଣା। ରଇଡ଼ା OMC ଛକ ନିକଟରେ ଘଟିଛି ଦୁର୍ଘଟଣା। ଭାରସାମ୍ୟ ହରାଇ ଟ୍ରକ୍ ଦୁଇଟି ଅଣ୍ଡରପାସ୍ ମଧ୍ୟରେ ପ୍ରାୟ ୨୦ ଫୁଟ ତଳକୁ ଖସି ପଡିଛି। ଫଳରେ ଟ୍ରକ୍‌ଟି ଚୁରମାର ହୋଇଯାଇଥିବା ବେଳେ ଟ୍ରକ୍ ଚକ ବାହାରି ଯାଇଛି। ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭାର୍ତ୍ତି କରିଛି।

ସୂଚନା ଅନୁସାରେ, ରବିବାର ଭୋର ସମୟରେ ଏକ ଟ୍ରକ ଯୋଡ଼ା ପଟୁ ଭଦ୍ରାସାହି ଦିଗକୁ ଯାଉଥିଲା। ରଇଡ଼ା OMC ଛକ ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଟ୍ରକ୍ ନିୟନ୍ତ୍ରଣ ହରାଇଥିଲ। ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ, ଟ୍ରକ୍ ପ୍ରଥମେ ବାରିକେଡ୍ ଡେଇଁ ହାତୀ ଚଳାଚଳ ପାଇଁ ନିର୍ମିତ ଦୁଇଟି ଅଣ୍ଡରପାସ୍ ମଧ୍ୟରେ ପଡ଼ି ଚୁରମାର୍ ହୋଇଯାଇଥିଲା। ଘଟଣାର ସୂଚନା ପାଇ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗୁରୁତର ଆହତ ଡ୍ରାଇଭରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଚିକିତ୍ସାଳୟକୁ ପଠାଯାଇଛି। ଘଟଣାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି। ଦୁର୍ଘଟଣାର ସଠିକ୍ କାରଣ ଖୋଜାଯାଉଛି।

  • Related Posts

    ପହିଲି ରଜରେ ୫ କୋଟି ଆମିଷ ବିକ୍ରି

    ଭୁବନେଶ୍ୱର: ରଜ ବଜାରରେ ଡିମାଣ୍ଡରେ ରହିଲା ଖାସି । ଯେଉଁଠି ମାଛ, ଚିକେନରେ କୋଟିଏ ଲେଖାଏଁର ବେପାର ହୋଇଥିଲା, ସେଠି ଏକୁଟିଆ ଖାସିରେ ଆସିଲା ଦୁଇ କୋଟି । ପଶ୍ଚିମବଙ୍ଗରୁ ଯଥେଷ୍ଟ ଖାସି ଆସୁନଥିବା ସତ୍ତେ୍ୱ ରାଜଧାନୀବାସୀଙ୍କ ଚାହିଦା ମେଣ୍ଟାଇବାରେ ସଫଳ…

    Continue reading
    ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା, ମଙ୍ଗଳବାର ରହିବ ବନ୍ଦ

    ବାରଙ୍ଗ: ରଜ ପାଇଁ ସୋମବାର ନନ୍ଦନକାନନ ଖୋଲା ରହିବ ଏବଂ ମଙ୍ଗଳବାର ବନ୍ଦ ରହିବ । ସୋମବାର ପର୍ଯ୍ୟଟକଙ୍କ ପାଇଁ ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲା ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ରବିବାର ପହିଲି ରଜରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ