ସନ୍ନି ଲିଓନିଙ୍କୁ ମିଳୁଛି ୧୦୦୦ ଟଙ୍କା ମାସିକ ଭତ୍ତା

ନୂଆଦିଲ୍ଲୀ: ମହିଳା ଯୋଜନାର ହିତାଧିକାରୀ ଅଭିନେତ୍ରୀ ସନ୍ନି ଲିଓନି। ଛତିଶଗଡ଼ର ମହତାରି ବନ୍ଦନ ଯୋଜନାର ଲାଭ ନେଉଛନ୍ତି ଅଭିନେତ୍ରୀ। କେବଳ ସେତିକି ନୁହେଁ ମାସିକ ଭତ୍ତା ବାବଦକୁ ତାଙ୍କୁ ମିଳୁଛି ୧୦୦୦ ଟଙ୍କା। କଥାଟା ଶୁଣି ନିହାତି ଆଶ୍ଚର୍ୟ୍ୟ ଲାଗୁଥିବ। ହେଲେ ଏହା ସତ। ସନ୍ନି ଲିଓନିଙ୍କ ନାଁରେ ପ୍ରତି ମାସରେ ଟଙ୍କା ଉଠାଉଥିଲେ ଠକ। ଆର୍‌ଟିଓ ଜରିଆରେ ଏହି ମାମଲାର ଖୁଲାସା ହୋଇଛି। ଉକ୍ତ ବ୍ୟାଙ୍କ ଆକାଉଣ୍ଟକୁ ଏବେ ଫ୍ରିଜ୍‌ କରାଯାଇଛି।

ପ୍ରକୃତରେ ଛତିଶଗଡ଼ ସରକାର ବିବାହିତ ମହିଳାଙ୍କୁ ମହତାରି ବନ୍ଦନ ଯୋଜନାରେ ପ୍ରତି ମାସରେ ୧୦୦୦ ଟଙ୍କା ଦିଅନ୍ତି। ତେବେ ଏହାର ଲାଭ ଉଠାଇବା ପାଇଁ ଜଣେ ବ୍ୟକ୍ତି ସନ୍ନି ଲିଓନିଙ୍କ ନାଁରେ ଏକ ଆକାଉଣ୍ଟ ଖୋଲିଥିଲେ। ଏଥିରେ ତାଙ୍କ ସ୍ୱାମୀଙ୍କ ନାମ ଜନ୍‌ ସିନା ରଖିଥିଲେ, ଯିଏକି ଜଣେ ଆଡଲ୍ଟ ଷ୍ଟାର୍‌।କେବଳ ସେତିକି ନୁହେଁ ଅଭିଯୁକ୍ତ ଜଣକ ଜାଲିଆତି କରି ଜଣେ ମହିଳାଙ୍କ ଆଧାର କାର୍ଡ ନେଇଯାଇଥିଲେ ଏବଂ ଏହି ଆକାଉଣ୍ଟକୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସହିତ ଯୋଡିଥିଲେ। ଏହିପରି ଅଭିଯୁକ୍ତ ପ୍ରତି ମାସରେ ୧୦୦୦ ଟଙ୍କା ପାଇବା ଆରମ୍ଭ କରିଥିଲେ। ଛତିଶଗଡରେ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଏବଂ ଅବହେଳା ଯୋଗୁଁ ୧୦ ଧରି ସେ ଏହାର ଲାଭ ଉଠାଇଥିଲେ। ପରେ ଜଣେ ଆର୍‌ଟିଓ କର୍ମଚାରୀ ଏହାର ଖୁଲାସା କରିଛନ୍ତି। ଏବେ ପୁଲିସ ତାଙ୍କ ଆକାଉଣ୍ଟକୁ ସିଜ୍‌ କରିଛି।

ଅଭିଯୁକ୍ତ ଜଣକ ହେଲେ ବସ୍ତର ଜିଲ୍ଲାର ତାଲୁର ଗାଁ ବାସିନ୍ଦା ବିରେନ୍ଦ୍ର ଯୋଶୀ। ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବସ୍ତର କଲେକ୍ଟର ହରିସ୍ ଏସ ମହିଳା ଓ ଶିଶୁ ବିକାଶ ବିଭାଗର ଜିଲ୍ଲା ଅଧିକାରୀମାନଙ୍କୁ ମହତାରି ବନ୍ଦନ ଯୋଜନାରେ ହୋଇଥିବା ଅନିୟମିତତା ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  • Related Posts

    ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

    ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…

    Continue reading
    ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ

    ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ସଂରକ୍ଷଣ ଦାବି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ସୁ୍ପ୍ରିମ ଝଟ୍‌କା ଲାଗିଛି । ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି