ଦୈନିକ ବଢ଼ିବାରେ ଲାଗିଛି ଦିନ ତାପମାତ୍ରା

ଭୁବନେଶ୍ବର : ଓଡ଼ିଶାରେ ଦିନ ତାପମାତ୍ରା ଦୈନିକ ବଢ଼ିବାରେ ଲାଗିଛି। ଝାରସୁଗୁଡା, ସୁନ୍ଦରଗଡ, ବରଗଡ, ସୁବର୍ଣ୍ଣପୁର, ମାଲକାନଗିରି, ବଲାଙ୍ଗିର, କଳାହାଣ୍ଡି ଏବଂ ଗଜପତି ଜିଲାରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଉଛି। ମଙ୍ଗଳବାର ରାଜ୍ୟର ସର୍ବାଧିକ ତାପମାତ୍ରା ଝାରସୁଗୁଡାରେ ୩୯ଡିଗ୍ରୀ ରେକର୍ଡ଼ କରାଯାଇଛି। ବୌଦ୍ଧରେ ପାରଦ ୩୮.୫ଡିଗ୍ରୀ ଥିବାବେଳେ ମାଲକାନଗିରି ୩୮.୪, ଅନୁଗୋଳ ୩୭.୯, ସମ୍ବଲପୁର ୩୭.୮, ହୀରାକୁଦ ୩୭.୧, ବଲାଙ୍ଗିର ୩୭.୫, ଟିଟିଲାଗଡ ୩୭, ପାରଳାଖେମୁଣ୍ଡି ୩୭.୮, ଭୁବନେଶ୍ବର ୩୬.୪ ଏବଂ କଟକରେ ୩୪.୬ଡିଗ୍ରୀ ରହିଛି। ମଙ୍ଗଳବାର ପରି ଆଜି ବି ଉତ୍ତର ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏପରିକି କିଛି ଅଞ୍ଚଳରେ ପାରଦ ୪୦ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ, ଆସନ୍ତା ୪ରୁ ୫ଦିନ ପର୍ୟ୍ୟନ୍ତ ରାଜ୍ୟର ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। କିଛି ଅଞ୍ଚଳରେ ଦିନ ତାପମାତ୍ରା ବଢ଼ିବ। ଆଜି ଝାରସୁଗୁଡା, ଅନୁଗୋଳ, ବଲାଙ୍ଗିର ଏବଂ ଟିଟିଲାଗଡରେ ପାରଦ ୩୯ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ। ସୁନ୍ଦରଗଡ, ରାଉରକେଲା, ବାରିପଦା, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଆଦି ଜିଲାଗୁଡିକରେ ଦିନ ତାପମାତ୍ରା ୩୮ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ହୋଇପାରେ। କିଛିଦିନ ହେଲା ଦିନ ତାପମାତ୍ରା ବୃଦ୍ଧି ପାଇବା ଦ୍ବାରା ପୂର୍ବାହ୍ଣ ସାଢେ ୧୧ଟାରୁ ଅପରାହ୍ଣ ସାଢେ ୩ଟା ପର୍ୟ୍ୟନ୍ତ ପଦାକୁ ବାହାରିବା କଷ୍ଟକର ହୋଇପଡ଼ିଛି। ତଥାପି ଟାଣଖରାରେ ଶ୍ରମିକମାନେ ଖଟୁଛନ୍ତି। ଅଂଶୁଘାତକୁ ଭୟ ନକରି ବାଲି, ସିମେଣ୍ଟ, ଇଟା ଆଦି ଛାତ ଉପରକୁ ବୋହିବା କାମ କରୁଛନ୍ତି। କିଛି ଶ୍ରମିକ ମାଟି ଖୋଳିବାଠାରୁ ଆରମ୍ଭ କରି ରାସ୍ତା ପାର୍ଶ୍ବରେ କାମ କରୁଛନ୍ତି। କିନ୍ତୁ ଏ ଦିଗରେ ପ୍ରଶାସନ ଧ୍ୟାନ ଦେଉନାହିଁ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ