ନାରୀ ସୁରକ୍ଷା ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବ ବିଜୁ ମହିଳା ଜନତା ଦଳ

ଭୁବନେଶ୍ୱର,: ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟି ରାଜ୍ୟରେ ଗତ ଏକ ବର୍ଷର ବିଜେପି ଶାସନରେ ନାରୀ ସୁରକ୍ଷା ବିପର୍ୟ୍ୟସ୍ତ ହୋଇଥିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପତ୍ର ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀମତୀ ଟୁକୁନି ସାହୁ, ବାଲେଶ୍ୱର ଏଫଏମ ଅଟୋନମୋସ କଲେଜର ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା ରାଜ୍ୟରେ ମହିଳା, ଛାତ୍ରୀ ଅସୁରକ୍ଷିତ ହୋଇ ପଡ଼ିଥିବା ଘଟଣାର ସଦ୍ୟତମ ଉଦାହରଣ ବୋଲି କହିଥିଲେ। ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଏହି ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ପୀଡିତା ଛାତ୍ରୀ ନ୍ୟାୟ ପାଇଁ ବିଧିବଧ ଭାବେ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିବା ବ୍ୟତୀତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ଛଡା ସେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଯେ ଏମାନଙ୍କ ଭିତରୁ କେହି ଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଥିଲେ। ଛାତ୍ରୀ ଜଣକ ନ୍ୟାୟ ପାଇବାରେ ବିଫଳ ହେବା କାରଣରୁ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଇଥିଲା।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ପୀଡିତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରି ଆମେ ଜାଣିବାକୁ ପାଇଲୁ ଯେ, କଲେଜର ଅଧ୍ୟକ୍ଷ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ଅଭିଯୁକ୍ତ ଅଧ୍ୟାପକଙ୍କ ସମ୍ମୁଖରେ, ଛାତ୍ରୀଙ୍କୁ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଥିଲେ। ଏହି ଘଟଣାରେ ପୀଡ଼ିତାକୁ ନ୍ୟାୟ ଦେବା ପରିବର୍ତ୍ତେ, ଘଟଣାକୁ ଲିପା ପୋତି କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏମ୍ସ ଠାରେ ପୀଡିତା ଛାତ୍ରୀ ଚିକିତ୍ସିତ ହେଉଥିବା ବେଳେ, ସେଠାରେ ବିଜେପିର କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ବାହାରେ ଜଗି ରହିଛନ୍ତି। ସେମାନେ, ପୀଡ଼ିତାଙ୍କୁ ଭେଟିବାକୁ ଯାଉଥିବା ବିଭିନ୍ନ ସଙ୍ଗଠନର ବ୍ୟକ୍ତି ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହିତ ଭେଟିବା ପାଇଁ ବାଧା ଦେଉଛନ୍ତି।
ଶ୍ରୀମତୀ ଟୁକୁନି ସାହୁ କହିଥିଲେ, କେବଳ ଏହି ଘଟଣା ନୁହେଁ ବରଂ ରାଜ୍ୟରେ ଗତ ୧୩ ମାସର ବିଜେପି ଶାସନରେ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଓଡ଼ିଶାରେ ନାରୀ ସୁରକ୍ଷା ନେଇ ଆମେରିକାର ରାଷ୍ଟ୍ରପତିଙ୍କ ଟିପ୍ପଣୀ ଓଡିଶାକୁ ଦେଶ ବିଦେଶରେ ଲଜ୍ଜିତ ଓ ନିନ୍ଦିତ କରିଛି। ନିୟମିତ ବ୍ୟବଧାନରେ, ଗୋଟିଏ ପରେ ଗୋଟିଏ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ, ମହାମହିମ ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବାରୁ, ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟି ରାଜ୍ୟରେ ବିପର୍ୟ୍ୟସ୍ତ ମହିଳା ସୁରକ୍ଷା ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛି। ଆଜି ଇ-ମେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ପାଇଁ ଅନୁରୋଧ କରା ଯାଇଛି ବୋଲି ଶ୍ରୀମତୀ ସାହୁ କହିଥିଲେ।

  • Related Posts

    ୧୬୯ ଜନଜାତି ଗୋଷ୍ଠୀକୁ ST ମାନ୍ୟତା ଦାବି ଦୋହରାଇଲେ ନବୀନ

    ଭୁବନେଶ୍ୱର: ଓଡ଼ିଶାର ୧୬୯ଟି ଜନଜାତି ଗୋଷ୍ଠୀକୁ ଅନୁସୂଚିତ ଜନଜାତି (ST) ତାଲିକାରେ ସାମିଲ କରିବା ଦାବି ଦୋହରାଇଛନ୍ତି ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଦାବି ହାସଲ ପାଇଁ ବିଜେଡିର ଉଦ୍ୟମ…

    Continue reading
    ଆଦିବାସୀମାନଙ୍କ ଉନ୍ନତି ସାଧିତ କରିବା ବିଜୁ ଜନତା ଦଳର ଲକ୍ଷ୍ୟ: ବିଜେଡି

    ଭୁବନେଶ୍ୱର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ଏବଂ ମହାନ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି । ବିଜୁ ଜନତା ଦଳର ଆଦିବାସୀ ସେଲ୍ର ଆବାହକତ୍ୱରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ