ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋହନ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଜିର ଏହି ସ୍ବତନ୍ତ୍ର ଦିନରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ନବୀନଙ୍କ ଶୁଭ ମନାସିଛନ୍ତି।

ମୋହନ, ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ, ଦୀର୍ଘାୟୁ ଏବଂ ସୁଖମୟ ଜୀବନ କାମନା କରିଛନ୍ତି। ରାଜନୈତିକ ମତଭେଦରୁ ଊର୍ଦ୍ଧ୍ୱକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ଓଡ଼ିଶା ରାଜନୀତିର ଏକ ସୁସ୍ଥ ଓ ମହାନ ପରମ୍ପରାକୁ ପୁଣି ଥରେ ପ୍ରତିଫଳିତ କରିଛି।

ନବୀନଙ୍କ ଜନ୍ମଦିନରେ ରାଜ୍ୟ ଓ ଦେଶର ବହୁ ପ୍ରମୁଖ ନେତା, ମନ୍ତ୍ରୀ, ଦଳୀୟ କାର୍ଯ୍ୟକର୍ତ୍ତା ଏବଂ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ବିଜେଡି ସୁପ୍ରିମୋ ନବୀନଙ୍କ ଦୀର୍ଘ ସମୟର ଶାସନ କାଳ ଏବଂ ଓଡ଼ିଶାର ବିକାଶରେ ତାଙ୍କର ଯୋଗଦାନକୁ ସ୍ମରଣ କରି ବିଭିନ୍ନ ସ୍ଥାନରେ ସମର୍ଥକମାନେ ଉତ୍ସାହର ସହ ଏହି ଦିନକୁ ପାଳନ କରୁଛନ୍ତି।

  • Related Posts

    କ୍ରେନ୍ ଖସି ଦୁଇ ଓଡ଼ିଆ ଶ୍ରମିକ ମୃତ

    ଗଞ୍ଜାମ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଦୁର୍ଘଟଣା। ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କ୍ରେନ୍ ଖସି ପଡ଼ିବାରୁ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଘଟଣା ଗୁଣ୍ଟୁର ନିକଟରେ ଘଟିଛି। ଦୁର୍ଘଟଣାରେ ଅନ୍ୟ ତିନି ଜଣ ଶ୍ରମିକ ଗୁରୁତର ଆହତ…

    Continue reading
    ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍

    କେନ୍ଦୁଝର: ସର୍ଟ ସର୍କିଟରୁ ଜଳିଗଲା ଚଳନ୍ତା ଟ୍ରକ୍ । କେନ୍ଦୁଝର ଜିଲ୍ଲା ବମେବାରୀ ଥାନା ହେଶା ବେଡା ଗାଁ ନିକଟରେ ଲୁହା ପଥର ବୋଝେଇ କରିଯାଉଥିବା ବେଳେ ଟ୍ରକ୍‌ରେ ଲାଗିଗଲା ନିଆଁ । ଗତକାଲି ବିଳମ୍ବିତ ରାତିରେ ଲୁହାପଥର ବୋଝେଇ କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି