ନନ୍ଦନକାନନରେ ନୂଆ ଅତିଥି

ଭୁବନେଶ୍ବର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟନରେ ଏବେ ପର୍ଯ୍ୟଟକମାନେ ନୂଆ ପକ୍ଷୀ ଡେମାଇସେଲ୍ କ୍ରେନ୍ ଦେଖ‌ିବାର ସୁଯୋଗ ପାଇବେ । ଏହାସହିତ କଲରାପତରିଆ ବାଘ ସାଙ୍ଗକୁ ନାଲି ଜଙ୍ଗଲୀ କୁକୁଡ଼ା ମଧ୍ୟ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ । ଏହିସବୁ ପକ୍ଷୀ ଆସିବାପରେ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁ ପ୍ରଜାତି ୧୭୯କୁ ବୃଦ୍ଧି ପାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ଗୁଜୁରାଟ ଜୁନାଗଡ଼ ପ୍ରାଣୀ ଉଦ୍ୟାନ ମଧ୍ୟରେ ବନ୍ୟପ୍ରାଣୀ ଅଦଳବଦଳ ହୋଇଛି । ରବିବାର ସନ୍ଧ୍ୟାରେ ଏକ ସ୍ବତନ୍ତ୍ର ଗାଡ଼ିରେ ୩ ପ୍ରଜାତିର ୧୮ ଟି ଜୀବଜନ୍ତୁ ନନ୍ଦନକାନନ ଆସିଛନ୍ତି । ସେଥିରେ ଦୁଇ ଯୋଡ଼ା ଡେମାଇସେଲ୍ କ୍ରେନ୍, ଦୁଇ ଯୋଡ଼ା କଲରାପତରିଆ ବାଘ ଓ ୫ ଯୋଡ଼ା ନାଲି ଜଙ୍ଗଲୀ କୁକୁଡ଼ା ଅଛନ୍ତି । ପ୍ରାଣୀ ଚିକିତ୍ସକମାନେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନିରୀକ୍ଷଣ ଗୃହରେ ରଖାଯାଇଛି । ପ୍ରାୟ ଏକ ମାସ ରହିବା ପରେ କଲରାପତରିଆ ବାଘକୁ ପର୍ଯ୍ୟଟକ ଦେଖିବା ପାଇଁ ଖୁଆଡ଼ରେ ଛଡ଼ାଯିବ ।
ଗତ ମାର୍ଚ୍ଚ ୧୯ ତାରିଖ ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ଟିମ୍ ୩ ପ୍ରଜାତିର ୭ଟି ଜୀବଜନ୍ତୁ ନେଇ ଗୁଜୁରାଟ ଯାଇଥିଲେ । ସେଥିରେ ରହିଥିଲା ଗୋଟିଏ ଅଣ୍ଡିରା ଓଟପକ୍ଷୀ, ତିନିଟି ମାଈ ଚଉସିଂଘା ଓ ଗୋଟିଏ ଅଣ୍ଡିରା, ଦୁଇଟି ମାଈ କୁଜି ହରିଣ ।ବିଶେଷ କରି ବନ୍ୟଜନ୍ତୁଙ୍କ ରକ୍ତ ସମ୍ପର୍କ ବଦଳାଇବା ସହିତ ସେମାନଙ୍କ ରୋଗ ହାର କମାଇବା ଉଦ୍ଦେଶ୍ୟରେ ଏହି ଅଦଳବଦଳ ପ୍ରକ୍ରିୟା କରାଯାଇଥିବା କର୍ତ୍ତୃପକ୍ଷ କହିଛନ୍ତି ।
ପୂର୍ବରୁ ଅର୍ଥାତ ମାର୍ଚ୍ଚ 8 ତାରିଖରେ ବିଶାଖାପାଟଣାସ୍ଥିତ ଇନ୍ଦିରା ଗାନ୍ଧି ନ୍ୟାସନାଲ ପାର୍କରୁ ୨ଟି ରିଙ୍ଗ୍ ଟେଲଡ୍ ଲେମୁର (୧ ଅଣ୍ଡିରା ଓ ୧ ମାଈ), ୪ଟି ଜଙ୍ଗଲି କୁକୁର (୨ ଅଣ୍ଡିରା ଓ ୨ମାଈ), ଗୋଟିଏ ଅଣ୍ଡିରା ସଲଫର୍ କାଷ୍ଟେଡ୍ କକାଟୋ, ୪ଟି ବନେଟ୍ ମାଙ୍କଡ଼ (୨ଅଣ୍ଡିରା ଓ ୨ ମାଈ), ୨ଟି ନୀଳଗାଈ (୧ଅଣ୍ଡିରା ଓ ୧ମାଈ)ଙ୍କ ସମେତ ୫ ପ୍ରଜାତିର ୧୩ଟି ପ୍ରାଣୀ ନନ୍ଦନକାନନକୁ ଅଣାଯାଇଥିଲା । ଏହାର ପ୍ରତିବଦଳରେ ନନ୍ଦନକାନନରୁ ୩ଟି ସମ୍ବର (୧ ଅଣ୍ଡିରା ଓ ୨ ମାଈ), ୩ଟି ଚଉଶିଙ୍ଗା ହରିଣ (୧ ଅଣ୍ଡିରା ଓ ୨ମାଈ), ୨ଟି ଆସାମ ମାଙ୍କଡ଼ (୧ ଅଣ୍ଡିରା ଓ ୧ ମାଈ), ୪ଟି ଗୁରାଣ୍ଡି (୨ ଅଣ୍ଡିରା ଓ ୨ ମାଈ) ଓ ୩ଟି ଘଡ଼ିଆଳ କୁମ୍ଭୀର (୧ ଅଣ୍ଡିରା ଓ ୨ ମାଈ)ଙ୍କୁ ମିଶାଇ ୫ ପ୍ରଜାତିର ମୋଟ ୧୫ଟି ପ୍ରାଣୀ ବିଶାଖାପାଟଣା ଚିଡ଼ିଆଖାନାକୁ ହସ୍ତାନ୍ତର କରାଯାଇଥିଲା ।

  • Related Posts

    ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

    ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…

    Continue reading
    ଓଡ଼ିଶା ପୋଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ

    ଭୁବନେଶ୍ୱର,: ଓଡ଼ିଶା ପୋଲିସର ଉପକୂଳ ସୁରକ୍ଷା ଶାଖା ପକ୍ଷରୁ ଆଜି ପୋଲିସ ଭବନଠାରେ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬” ଆୟୋଜିତ ହୋଇଯାଇଛି। “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ଉପକୂଳ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ