ଧଉଳିଗିରି ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଭୁବନେଶ୍ୱର ସ୍ଥିତ ‘ଶାନ୍ତିସ୍ତୂପ’ ଧଉଳିଗିରି ପାଦଦେଶରେ ଭ୍ରମଣ କରିବା ସହ ଅଶୋକ ଶିଳାଲେଖର ଐତିହ୍ୟ ଓ ଇତିହାସ ପୃଷ୍ଠଭୂମି ଉପରେ ଏଏସଆଇ ଅଧିକାରୀଙ୍କ ଠାରୁ ଅବଗତ ହୋଇଛନ୍ତି । ସେ ପ୍ରଥମେ ଧଉଳିଗିରି ପାଦଦେଶରେ ଥିବା ମନ୍ଦିର, ଐତିହାସିକ ସ୍ଥଳୀ ଓ ଦର୍ଶନୀୟ ସ୍ଥାନ ପରିଦର୍ଶନ କରିଥିଲେ । ଧଉଳିଗିରି ବୁଲିବାକୁ ଆସିଥିବା ପର୍ୟ୍ୟଟକ ଓ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସେଠାରେ ଆଖୁ ରସ ପିଇବା ସହ ଦୋକାନୀଙ୍କ ସହ ମଧ୍ୟ କଥା ହୋଇଥିଲେ । ଏହି ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ପରାକ୍ରମର ପ୍ରତୀକ ଧଉଳି । ଏଠାରେ କିଛି ସମୟ ବିତାଇ ଅତ୍ୟନ୍ତ ଆନନ୍ଦିତ ଓ ଗର୍ବ ଅନୁଭବ କରୁଛି । ଏହି ପବିତ୍ର ପାଦଦେଶରେ ହିଁ ଖ୍ରୀଷ୍ଟପୂର୍ବ ୨୬୧ରେ ମହାନ କଳିଙ୍ଗ ଯୁଦ୍ଧ ସଂଗଠିତ ହୋଇଥିଲା । ଆମର ପୂର୍ବଜମାନେ ଏହି ଭୂମିରେ ଅଦମ୍ୟ ସାହସ ଦେଖାଇ ଶେଷ ନିଶ୍ୱାସ ପର୍ୟ୍ୟନ୍ତ ଲଢ଼ିଥିଲେ । ଏହି ଭୂମିର ମହତ୍ତ୍ୱ ଓ ଐତିହ୍ୟ ଅତୁଳନୀୟ ।
ସେହିପରି ଧଉଳିଗିରି ପାଦଦେଶରେ ଥିବା ଅଶୋକ ଶିଳାଲେଖରେ କଳିଙ୍ଗ ସାମ୍ରାଜ୍ୟର ବିସ୍ତାର, କଳିଙ୍ଗ ଯୁଦ୍ଧର ଘଟଣାବଳୀ, ସମ୍ରାଟ ଅଶୋକଙ୍କ ବୌଦ୍ଧ ଧର୍ମ ଗ୍ରହଣ, ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତନ ହେବା ଉପରେ ଲିପିବଦ୍ଧ ହୋଇଛି । ପ୍ରାଚୀନ କଳିଙ୍ଗର ରାଜନୀତି, ସଂସ୍କୃତି, ଧର୍ମ ଏବଂ ଲିପିର ଇତିହାସ ଜାଣିବା ପାଇଁ ଏହି ଶିଳାଲେଖ ଅମୂଲ୍ୟ ଭଣ୍ଡାର ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଦେଶର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ “ପୂର୍ବୋଦୟ” ମିଶନରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ମାର୍ଗ ଧଉଳି ଓ କଳିଙ୍ଗ ସାମ୍ରାଜ୍ୟର ଐତିହ୍ୟ ଭିତ୍ତିରେ ପ୍ରସ୍ତୁତ ପାଇଁ ଆମେ ସମସ୍ତେ ଚେଷ୍ଟା କରିବା । ଭାରତକୁ ସ୍ୱଦେଶୀ ଅର୍ଥନୀତି ସହ ଯୋଡ଼ିବା, ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବା ପାଇଁ ସାମୂହିକ ଉଦ୍ୟମ କଲେ ହିଁ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ଲକ୍ଷ୍ୟ ସାକାର ହେବ ।

  • Related Posts

    ହୀରାକୁଦ: ଖୋଲିଲା ଆଉ ୫ଟି ଗେଟ୍

    ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଜଳସ୍ତର ବୃଦ୍ଧି ଯୋଗୁଁ ହୀରାକୁଦର ଆଉ ୫ଟି ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବା ବେଳେ ଏବେ ମୋଟ ୭ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଏଥିରେ…

    Continue reading
    ରିଜର୍ଭ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର

    ଢେଙ୍କାନାଳ: ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନଙ୍କ ମୃତଦେହକୁ ସୋମବାର ଟାଉନଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି । ଏ ନେଇ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ଗଜପତି ଅଞ୍ଚଳର ଶଙ୍କର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ