ଦୁର୍ଦ୍ଦାନ୍ତ ଅପରାଧୀ କାଳିଆକୁ ଏନ୍‌କାଉଣ୍ଟର

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲାରେ ପୁଣି ଏନକାଉଣ୍ଟର । ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ପ୍ରଥମଥର ଏନକାଉଣ୍ଟର କରାଯାଇଥିଲା । ପୁରୁଷୋତ୍ତମପୁର ନଦୀତଟ ସାହିର କୁକ୍ଷାତ ଅପରାଧି କାଳିଆ ଓରଫ ଘନଶ୍ଯାମବେହେରାଙ୍କୁ ପୋଲିସ ଏନକାଉଣ୍ଟର କରିଛି । କାଳିର ଗ୍ଯାଙ୍ଗ ଦିର୍ଘଦିନହେଲା ପୁରୁଷୋତ୍ତମରପୁର ଥାନା ସମେତ କୋଦଳା, କବିସୂର୍ଯ୍ଯନଗର, ବେଗୁନିଆପଡା, କୋଟିନଡା, ପାଟପୁର ଥାନା ଅଞ୍ଚଳ ସମେତ ଜିଲାର ବିଭିନ୍ନ ସ୍ଥାନରେ ଚୋରି, ଡକାୟତି ରାହାଜିକରି ଆତଙ୍କରାଜ ଚଳାଉଥିଲେ ।ଏପରିକି ଗତ ମାର୍ଚ୍ଚମାସ ୨ ତାରିଖରେ ଏହିଗ୍ଯାଙ୍ଗ ଏକ ଅପରାଧିକ ଯୋଜନାଲାଗି ଷଡଯନ୍ତ୍ର କରୁଥିବା ବେଳେ ନିଜ ବନ୍ଧୁକରୁ ଗୁଳିଫୁଟି ତାଙ୍କ ସହଯୋଗୀ ଆହାତ ହୋଇଥିଲେ । ପୋଲିସଠୁ ବର୍ତ୍ତିବା ପାଇଁ ଶିକୁଳା ଶୁଣ୍ଢିବାଙ୍କ ଠାରେ କେହି ଗୁଳିକରିଦେଇଥିବାର ନାଟକ ରଚିଥିଲେ । ପୋଲିସ ତଦନ୍ତ ପରେ ଏହିଗ୍ଯାଙ୍ଗର କିଛିବ୍ଯକ୍ତିଙ୍କୁ ଗିରଫ କରିଥିଲା । ଏମାନଙ୍କ ଏଭଳି ଅସାମାଜିକ କାର୍ଯ୍ୟକୁ ନେଇ ଜନସାଧାରଣ ଭୟଭୀତହୋଇ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ ଏହାକୁ ନେଇ ପୋଲିସର ମୁଣ୍ଡବଥାର କାରଣ ପାଲିଟିଥିଲା ।
ଏହି ଗ୍ଯାଙ୍ଗକୁ ଧରିବାଲାଗି ପୁରୁଷୋତ୍ତମପୁର ଏସଡିପିଓ ସୁଜିତକୁମାର ନାୟକ ଓ ଆଇଆଇସି କୁଳମଣି ସେଠୀ ସ୍ବତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିବାରେ ଲାଗିଥିଲେ । ଶୁକ୍ରବାର ସକାଳ ୯ଘଣ୍ଟା ସମୟରେ କାଳିଆ ଓ ତାର ସହଯୋଗୀ ଏକମୋଟର ସାଇକେଲରେ ଯାଉଥିବାର ଖବରପାଇ ପୁରୁଷୋତ୍ତମପୁର ଆଇଆଇସି କୁଳମଣି ସେଠୀ ପିଛାକରି ଗୋଡାଇ ଗୋଡାଇ ଯିବାବେଳେ କୋଦଳାଥାନା ନିକଟସ୍ଥ କନିଆରି-ଛୁଞ୍ଚିପଡା ଜଙ୍ଗଲ ରାସ୍ତାରେ କାବୁ କରିଥିଲେ । ଏହିସମୟରେ କାଳିଆ ପୋଲିସ ଉପରକୁ ଫାଇରିଂ କରିବା ସହ ବୋମା ଫିଙ୍ଗିଥିଲା । ଦିର୍ଘସମୟ ଧରି ପୋଲିସ ଓ କାଳିଆ ମଧ୍ଯ୍ଯରେ ମୁହାଁମୁହିଁ ଲାଗରହିଥିବା ବେଳେ ଶେଷରେ ଆଇଆଇସି କୁଳମଣି ସେଠି ଫାଇରିଂ କରି ଏନକାଉଣ୍ଟର କରିଥିଲେ । ଏହି ସମୟରେ ତାର କିଛି ସହଯୋଗୀ ପୋଲିସକୁ ଚକମାଦେଖାଇ ଜଙ୍ଗଲ ଭିତରକୁ ପଳାଇଥିଲେ । ପୋଲିସ କାଳିଆକୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରକୁ ଆଣି ଚିକିତ୍ସା କରାଇ ବ୍ରହ୍ମପୁର ବଡମେଡିକାଲକୁ ନେଇଥିବା ଆଇଆଇସି କହିଛନ୍ତି ।

  • Related Posts

    ଡକାୟତି ଉଦ୍ୟମ ବିଫଳ ; ଘର ମାଲିକଙ୍କୁ ଗୁଳି କରି ଫେରାର

    ପାଟଣା : ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ପୁଲିସ ବିଟ ଅଞ୍ଚଳ ତୋରାଣି ପୋଖରୀ ପଞ୍ଚାୟତ ଖୁଦୁପୁଟୁଳି ଗ୍ରାମର ଯତିନ୍ଦ୍ର ମହାନ୍ତ (୫୧)ଙ୍କ ଘରେ ପଶି ତାଙ୍କ ପେଟକୁ ଗୁଳି କରି ୪ ଜଣ ଡକାୟତ ଫେରାର ହୋଇଯାଇଛନ୍ତି। ଗତରାତି ସାଢ଼େ…

    Continue reading
    ଆଜିଠାରୁ ବୃଦ୍ଧି ପାଇବ ବଜ୍ରପାତ ଓ ବର୍ଷାର ମାତ୍ରା

    ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହେଉଛି । ପ୍ରଭାବରେ ଓଡ଼ିଶାର ଅନେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ଲାଗି ରହିଛି । ଆଜିଠାରୁ ଧୀରେ ଧୀରେ ବଜ୍ରପାତ ଓ ବର୍ଷାର ମାତ୍ରା ବୃଦ୍ଧି ପାଇବ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ