ନିମାପଡ଼ା ଏନଏସିରେ ଚାଲିଛି ଅଫିସର ରାଜ୍- ଅଧ୍ୟକ୍ଷା, ଅଫିସ ଭିତରେ ଚାଳିଛି ତାସ ଖେଳ

ନିମାପଡ଼ା: ଗତ କିଛି ଦିନ ହେବ ନିମାପଡ଼ା ଏନଏସିରେ ବିକାଶ କମ୍ ରାଜନୀତି ଅଧିକ ଚାଲିଛି ବୋଲି ଚର୍ଚ୍ଚା ହେଉଛି। ନିମାପଡ଼ା ଏନଏସି କାର୍ଯ୍ୟାଳୟ ଖେଳ ଘର ପାଲଟିଥିବା ବେଳେ ଏଠାରେ ଅଫିସରଙ୍କ ରାଜୁତି ଚାଲିଛି ବୋଲି ଖୋଦ୍ ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ ଗଣ ମାଧ୍ୟମ ସାମ୍ନାରେ ଅଭିଯୋଗ ଆଣିବା ପରେ ଘଟଣା ଦାଣ୍ଡରେ ପଡି ହାଟରେ ଗଡୁଛି। ବିଜ୍ଞାପିତ ପରିଷଦ ଅଞ୍ଚଳର ଉନ୍ନତି ଓ ଲୋକଙ୍କ ସମସ୍ୟା ବୁଝିବା ପାଇଁ କାର୍ଯ୍ୟାଳୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହିତ ଅନ୍ୟ କର୍ମଚାରୀ ମାନେ ନିଯୁକ୍ତ ହୋଇଥିବା ବେଳେ ବିଭିନ୍ନ ୱାର୍ଡରୁ ନେତା ଲୋକଙ୍କ ଦ୍ଵାରା ନିର୍ବାଚିତ ହୋଇ ଆସିଛନ୍ତି। ତେବେ ଏଠାରେ ଅଞ୍ଚଳର ବିକାଶ ଓ ଲୋକଙ୍କ କାମ କମ୍ ରାଜନୀତି ବେଶୀ ଚାଲିଥିବା ନେଇ କୁହାଯାଉଛି । କାର୍ଯ୍ୟାଳୟ ଭିତରେ କେତେକ କର୍ମଚାରୀ ବିନା ଭୟରେ ତାସ ଖେଳୁଥିବା ଭିଡିଓ ଭାଇରାଲ ହୋଇଛି। ଏନଏସିର ଅଧ୍ୟକ୍ଷା ମୁଖ୍ୟ ହୋଇଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଧ୍ୟକ୍ଷାଙ୍କ କଥା ଶୁଣୁ ନଥିବା କିମ୍ବା ତାଙ୍କର କୌଣସି କଥାକୁ ଗୁରୁତ୍ୱ ନ ଦେଇ ନିଜ ମନ ଇଚ୍ଛାରେ ବିଭିନ୍ନ କାର୍ଯ୍ୟ କରିଆସୁଥିବା ଏବଂ କାର୍ଯ୍ୟାଳୟ ଭିତର ଟେବୁଲ୍ ଉପରେ କର୍ମଚାରୀ ମାନେ ତାସ୍ ଖେଳିବା ଏହା ଏକ ଦୁର୍ଭାଗ୍ୟ ଜନକ ବିଷୟ ବୋଲି ଅଧ୍ୟକ୍ଷା କହିଛନ୍ତି । ଏପରିକି ଏହା କୌଣସି ହାଟ ନୁହେଁ ବରଂ ସରକାରୀ କାର୍ଯ୍ୟାଳୟ । କାର୍ଯ୍ୟାଳୟରେ ସି ସି ଟିଭି ଲାଗିଛି। କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ଅଫିସ ରୁମ୍ ରେ ସି ସି ଟି ଭି ଦେଖିବା ପାଇଁ ଏଲ୍ ଇ ଡି ଟିଭି ଲାଗିଛି। ଅଫିସ ସମୟରେ ତାସ୍ ଖେଳ ଚାଲୁଥିବା ବେଳେ କାର୍ଯ୍ୟ ନିର୍ବାହୀ ଅଧିକାରୀ କେମିତି ଜାଣି ପାରୁନାହାନ୍ତି ବୋଲି ଅଧ୍ୟକ୍ଷା ପ୍ରଶ୍ନ କରିବା ସହିତ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବୀ କରିଛନ୍ତି । ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଜେପି ପ୍ରବକ୍ତା ସମୀର ରଞ୍ଜନ ଦାଶ କୁହନ୍ତି କାର୍ଯ୍ୟାଳୟ ଭିତରେ କର୍ମଚାରୀ ତାସ୍ ଖେଳରେ ମସଗୁଲ ରହିବା ଘଟଣା ମୋ ନଜରକୁ ଆସିଛି। ମୁଁ ବିଧାୟକ ଥିବା ସମୟରେ ସମସ୍ତ ଅଫିସ ରେ ଅଧିକାରୀ ଓ କର୍ମଚାରୀଙ୍କ ଭୟ ରହୁଥିଲା। ବର୍ତ୍ତମାନ ବିଧାୟିକାଙ୍କ ସମୟରେ ଆଉ ସେ ଭୟ ନାହିଁ। ନିର୍ବାଚିତ ପ୍ରତିନିଧି ମାନଙ୍କ କଥା ଶୁଣୁ ନାହାନ୍ତି ବିଭିନ୍ନ ସରକାରୀ କାର୍ଯ୍ୟାଳୟର ଅଧିକାରୀ ବୋଲି ଶ୍ରୀ ଦାଶ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ନିମାପଡ଼ା ଏନଏସି ଅଂଚଳରେ ରାସ୍ତାଘାଟ, ଡ୍ରେନେଜ୍ ସିଷ୍ଟମ, ଆଲୋକୀକରଣ ବ୍ୟବସ୍ଥା, ବେକାରୀ ବୃଦ୍ଧି ଭଳି ମାଳ ମାଳ ସମସ୍ୟା ଥିବା ବେଳେ ନିର୍ବାଚିତ ନେତା ଓ ଅଫିସର ଲୋକଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ନିଜ ନିଜ ମଧ୍ୟରେ କାଦୁଅ ଫିଙ୍ଗାରେ ବ୍ୟସ୍ତ ରହୁଥିବା ନେଇ ଆଲୋଚନା ହେଉଛି। ତାସ୍ ଖେଳ ସଂମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଚିନ୍ମୟ ଦାସ କୁହନ୍ତି ଏହାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପ୍ରତି ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ନିମାପଡ଼ା ରୁ ବସନ୍ତ ନାୟକ ରିପୋର୍ଟ

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ