ELECTION NDA ନିର୍ବାଚନ ହେଲେ ଏନଡିଏ ୩୨୬ଟି ଆସନ ଜିତିବ

ଆଜିକା ଦିନରେ ଯଦି ଦେଶରେ ଲୋକସଭା ନିର୍ବାଚନ ହେବ, ତା’ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏ ପୁଣି କେନ୍ଦ୍ରରେ କ୍ଷମତା ଦଖଲ କରିବ। ଏନଡିଏ ୩୨୬ଟି ଆସନ ଜିତିବ ବୋଲି ଇଣ୍ଡିଆ ଟୁଡେ ଗ୍ରୁପର ମୁଡ ଅଫ ନେଶରେ ଦାବି କରାଯାଇଛି। ତେବେ ମୁଡ ନେଶନରୁ ସ୍ପଷ୍ଟ ହୋଇଛି ଯେ ଏନଡିଏର ଲୋକପ୍ରିୟତା ହ୍ରାସ ପାଇଛି। କାରଣ ଜାନୁଆରୀ ମାସରେ ଏହି ସଂସ୍ଥା କରିଥିବା ସର୍ଭେରେ ଏନଡିଏ ୩୫୨ଟି ଆସନ ଜିତିବ ବୋଲି ଆକଳନ କରିଥିଲା। କିନ୍ତୁ ୮ ମାସ ଭିତରେ ଏନଡିଏ ଭାଗରୁ ୨୬ଟି ସିଟ୍‌ ଚାଲିଯିବାର ଆଶଙ୍କା ରହିଛି। ସେହିପରି ୩୨୬ ଆସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ବାଚନ ନାରା ୪୦୦ ପାର୍‌ ଠାରୁ ମଧ୍ୟ ଯଥେଷ୍ଟ କମ। ୨୦୨୪ ନିର୍ବାଚନ ବେଳେ ବିଜେପି ପକ୍ଷରୁ ୪୦୦ ପାର ନାରା ଦିଆଯାଇଥିଲା। ବିଜେପି ତଥା ଏନଡିଏ ଏବେ ଜେନ ଜି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ତଥାପି ଦଳ ୩୨୬ ଜିତିବାର ସମ୍ଭାବନା ରହିଛି। ଏନଡିଏର ଆସନ ସଂଖ୍ୟା କମିବାର ସମ୍ଭାବନା ରହିଥିଲେ ହେଁ ବିରୋଧୀ ମେଣ୍ଟ ଇଣ୍ଡିଆ ଲାଭ ପାଇବାର ଚାନ୍ସ ମଧ୍ୟ କମ। କାରଣ ଜାନୁଆରୀରେ ହୋଇଥିବା ମୁଡ ଅଫ ନେଶନରେ ବିରୋଧୀ ମେଣ୍ଟ ୧୮୨ଟି ଆସନ ଜିତିବ ବୋଲି କୁହାଯାଇଥିଲା। ଏବେ ଏହା କେବଳ ୧୮୫ରେ ପହଞ୍ଚିଛି। ୨୦୨୪ରେ କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ୨୩୪ ଆସନ ଜିତିଥିବା ବେଳେ ଏବେ ୧୮୫ ଆସନକୁ ଖସିବାର ଆଶଙ୍କା ଥିବା ସର୍ଭେରେ ଆକଳନ କରାଯାଇଛି। ମୁଡ ଅଫ ନେଶରେ ଦଳ ୱାରୀ ତଥ୍ୟ ମଧ୍ୟ ଦିଅଯାଇଛି। ଆଜିକା ଦିନରେ ଲୋକସଭା ନିର୍ବାଚନ ହେଲେ ବିଜେପି ଏକାକୀ ୨୬୧ ଆସନ ଜିତିବ। ଅନ୍ୟାନ୍ୟ ଦଳ ୧୭୬ ଓ କଂଗ୍ରେସ ୧୦୬ଟି ଆସନ ପାଇପାରେ।ଜାନୁଆରୀ ସର୍ଭେ ବେଳେ ବିଜେପି ୨୮୭, ଅନ୍ୟାନ୍ୟ ଦଳ ୧୭୬ ଓ କଂଗ୍ରେସ ୮୦ଟି ଆସନ ପାଇବ ବୋଲି କୁହାଯାଇଥିଲା। ହେଲେ ଏବେ କଂଗ୍ରେସ ଅଧିକ ୨୬ଟି ଆସନ ପାଇପାରେ ବୋଲି ସର୍ଭେ ସଂସ୍ଥା କହିଛି। ଦୀର୍ଘ ଦୁଇ ଦଶନ୍ଧି ଧରି ଇଣ୍ଡିଆ ଟୁଡେ ଗ୍ରୁପ ମୁଡ ଅଫ ନେଶ ସର୍ଭେ ବର୍ଷକୁ ଦୁଇ ଥର ପ୍ରକାଶ କରିଥାଏ। ୨୦୨୬ର ଅଗଷ୍ଟ ସଂସ୍କରଣ ରିପୋର୍ଟ ସଂସ୍ଥା ପକ୍ଷରୁ ସି ଭୋଟର ମିଶି ଜାରି କରାଯାଇଛି। ସର୍ଭେ ବେଳେ ୨୫,୧୮୪ ଜଣ ଲୋକଙ୍କ ମତାମତକୁ ସଂଗ୍ରହ କରାଯାଇଥିଲା।ଜୁଲାଇ ୧ରୁ ଅଗଷ୍ଟ ୨୫ ମଧ୍ୟରେ ଲୋକମାନେ ସେମାନଙ୍କ ମତ ଦେଇଥିଲେ। ୨୫,୧୮୪ ଜଣ ଏହି ସମୟସୀମା ମଧ୍ୟରେ ମତ ରଖିଥିବା ବେଳେ ଗଲା ୬ ମାସ ମଧ୍ୟରେ ମତ ରଖିଥିବା ୯୧,୭୯୫ ଜଣଙ୍କ ବୟାନକୁ ମଧ୍ୟ ସମୀକ୍ଷା କରାଯାଇଥିଲା। ଏହାପରେ ମୁଡ୍‌ ଅଫ ନେଶନ ରିପୋର୍ଟ ପ୍ରକାଶ କରାଯାଇଛି।

  • Related Posts

    flood in nepal ନେପାଳ ବନ୍ୟା: ପାଖାପାଖି 470ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା, 1400ରୁ ଅଧିକ ନିଖୋଜ

    କାଠମାଣ୍ଡୁ: ନେପାଳର ପ୍ରଳୟଙ୍କାରୀ ବନ୍ୟା ଘଟଣାରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ପାଖାପାଖି 470 ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଶହ ଶହ ବିଦେଶୀ ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ସମେତ 1400ରୁ ଅଧିକ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ପ୍ରାୟ…

    Continue reading
    ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ପାଇଲଟ ମୃତ

    କାନପୁର ନିକଟବର୍ତୀ ଗଙ୍ଗାନଦୀ କୂଳରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧.୫୦ ମିନିଟ୍‌ରେ ଟ୍ରେନିଂ ପାଇଁ ଥିବା ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟ ଏବଂ କୋ-ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟ ହେଲେ ଗୁଜରାଟର ସଚ୍ଚିନ ଭାଟିଆ ଏବଂ କୋ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ