ଦ୍ଵିତୀୟ ଦିନରେ ରଥଟଣା ଆରମ୍ଭ

ପୁରୀ : ଦ୍ଵିତୀୟ ଦିନରେ ଆରମ୍ଭ ହେଲା ରଥଟଣା। ଶରଧାବାଲି ଅଭିମୁଖେ ଶ୍ରୀଜିଉଙ୍କ ରଥ। ହରିବୋଲ, ହୁଳହୁଳିରେ କମ୍ପୁଛି ବଡ଼ଦାଣ୍ଡ। ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ବଳଭଦ୍ରଙ୍କ ତାଲଧ୍ଵଜ ରଥ ଗଢିଛି। ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଛି। ଶେଷରେ ନନ୍ଦିଘୋଷ ରଥ ଟଣା ହୋଇଛି। ବଡ଼ଦାଣ୍ଡରେ ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ବଡ଼ଦାଣ୍ଡରେ ନନ୍ଦୋଘୋଷ ରଥ ଅଟକି ଅଟକି ଆଗକୁ ଚାଲିଛି। ଭକ୍ତଙ୍କ ଗହଣରେ କାଳିଆ ସାଆନ୍ତ ଟିକେ ଟିକେ ଅଟକି ଯାଉଛନ୍ତି।

ଗତକାଲି ଅବିଶ୍ରାନ୍ତ ବର୍ଷା ପରେ ଆଜି ପାଗ ଫିଟିଛି। ପୁରୀରେ ଶୁଖିଲା ପାଗ ରହିଛି। ବଡ଼ଦାଣ୍ଡରେ ଜନସମୁଦ୍ର ସୃଷ୍ଟି ହୋଇଛି। ମନ ଆନନ୍ଦରେ ଶ୍ରଦ୍ଧାଳୁମାନେ ରଥ ତ୍ରୟକୁ ଟାଣି ନେଉଛନ୍ତି। ଡାହୁକ ଡାକରେ ଶ୍ରୀଜିଉଙ୍କ ତିନି ରଥ ଘର୍ଘର ନାଦ କରି ଶ୍ରୀଗୁଣ୍ଡିଚା ଅଭିମୁଖେ ମାଡ଼ି ଚାଲିଛନ୍ତି। ବିଶ୍ଵନିୟନ୍ତାଙ୍କ ମାନବୀୟ ଲୀଳା ଦେଖି ଶ୍ରଦ୍ଧାଳୁମାନେ କୃତାର୍ଥ ମଣୁଛନ୍ତି।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କୃଷିଅଧିକାରୀମାନଙ୍କୁ କାମର ହିସାବ ମାଗିଲେ ଉପମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ