ଦେବଗଡ଼ରେ ୨୮୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ – ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ
• ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଦ୍ୱାରା ଲୋକସଭା ଓ ବିଧାନସଭାରେ ମାଆମାନଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ପାଇବ, ଯାହା ଓଡ଼ିଶାରେ ଅଧିକ ମହିଳା ଜନପ୍ରତିନିଧି ସୃଷ୍ଟି କରିବ
• ୧୩୦.୭୯ କୋଟି ଟଙ୍କା ମୂଲ୍ୟର ୬୩ଟି ପ୍ରକଳ୍ପ ଲୋକାର୍ପଣ ହୋଇଥିବା ବେଳେ ୧୪୭.୭୦ କୋଟି ଟଙ୍କା ମୂଲ୍ୟର ୬୧ଟି ପ୍ରକଳ୍ପର ଶିଳାନ୍ୟାସ
• ଏହି ପ୍ରକଳ୍ପ ଗୁଡ଼ିକ ଦେବଗଡ଼ର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବ
• ପ୍ରାୟ ୩୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଦେବଗଡ଼ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସର ନୂତନ ଭବନ ଲୋକାର୍ପିତ
• ଦେବଗଡ଼ ମହାବିଦ୍ୟାଳୟ ପରିସରରେ ‘ସମ୍ନିଶ୍ରିତ ସହରାଞ୍ଚଳ ଛାତ୍ରାବାସ’ ଉଦଘାଟନ ଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରମାନେ ଉପକୃତ ହେବେ
• ଦେବଗଡ଼ର ଏକ ଲକ୍ଷ ପରିବାରର ଜୀବନଧାରଣ ମାନ ବୃଦ୍ଧି ପାଇଁ ହେବ ରୋଡମ୍ୟାପ୍

ଦେବଗଡ଼, ୨୫ ଏପ୍ରିଲ ୨୦୨୬ – ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ନେଇ ସମଗ୍ର ଭାରତବର୍ଷର ମାତୃଶକ୍ତିମାନେ ସମର୍ଥନ ଦେଉଥିବା ବେଳେ ବିରୋଧୀମାନେ ମହିଳାମାନଙ୍କ ପାଇଁ ଆସନ ବୃଦ୍ଧି ହେଉ ବୋଲି ଚାହୁଁନାହାନ୍ତି । ବିରୋଧୀମାନଙ୍କର ଏଭଳି ମନୋଭାବ ନାରୀ ଶକ୍ତିର ବିକାଶ ପଥରେ ବାଧା ସୃଷ୍ଟି କରୁଛି ବୋଲି ଆଜି ଦେବଗଡ଼ରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଆଜି ଏହି ଜିଲ୍ଲା ଗସ୍ତ କରି ପ୍ରାୟ ୨୮୦ କୋଟି ଟଙ୍କା ବ୍ୟୟ ଅଟକଳରେ ୧୨୪ଟି ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । ଏହା ସହିତ ସେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ହସ୍ତାନ୍ତରଣ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ମହିଳା ସଂରକ୍ଷଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହାଦ୍ୱାରା ଲୋକସଭା ଓ ବିଧାନସଭାରେ ମାଆମାନଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ପାଇବ, ଯାହା ଓଡ଼ିଶାରେ ଅଧିକରୁ ଅଧିକ ମହିଳା ଜନପ୍ରତିନିଧି ସୃଷ୍ଟି କରିବା ସହ ସେମାନଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସଶକ୍ତ କରିବ । ଏହି ଯୋଜନାକୁ ଲାଗୁ କରିବା ପାଇଁ ମା’ ଓ ଭଉଣୀମାନଙ୍କ ମଧ୍ୟରେ ଥିବା ଉତ୍ସାହ ପ୍ରଶଂସନୀୟ । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ଅନେକ ବିରୋଧୀ ଓ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ବାବୁ ମହିଳାମାନଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି ହେଉ ବୋଲି ଚାହୁଁନାହାନ୍ତି। ମୋଦୀ ଜୀ ମହିଳାଙ୍କ ସିଟ୍ ବଢ଼ାଇବାକୁ ପଣ କରିଥିବା ବେଳେ ଏଥିରେ ଦେବଗଡ଼ବାସୀଙ୍କ ପୂର୍ଣ୍ଣ ସମର୍ଥନ ରହିଛି ବୋଲି ସେ କହିଛନ୍ତି।
ପ୍ରକଳ୍ପ ବିଷୟରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଆଜି ୧୩୦.୭୯ କୋଟି ଟଙ୍କା ମୂଲ୍ୟର ୬୩ଟି ପ୍ରକଳ୍ପ ଲୋକାର୍ପଣ ହୋଇଥିବା ବେଳେ ୧୪୭.୭୦ କୋଟି ଟଙ୍କା ମୂଲ୍ୟର ୬୧ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ପ୍ରାୟ ୩୧.୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରୀୟ ବିଦ୍ୟାଳୟ, ଦେବଗଡ଼ର ସ୍ଥାୟୀ ଭବନ ଆଜି ଜିଲ୍ଲାବାସୀଙ୍କୁ ସମର୍ପିତ କରାଯାଇଛି । ଜାନୁଆରୀ ୧୩, ୨୦୨୪ରେ ଏହାର ଭୂମିପୂଜନ ହୋଇଥିବା ବେଳେ ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ଭବ୍ୟ ଭବନ ସ୍ଥାପିତ ହେବା ଏକ ବଡ ଉପଲବ୍ଧି । ୯.୨୨ ଏକର ପରିମିତ ଜମିରେ ନିର୍ମିତ ଏହି ବିଦ୍ୟାଳୟରେ ୪୫ଟି କୋଠରୀ ରହିଛି, ଯେଉଁଥିରେ ୨୪ଟି ସ୍ମାର୍ଟ କ୍ଲାସରୁମ୍, ୩ଟି ଅତ୍ୟାଧୁନିକ ବିଜ୍ଞାନାଗାର ଏବଂ ୨ଟି କମ୍ପ୍ୟୁଟର ଲ୍ୟାବ୍ ରହିଛି । ଏହି ବିଦ୍ୟାଳୟ ଦ୍ୱାରା ପ୍ରାୟ ୧୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉଚ୍ଚକୋଟୀର ଗୁଣାତ୍ମକ ଶିକ୍ଷା ପାଇପାରିବେ । ଚଳିତ ଶିକ୍ଷା ବର୍ଷରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ‘ଡବଲ ସେକ୍ସନ’ ଆରମ୍ଭ ହେବାକୁ ଯାଉଛି ଏବଂ ଆଗାମୀ ଦିନରେ ଏହା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାର ଯୋଜନା ରହିଛି । ଏଥିସହ ଦେବଗଡ଼ ମହାବିଦ୍ୟାଳୟ ପରିସରରେ ‘ସମ୍ନିଶ୍ରିତ ସହରାଞ୍ଚଳ ଛାତ୍ରାବାସ’ର ଉଦଘାଟନ ହୋଇଛି । ଏହାଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗର ଛାତ୍ରମାନେ ବିଶେଷ ଭାବରେ ଉପକୃତ ହେବେ । ଏହି ପ୍ରକଳ୍ପଗୁଡ଼ିକ ଆଗାମୀ ଦିନରେ ଦେବଗଡ଼ର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି ।

  • Related Posts

    ନାଗରିକଙ୍କୁ ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ କରିବାକୁ ସରକାରଙ୍କ ଅନୁରୋଧ

    ୨୫/୦୪/୨୦୨୬ : ପଶ୍ଚିମ ଏସିଆର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସମନ୍ୱିତ ପ୍ରତିକ୍ରିୟା ପଦକ୍ଷେପ ମାଧ୍ୟମରେ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ପ୍ରସ୍ତୁତି ଏବଂ ନିରନ୍ତରତା ସୁନିଶ୍ଚିତ କରିବାରେ ସକ୍ରିୟ ଭାବରେ ନିୟୋଜିତ ଅଛନ୍ତି। ହର୍ମୁଜ୍ ପ୍ରଣାଳୀ ସହିତ ଜଡିତ ଜାରି ରହିଥିବା…

    Continue reading
    ଆମ ଆଦମୀ ପାର୍ଟିରେ ନେତୃତ୍ୱର ଅଭାବ ରହିଛି:ଆନ୍ନା ହଜାରେ

    ନୂଆଦିଲ୍ଲୀ,୨୫/୦୪/୨୦୨୬: ଆମ୍ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦ ଏକ ସଙ୍ଗେ ପାର୍ଟି ଛାଡିବା ପରେ ଆମ ଆଦମୀ ପାର୍ଟିକୁ ନେଇ ସମାଜସେବୀ ଆନ୍ନା ହଜାରେଙ୍କ ବୟାନ ସାମ୍ନାକୁ ଆସିଛି । ଆନ୍ନା ହଜାରେ କହିଛନ୍ତି, ଏହି ସବୁ ସାଂସଦମାନେ ପାର୍ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର