ଦୁଇଟି ଚର୍ଚ୍ଚରେ ଦଳାଚକଟା: ୩୨ ମୃତ

ଆବୁଜା: ନାଇଜେରିଆର ଦୁଇଟି ଚର୍ଚ୍ଚରେ ଦଳାଚକଟା ହୋଇ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ରାଜଧାନୀ ଆବୁଜାସ୍ଥିତ ହୋଲି ଟ୍ରିନିଟ୍ କ୍ୟାଥୋଲିକ ଚର୍ଚ୍ଚ ଓ ଦାକ୍ଷିଣାତ୍ୟ ସହର ଓକିଜା ସହରରେ ଥିବା ଦୁଇଟି ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଇଁ ଉପହାର ବଣ୍ଟନବେଳେ ଦଳାଚକଟା ହୋଇଥିଲା। ଟ୍ରିନିଟ୍ କ୍ୟାଥୋଲିକ ଚର୍ଚ୍ଚରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ହୋଇଥିବାବେଳେ ଓକିଜାସ୍ଥିତ ଚର୍ଚ୍ଚରେ ୨୨ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୮ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ଶିଶୁ ଅଛନ୍ତି।
ଶନିବାର ଚର୍ଚ୍ଚ ପରିସରରେ ଉପହାର ବଣ୍ଟନ କରାଯିବାବେଳେ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇ ଦଳାଚକଟା ହୋଇଥିଲା। ପୁଲିସ ମୁଖପାତ୍ରଙ୍କ କହିବା ଅନୁଯାୟୀ ଖ୍ରୀଷ୍ଟମାସ ପାଳନ ଉପଲକ୍ଷେ ଚର୍ଚ୍ଚରେ ଲୋକଙ୍କୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନର ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଆଖପାଖ ଅଞ୍ଚଳର ପ୍ରାୟ ୩୦୦୦ ଲୋକ ରୁଣ୍ଡ ହୋଇଥିଲେ। ସକାଳେ ଉପହାର ବଣ୍ଟନ କରାଯିବାକୁ ବ୍ୟବସ୍ଥା କରାଯାଇଥିବାବେଳେ ପୂର୍ବ ରାତିରୁ ଲୋକେ ଚର୍ଚ୍ଚ ପରିସରରେ ଭିଡ ଜମାଇଥିଲେ। ଦଳାଚକଟା ଘଟଣା ପରେ ପ୍ରାୟ ହଜାରେ ଲୋକଙ୍କୁ ଚର୍ଚ୍ଚ ପରିସରରୁ ଉଦ୍ଧାର କରାଯାଇଛି। ଏହି ଘଟଣାକୁ ନେଇ ରାଷ୍ଟ୍ରପତି ବୋଲା ଟିନୁବା ତାଙ୍କର ସରକାର ଗସ୍ତ କାର‌୍ୟ୍ୟକ୍ରମ ବାତିଲ କରିଛନ୍ତି। ରାଷ୍ଟ୍ରପତି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଖ୍ରୀଷ୍ଟମାସ ପାଇଁ କୌଣସି ଉପହାର ବଣ୍ଟନ ପୂର୍ବରୁ ଭିଡ ନିୟନ୍ତ୍ରଣ ବ୍ୟବସ୍ଥା କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

  • Related Posts

    ସଂସଦ ମୌସୁମୀ ଅଧିବେଶନ; ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

    ନୂଆଦିଲ୍ଲୀ: ଗୁରୁବାର ଦିନ ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ ଥିଲା । ଏହି ଅବସରରେ ସଂସଦ ଭବନଠାରୁ ଆରମ୍ଭ କରି ସଦନ ଭିତର ପର୍ଯ୍ୟନ୍ତ ଏକ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରବଳ ହଙ୍ଗାମା ଓ ବିରୋଧ ପ୍ରଦର୍ଶନ…

    Continue reading
    ୧୦, ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟକୁ ମଞ୍ଜୁରି

    ନୂଆଦିଲ୍ଲୀ: ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି । କେନ୍ଦ୍ର ସରକାର ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ର ଫିଲ୍ଡ ଟ୍ରାଏଲ ବା କ୍ଷେତ୍ରୀୟ ପରୀକ୍ଷଣକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଉଭୟ ବର୍ଗରେ ୧୦୦ କୋଟି ଲେଖାଏଁ ପ୍ଲାଷ୍ଟିକ ନୋଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ